STORYMIRROR

Upendra prasad Mahala

Inspirational

3  

Upendra prasad Mahala

Inspirational

ଥୁଣ୍ଟା ଗଛର ଛାଇ

ଥୁଣ୍ଟା ଗଛର ଛାଇ

1 min
184


ଆ ମୋ ଧନ ଆ !!
ଫେରିଆ ମୋ କୋଳକୁ ।
ଲୁହନିଗାଡି ଚାହିଁ ବସିଛି କେତେଦିନୁ
ହାଟ ଫେରନ୍ତା ଅସରା ବାଟକୁ ।
ତୁ ପରା ମୋ ହୃଦୟର ଦରଦୀ ସ୍ପନ୍ଦନ 
ଅଝଟ ଅଳିର ସୁଖ ତୁ
ବାସି ପଖାଳରଖା କଂସା ପସରା,
ଆଶାର ସାଗର ତୁ ।
ମୁଁ ଗୋଟେ ଶୁଖିଲା ନଈ, 
ଥୁଣ୍ଟା ଗଛର ଛାଇଟେ।
ମାଟି ମଟାଳର କାନ୍ଦ ମୁଁ
ଚିର କାଳର
ପାଗେଳି ମାଆଟେ ।

ଜାଣେ, ବାଟ ଭୁଲିଥିବା ଅଭିମାନ ତୁ।
ଲୁହଭିଜା ଚିରା ପଣତକାନି ମୁଁ।

ହାଟ ସଉଦା କିଣିବାକୁ ଯାଇ
ବାଟ ହୁଡି ଚାଲିଗଲୁ 
ଆଉ ଫେରିଲୁନି ।
ସେ ଦିନୁ ଚାହିଁ ବସିଛି ଧନରେ !!
ଚୁଲି ମୁଣ୍ଡରେ ଥୋଇ ଶୁଖିଲା କାଠ
ରାନ୍ଧି ଦେବାକୁ ମିଠା ଚାଉଳର ଭାତ।
ବିତିଗଲାଣି ତ କେତେକାଳ !!

ଜାଣେ ତୋ ଅଝଟ, ଅବୁଝାପଣ ।
ପୋଖରୀ ପାଣିରେ ଚୁନାଚୁନା ଢେଉ ତୁ
ଚହଲା ଭସା ଜହ୍ନ । 
ସ୍ୱପ୍ନର ରାଜପୁତ୍ର ତୁ ।
ପକ୍ଷୀରାଜ ଘୋଡା ଚଢି
ଉଡିଗଲୁ ଦୂରଦେଶ ପେଟପାଇଁ
ହଜିଗଲୁ ସହରୀ ମାୟାରେ।
କେଉଁଠି ବାନ୍ଧିଲୁ ବସା ।
କେମିତି ହଜାଇଦେଲୁ ପକ୍ଷୀରାଜ 
ଘୋଡା, ପାଶୋରିଲୁ ପିଲାଦିନ,
ଖଣ୍ଡିଅ।ଭୂତର ଧୂଳିପତର ଉଡା ଖେଳ,
ଷଠିଘର ମାୟା,
ଶୁଭଶଙ୍ଖର ମଙ୍ଗଳ  ଧ୍ୱନି।
କେତେ ମିଠା ସପନ।

ଆ ଧନ ଆ ଫେରିଆ !!
ପାରି ଦେବି ଶୂନ୍ୟ ପଣତକାନୀ
ଶୋଇପଡିବୁ ଟିକେ ଖରାବେଳେ 
ବିଞ୍ଚିଦେବି ଫୁଲ ବିଞ୍ଚଣାରେ ।
ଖରା ନଇଁଗଲେ ଧାଇଁଯିବୁ 
ଧୂଳିଘର କାଟି ଖେଳିବାକୁ
ସାଙ୍ଗଙ୍କ ମେଳରେ
ଧୂଳିଆ ଜନ୍ଦାଙ୍କୁ ନ ଡରି
ବାଡରୁ ତୋଳିଅ।ଣିବୁ ଜହ୍ନିଫୁଲ  
ସୁନାନାକୀ କଣ୍ଢେଇ ଲାଗି
ସଞ୍ଜବେଳେ ।

ଉଛର ହେଲାଣି ତ ବେଳକାଳ !!
ଫେରି ଗଲେଣି ସାଙ୍ଗସାଥୀ ଧୂଳିଘର
ଭାଙ୍ଗି, ଗାଆଁ ମୁଣ୍ଡ ଅ।ମ୍ବ ତୋଟାରୁ 
ପୁଅକୁ ଧରି ଫେରିଲାଣି ବଉଳା 
ଗାଈ ଅନେକ ବେଳୁ । 

ତୋ ହାଟ ଫେରନ୍ତା ବାଟ ଚାହିଁ
ଅନ୍ଧୁଣୀ ହେଲାଣି ମୋ ଆଖି।

ଆ ଦେଖିଯିବୁ ଆ କେମିତି ଘୂମେଇ
ପଡିଛି ସମୟ, ଥୁଣ୍ଟା ଗଛର ଛାଇ !
ଗହନ ନିଦରେ ଶୋଇଛି ବିଲବାଡି
କଳାଛାଇର ଚାଦର ଘୋଡି।  
ସହରୀ କୁଣିଅ।ର ରାଜୁତି ଏଠି
ଥରୁଛି ମାଟିରୁ ଅ।କାଶ ।
କେତେବେଳେ ରାତି ପାହିବ 
କେଜାଣି !!

ଅ।ଶା ବାନ୍ଧି ବସିଛି ଦୁଅ।ରବନ୍ଧ ଅ।ଉଜି 
ଘରକୁ ଫେରିବେ ମୋ ସହରୀବୁଲା ପୁଅ
ଅଭାବ ହେବନି ଏଠି ଦାନାପାଣି
ଫେରି ଅ।ସିବ ହଜିଥିବା ଦିନ।
ହସିବ କ୍ଷେତବାଡି, କଅଁଳିବ ଥୁଣ୍ଟା ଗଛ 
ଚହଟି ଉଠିବ ଅଦିନ ଚଇତି ବାଅ।
ଫୁଟିବ ବାରମାସୀ ବଉଳ, ଜହ୍ନି ଫୁଲ ।
ଝୋଟମୁଣ୍ଡି ବୁଢିମା ପାକୁଅ। ଓଠର 
ହସ ଭଳି ମହକି ଉଠିବ ଗାଆଁ ଦାଣ୍ଡ 
ଶୋଭା ସବୁଦିନ ।




రచనకు రేటింగ్ ఇవ్వండి
లాగిన్

Similar oriya poem from Inspirational