ପ୍ରେମଭରା ହୃଦୟ
ପ୍ରେମଭରା ହୃଦୟ
ଆମେ କରିବାନି ସେହି ଲୋକଟିକୁ ତାଙ୍କ ପରି ବ୍ୟବହାର,
ଆମପାଶେ ଯଦି ଭଲଗୁଣ ଅଛି ତାକୁ ଦେବା ଦରକାର ।
ଏକା ଚାଲୁଥିଲେ ବାଟ ସରିଯାଏ କାମ ବି ସହଜେ ହୁଏ ,
ବନ୍ଧୁ ମିଳିଗଲେ ଗପରେ ଖୁସିରେ ବାଟ, କାମ ଅଧାରହେ ।
ବେଳେବେଳେ କିଛି ଖରାପ ସମୟ ଜୀବନରେ ଆସିଥାଏ,
ସେହି ସମୟରେ ସହଯୋଗ ପାଇଁ ଭଲଲୋକ ଜୁଟିଯାଏ ।
ବନ୍ଧୁତାର କିଛି ସର୍ତ୍ତ ରହେନାହିଁ ବିଶ୍ୱାସ କରିବ ଜଣେ,
ଆଉ ଜଣେଲୋକ ବୁଝିବ ତା'ମନ ନିଜର ମହତ ଗୁଣେ ।
ବିପଦଜନକ କାମ କରିବାକୁ ସବୁବଳ ଦରକାର,
ସୁନ୍ଦର ସମାଜ ଗଢିବାକୁ ଲୋଡ଼ା ପ୍ରେମଭରା ହୃଦୟର ।
