ପରିପୃକ୍ତ ପିପାସା
ପରିପୃକ୍ତ ପିପାସା
ପାନ ପତରିଆ ପରଶମଣି
ପାଦରେ ପଏଁରୀ ପୋଖତିଆଣୀ ।
ପାନି,ପାନ,ପନା,ପୋଡ଼ା ପିିିଠଉ
ପରଷିବ ପ୍ରିୟେ ପ୍ରୀତି ପଲଉ ।
ପାଞ୍ଚମନ ପରକୁତି ପଚିଶ
ପଛରେ ପକାଇ ପିଛିଲା ପ୍ରାସ ।
ପ୍ରେମିକା ପଟୁ ପାରଦରଶୀତା
ପ୍ରେମ ପୁଟ ପ୍ରଲେପେ ପୁଲକିତା ।
ପହିଲି ପୌରୁଷ ପଣେ ପୂୂଜିବ
ପୁରୁଷ ପ୍ରତିଭା ପ୍ରଦର୍ଶାଇବ ।
ପ୍ରଗାଢ଼ ପ୍ରଯତ୍ନେ ପ୍ରସ୍ଥାପିଛନ୍ତି
ପୂତ ପରାଗ ପୂରୁବୁଁ ପରମେଷ୍ଠୀ ।
ପ୍ରଶସ୍ତ ପରସ୍ତ ପାଖୁୁଡ଼ା ପେଡ଼ି
ପରିପ୍ରକାଶଇ ପୀୟୁଶ ପଡ଼ି ।
ପଣତ ପକାଇ ପଦୁଁଅ ପରୀ
ପ୍ରସାରୁଛି ପ୍ରୀତି ପସରା ପାରି ।
ପ୍ରକୃତି ପିପାସା ପ୍ରଗୌଣ୍ଡ ପ୍ରୀତି
ପତ୍ର ପୟେ ପ୍ରିୟ ପ୍ରତି ରୂପଟି ।
ପ୍ରିୟାଂଶୁ ପ୍ରତିିିଛବି ପ୍ରଦର୍ଶନ
ପରାପତେ ପରିତୃପ୍ତ ପରାଣ ।
ପ୍ରାନ୍ତର ପ୍ରାନ୍ତରେ ପଳାଶରାଣୀ
ପୁଷ୍ପେ ପରାଙ୍ମୁଖ ପଶ୍ଚିିମାପ୍ରାଣୀ ।
ପରାଜୟ ପ୍ରତାରଣା ପାଥେୟ
ପିପାସା ପୀଡ଼ିତା ପରଶପ୍ରିୟ ।
ପୁଣ୍ୟ ପ୍ରାପ୍ତି ପରିିିତ୍ରାଣ ପାଇଁକି
ପ
ୁଛେନାହିଁ ପଥପ୍ରାନ୍ତ ପ୍ରାଣୀକି ।
ପିତୃ ପିତାମହ ପୂର୍ବପୁୁରୁଷ
ପ୍ରତାପିିତ ପ୍ରାଣ ପାାଇଁ ପ୍ରୟାସ ।
ପାବନୀ ପୂର୍ବଜ ପୁୁୁନରୁଦ୍ଧାରେ
ପ୍ରକ୍ଷେପଣେ ପରିସୀମା ପ୍ରସରେ ।
ପରାଭୂତ ପତନୁ ପରିିିତ୍ରାଣ
ପ୍ରାପ୍ତେ ପରିତୋଷେ ପିଣ୍ଡ ପରାଣ ।
ପାତକୁଁ ପାରିକରେ ପରିିବାରେ
ପରିତ୍ରାତା ପାଳେ ପୁଷ୍ପ ସମ୍ଭାରେ ।
ପର୍ଯନ୍ଯ ପ୍ରତାପେ ପରାସ ପୃଥ୍ୱୀ
ପ୍ରଚ୍ଛନ୍ନେ ପ୍ରୟାଶୀ ପୟ ପାଇଁକି ।
ପ୍ରଖର ପାବନୀ ପିତୃଦେବତା
ପ୍ରାଙ୍ଗଣେ ପ୍ରବେଶେ ପୁର ପ୍ରଶଙ୍କିିତା ।
ପଲ୍ଲବି ପାଦପ ପୁତ ପୁଳିନେ
ପ୍ରସରାଏ ପ୍ରୀତି ପ୍ରାକୃୃତ ପ୍ରେମେ ।
ପ୍ରସ୍ଥାପକ ପ୍ରପାଳକ ପ୍ରହର୍ତ୍ତା
ପରମେଶ୍ଵର ପୃଷ୍ଠପୋଷକତା ।
ପ୍ରାପତେ ପ୍ରହରି ପିପାସୁ ପ୍ରାଣ
ପ୍ରକାଶଇ ପରିଜନାଚରଣ ।
ପିପାସା ପୀଡ଼ିତା ପରିିପୃକତେ
ପୀରତି ପ୍ରସରେ ପୁୁୁନଃ ପ୍ରୀତ୍ୟର୍ଥେ ।
----------------------------