STORYMIRROR

Suresh chandra Padhy

Inspirational

3  

Suresh chandra Padhy

Inspirational

ଜନନୀ

ଜନନୀ

1 min
232



ଜନନୀ ଗୋ ଜନ୍ମେ ଜନ୍ମେ ପୂଜିବି ତୁମରି ଚରଣ

ତୁମ ବିନା ଏ ଜୀବନ ହେବ ଅକାରଣ

ଜନନୀ କେତେ ଦୁଃଖ ସହି ଦେଇଅଛ ମୋତେ ଜନମ

ମୋ ପାଇଁ କେତେ ତୁମେ କରି ଅଛ କରମ

ତୁମରି ଋଣକୁ ଜନ୍ମେ ଜନ୍ମେ ସୁଝି ନ ପାରିବି

ମୁଁ ଅଧମ ତୁମରି ସନ୍ତାନ ତୁମରି ସ୍ନେହକୁ ଭିକ୍ଷା ମାଗୁଥିବି

କେତେ ଅଳି ଅଝଟ କରିଥିଲି ତୁମରି ପାଖରେ

ସବୁ ସହି ଅଛ ନ କରି ପ୍ରତିବାଦ ଥରେ

ତୁମ ପାଇଁ ମୁଁ ଯେ ଆସିଅଛି ଦୁନିଆକୁ

ତୁମେ ମୋତେ ଶିଖାଇଛ ଦୁନିଆରେ ବଞ୍ଚିବାକୁ

ତୁମରି ମୁଖକୁ ନ ଦେଖିଲେ ମନ ହୁଏ ବ୍ୟାକୁଳ

ସ୍ୱର୍ଗ ପୁର ମୋପାଇଁ ଜନନୀ ତୁମରି କୋଳ

ଜନନୀ ତୁମରି ଗର୍ଭରୁ ସଦା ମତେ ଜନ୍ମ ମିଳୁ

ତୁମରି ଆଶିଷରେ ମୋ ଜୀବନ ଦୀପ ଉଜ୍ଜଳ ହୋଇ ଜଳୁ ।


Rate this content
Log in

Similar oriya poem from Inspirational