Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୨

Inspirational

2  

ଓଡ଼ିଆ ଗଳ୍ପ ଓ କବିତା - ୨

Inspirational

ଆମେ ଓଡ଼ିଆ

ଆମେ ଓଡ଼ିଆ

1 min
7.0K


ଶ୍ରୀମତୀ ଚ଼ିନ୍ମୟୀ ଆଚାର୍ଯ୍ୟ


ଘମାଘୋଟ ଅନ୍ଧାରର,

କାଳିମାକୁ ଭେଦି

କିଏ ସେ ଆସଇ ସତେ,

ଅକୁହା ଦରଦି ?


ମନର ଭାବକୁ ସବୁ,

ଏକାଠି ସାଇତି

ହୃଦୟରେ ଭରିଦିଏ,

ଅଜଣା କରତି ।


ସୁପ୍ତକୁ ଜାଗ୍ରତ କରେ,

ଅଶେଷ କାହାଣୀ

ଭରିଦିଏ ସ୍ତବକ ସେ ,

ହେବାକୁ ଅଗ୍ରଣୀ ।


ନାହିଁ ତା’ର ଭେଦ-ଭାବ,

ନାହିଁତ ଅନ୍ତର

ତା’ ପରାଶ ପାଇ ଧନ୍ୟ ,

ନାହିଁ ପଟାନ୍ତର ।


ବ୍ୟାକୁଳ ମନରେ ସିଏ,

ଭରେ ତ ଚମକ

ପଛ ଘୁଞ୍ଚା ଦିଏ ନାହିଁ ,

ନ ରହି ଅଟକ ।


“ଆମେ ଓଡ଼ିଆ” ନାମରେ ସେ,

ହେବ ପରିଚିତ

ଜିଣିବ ସଭିଙ୍କ ମନ,

ହୋଇ ଉଦ୍ଭାସିତ ।


ସଭିଁଏ ପାଇବେ ଭଲ,

ଏଇ ତ ପ୍ରୟାସ

କିଣିନେବ ମନ ସିଏ ,

ଲେଖା ତା’ ସରସ ।


ଅରୋଶିଖା ପରି ସିଏ,

ହେଉ ପ୍ରଜ୍ୱଳନ

ସଭିଁଙ୍କ ହୃଦୟ ଜିଣୁ ,

ଜଳି ଲେଲିହାନ ।


“ଆମେ ଓଡ଼ିଆ” ନାମରେ ସେ,

ହେବ ପରିଚିତ ।



Rate this content
Log in

Similar oriya poem from Inspirational