STORYMIRROR

Ghanashyam Biswal

Inspirational

3  

Ghanashyam Biswal

Inspirational

ସତ୍ୟ ବଚନ

ସତ୍ୟ ବଚନ

1 min
510

ସତ୍ୟ ପଥେ ଧର୍ମ ପଥେ

ବାଟ ଚଳୁଥିଲେ

ନ ମିଳଇ ଅବସାଦ

ସୁଖ ଶାନ୍ତି ମିଳେ l

ପର ଦୁଃଖେ ଦୁଃଖୀ ହୋଇ

ସହାୟ ହୋଇଲେ

ଅସମୟ ପରିସ୍ଥିତି

ଟଳିଯାଏ ଭଲେ l

ମିଛ, ଅହଙ୍କାରୀ ହୋଇ

ପରକୁ ନିନ୍ଦିଲେ

ନମିଲଇ ଅନ୍ନ, ବସ୍ତ୍ର

ମରିବ ଅକାଳେ l

ସତ୍ୟ ଶାନ୍ତି ଦୟା କ୍ଷମା

ମାନି ଚାଲୁଥିବା

ନିଜେ ହସି ସଭିଙ୍କୁ ହସାଇ

ସୁଖ ସଂସାର ଗଢିବା l



Rate this content
Log in

Similar oriya poem from Inspirational