ଧୂସର
ଧୂସର
ଧୂସର ରଙ୍ଗ ସୁଚାଇ ଦିଏ ବାରତା ବିନାଶର
ଅଧର୍ମକୁ ନିପାତ କରିବାକୁ ମା' ହୁଅନ୍ତି ବେଶ ଧୂସର ।
ଏହି ରଙ୍ଗ ଦୃଢ ଇଚ୍ଛାର ପ୍ରତିକ
ଗଦା ଚକ୍ର ତ୍ରିଶୂଳରେ କରନ୍ତି ମାତା ପ୍ରହାର ।
ସମସ୍ତ ଶକ୍ତି ପରାକ୍ରମ ମା'ଙ୍କ ଆଗେ ହୁଏ ପରାସ୍ତ
ଧରା ଧାମରୁ ଲୁପ୍ତ ହୋଇଯାଏ ପାପ ସମସ୍ତ ।
ମାତା ବିରଜ୍ଞନାଙ୍କ ଜୟ ଧ୍ୱନୀ ହୁଏ ପ୍ରକମ୍ପିତ
ମାତା ତ୍ରିଭୁବନୀଙ୍କୁ ବନ୍ଦନା କରେ ସମଗ୍ର ଜଗତ ।
