STORYMIRROR

Prafulla Chandra Mishra

Inspirational

3  

Prafulla Chandra Mishra

Inspirational

ଅମୃତମୟ ଉତ୍କଳ (୧୩)

ଅମୃତମୟ ଉତ୍କଳ (୧୩)

1 min
235


କେଉଁଝର ଗଡ଼ ବଳଦେବଜୀଉ

   ଆନନ୍ଦମୟ ମୂରତି

ଅମୃତ ଭୁବନେ ବିଜେ କରିଛନ୍ତି

   ଟାଣି ରତ୍ନମୟ ଛତି ।।


ଗନ୍ଧମାରଦନ ସୁଉଚ୍ଚ ପର୍ବତ

   ଘାଗରା ଜଳପ୍ରପାତ

ଗୋବିନ୍ଦ ଭଞ୍ଜଙ୍କ ଶାଳବଣ ଦେବୀ

   ବିଜୟ ତାରିଣୀ ମାତ ।।


ଶ୍ରୀମୁଖ ମାଧୁରୀ ପବିତ୍ର ସୁନ୍ଦର

   ଝରେ ଅମୃତ ଆଶିଷ

ଶରଣ ରକ୍ଷଣ ଭକତ ବତ୍ସଳା

   ପୂର୍ଣ୍ଣ କରେ ଅଭିଳାଷ ।।


ଖଣିଜ ସମ୍ପଦ ଗରଭେ ପୁରିତ

   ସତେକି କୁବେର ପୁରୀ

ଉତ୍କଳର ଏଯେ ଅମୃତ ଗରଭା

   କିଏ ହେବ ତାରେ ସରି ।।


କାରୋ, ତେଲ ନଦୀ ପ୍ରବାହେ ସୁନ୍ଦର

   “ପ୍ରାକୃତିକ ସୌନ୍ଦର୍ଯ୍ୟର

ଅପରୂପ ଛବି” ବିଳାସ କକ୍ଷ କି

    ଉତ୍କଳ କମଳାଙ୍କର ।।


କେତେ ରମଣୀୟ ପ୍ରାକୃତିକ ଶୋଭା

   ଉତ୍କଳେ ଏକାଧାରରେ

ଧନ୍ୟ ମୋ ଉତ୍କଳ ଶିରୀ ଶୋଭା ପଣେ

   ସୁନ୍ଦରୀ ୟେ ଧରିତ୍ରୀରେ ।।


ବିବିଧ ଛଟାରେ ବିଶ୍ଵ ଶୋଭା ରାଶି

    କରୁଥାନ୍ତି ତୋର ସେବା

କାହିଁ ନଦିଶଇ ତୋ ସମ ସଂସାରେ

   ଭାଗ୍ୟବତୀ ଅଛି କେବା ।। (କ୍ରମଶଃ)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational