STORYMIRROR

Akshayakumar Dash

Inspirational

3  

Akshayakumar Dash

Inspirational

ପ୍ରେମ

ପ୍ରେମ

1 min
255


ଝରକା ଉହାଡେ ଚାନ୍ଦିନୀ ରାତିରେ

ଝରି ଯାଏ ପ୍ରୀତି ପସରା ଛାତିରେ,

ବିଭାବରୀ ବଧୂ ରୂପରେ ଆଗତ

ପ୍ରଣୟ ପାଇଁ କି ଦେଉଛି ଇଙ୍ଗିତ,

ନିରବରେ ରାତି ରତି କାମନାରେ

ବାସନା ଜାଗଇ ମାନସ ବନରେ,

ଖେଳୁ ଥାଏ ଜହ୍ନ କଳ୍ପନା ରାଇଜେ

ନୀଡ଼ ରଚିବାକୁ ସର୍ଜନା ସକାଶେ,

ପ୍ରୀତି ପାଗଳୀନି ଜୋଛନା ସୁନ୍ଦରୀ

ପ୍ରେମ ହିଁ ଶାଶ୍ୱତ ପଢ଼ାଏ ସବୁରି,

ଫୁଲ ଫୁଟି ଥିଲେ ପ୍ରଜାପତି ଆସେ

ଧରିତ୍ରୀକୁ ଦେଖି ଆକାଶ ବି ରସେ,

ସୂର୍ଯ୍ୟଙ୍କ କିରଣ ମିଳେ ବଳେ ବଳେ

ଝରଣା ଜଳର ରଙ୍ଗ କି ବଦଳେ !



Rate this content
Log in

Similar oriya poem from Inspirational