କହିଦେ ଥରେ
କହିଦେ ଥରେ
କହିଦେ ଥରେ
ଭଲ ଯଦି ମୋତେ ପାଉଛୁ ପ୍ରିୟାଲୋ
ମନ ଖୋଲି କହିଦେ
ଘୃଣା ଯଦି ମୋତେ କରୁଛୁ ପ୍ରିୟାଲୋ
ସେକଥାବି କହିଦେ ।
ଦେଖିଲେ ହସୁଛୁ ବୁଲିକି ଚାହୁଁଛୁ
କାହିଁକି ତୁ କହିଦେ
ହୃଦୟରେ ଯାଗା କାପାଇଁ ରଖିଛୁ
ମନ ଖୋଲି କହିଦେ ।
ନଦେଖିଲେ ମୋତେ ତୁ କାଳେ ଝୁରୁଛୁ
କାହିଁକି ଲୋ କହିଦେ
କାହିଁକି ପଚାରି ବୁଝୁଛୁ ମୋ କଥା
ସେକଥାବି କହିଦେ ।
ଆଖି ଇସାରାରେ କହୁଛୁ ସିନଲୋ
ଓଠ ଖୋଲି କହିଦେ
ଭଲ ମୋତେ ପ୍ରିୟା ପାଉଛୁକି ନାହିଁ
ମନ ଖୋଲି କହିଦେ ।
~~~***~~~
ପ୍ରଶାନ୍ତ କୁମାର ନାଥ
ସୁନ୍ଦରପୁର,ଉତ୍ତରକୂଳ ହାଟ,ପ୍ରୀତିପୁର,ଯାଜପୁର I
ମୋ-8310328345