Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasant Kumar Nath

Tragedy

5.0  

Prasant Kumar Nath

Tragedy

ଚିରା ପଣତ

ଚିରା ପଣତ

1 min
227


ହାଡ଼ଭଙ୍ଗା ଶୀତ ହେଉଛି ଏମିତି

ଦେହଟା ଯାଉଛି ଥରି

ତଥାପି ବାହାରେ ମାଆଟେ ବସିଛି

ଛୁଆକୁ ତାହାର ଧରି ।

ତା' ପାଖରେ ନାହିଁ କନ୍ଥା କି କମ୍ବଳ

ପଣତ ଘୋଡେଇ ହୁଏ

ଉଷୁମୁ କୋଳରେ ଛୁଆକୁ ତାହାର

ଜାବୁଡି ସେ ଧରି ଥାଏ ।

ଦୋକାନ ବାରଣ୍ଡା ସାଜିଅଛି ପରା

ତପାଇଁ ଆଶ୍ରୟସ୍ଥଳୀ

ନିଜର ଲୁହକୁ ନିଜେ ପିଉଅଛି

ଆଖିରୁ ତାହାର ଢାଳି ।

ଦୁଃଖର ପାହାଡ଼ ସହି ସେ ଯାଉଛି

ସନ୍ତାନ ମୁହଁକୁ ଚାହିଁ

କୁହୁଡି କାକର ଆକାଶୁ ଝରିଲେ

ଧରୁଛି ସିଏ କୁଣ୍ଢେଇ ।

ଛିଣ୍ଡା ପଣତର ଉଷ୍ମତା ଆଦରି

ଶିଶୁ ସିନା ଶୋଇଯାଏ

ଶିଶୁର ନିଦକୁ ଚାହିଁ ଚାହିଁ ପରା

ମାଆ ରାତି ପାହିଯାଏ ।

ଶୀତରେ କମ୍ବଳ ଘୋଡେଇ ଶୁଅନ୍ତି

ଆନନ୍ଦରେ ନିଜ ଘରେ

ହେଲେ ଏହି ମାଆ ରହିଥାଏ ସଦା

ସକାଳର ଅପେକ୍ଷାରେ ।

କେତେ ଆଶା ସିଏ ବାନ୍ଧିଛି ମନରେ

ଶିଶୁକୁ ତାହାର ନେଇ

କିଏ ଜାଣେ କେବେ ସ୍ବପ୍ନ ସତ ହେବ

ନିଜେ ସିଏ ଜାଣେ ନାହିଁ ।

ବୁଝିବ ନିଶ୍ଚିତ ଶିଶୁଟି ତାହାର

ଚିରା ପଣତର ମୂଲ୍ୟ

ହେଲେ ଜୀବନରେ କିଛି ନାହିଁ ଆଉ

ମାଆ ପଣତର ତୁଲ୍ୟ ।

****

ପ୍ରଶାନ୍ତ କୁମାର ନାଥ

ସୁନ୍ଦରପୁର,ଉତ୍ତରକୂଳ ହାଟ, ପ୍ରୀତିପୁର,ଯାଜପୁର ।

ମୋ-୦୮୮୯୨୩୦୧୧୪୩


Rate this content
Log in

Similar oriya poem from Tragedy