STORYMIRROR

Sambit Srikumar

Tragedy Inspirational

4  

Sambit Srikumar

Tragedy Inspirational

ନଗ୍ନତାର ଚିତ୍ରପଟ୍ଟ

ନଗ୍ନତାର ଚିତ୍ରପଟ୍ଟ

1 min
606


ଅଭିବ୍ୟକ୍ତିର ସ୍ବାଧୀନତାର ଆଳ

ଦେଖାଇ କରିଦେଇପାର ତୁମ୍ଭେ ନଗ୍ନ

ନିରିମାଖି ଅନୂଢ଼ା କୁମାରୀଟିକୁ

ନୃଶଂସ ଭାବେ ଖିନଭିନ କରି

ଲୁଟିନିଅ ତାର କୁମାରୀତ୍ବ-ସତୀତ୍ବକୁ

ବିନା ବାଧାରେ ନିଃସଙ୍କୋଚରେ!! 


କେବେ ନେଇ ବସାଅ ତାହାକୁ 

ଆପଣା ହୃଦୟର ନିଭୃତ କନ୍ଦରରେ 

ତ କେବେ ବଦନାମ ବାଈଜୀ କୋଠିରେ 

କେବେ ପୁଣି ହଜାଇ ଦିଅ ତାହାର 

ଅସ୍ତିତ୍ବ ଅସ୍ମିତା ସମସ୍ତ ପରିଚୟ 

କେଉଁ ଜନପଦର ଅନ୍ଧାରୀ ଗଳିରେ!! 


ତୁମ୍ଭ ଇଶ୍ବର ପ୍ରଦତ୍ତ ସୃଜନଶୀଳତାରେ 

ତୁମ୍ଭେ ଆଙ୍କିପାର କମନୀୟ ନାରୀର 

ଅପରୂପା ମନମୋହନୀ ନଗ୍ନ ଚିତ୍ରପଟ୍ଟ 

ତୁମ୍ଭ ଉଦ୍ଭଟ ସୁଦୂରପ୍ରସାରୀ କଳ୍ପନାରେ 

କେବେ ତାହାକୁ ସଜାଅ ସ୍ବର୍ଗର ଅପସରା

ତ କେବେ ଅଙ୍କଶାୟିନୀ ପାଂଶୁଳା!! 


ନାରୀର ଯୌବନଦୀପ୍ତ ଅଙ୍ଗ ସୌଷ୍ଠବ

ରୂପ ଲାବଣ୍ୟ ସ୍ଥୁଳ ସୌନ୍ଦର୍ଯ୍ୟ ବର୍ଣ୍ଣିବା ପାଇଁକି 

ସଦା ସର୍ବଦା ମୁଖର ତୁମ୍ଭର ଲେଖନୀ 

କାହିଁ ଦିନେ ତ ତୁମ୍ଭ ଅନ୍ତର କାନ୍ଦେନି

ତାହାର ଦୁଃଖ ଦୁର୍ଦ୍ଦଶା ଅବା ଦୁର୍ଦ୍ଦିନରେ

କାହିଁ ରୁହ ତୁମ୍ଭେ ସେବେ ହୋଇ ତୁନି?? 


ଜାଣିବାକୁ ଚାହିଁଛ କି କେବେ ଥରେ 

କଣ ପାଇଁ ନାରୀଟିଏ ପାଦ ଥାପେ 

କଳୁଷିତ ଘୃଣିତ ପଙ୍କିଳ କୁପଥରେ 

କରେ ସୌଦା ନିଜର ଭରା ବଜାରରେ 

ଶୁଣିଛ କି କେବେ ତାର ଅନ୍ତଃସ୍ୱର 

ତୁମ୍ଭର ବା କଣ ଯାଏ ଏସବୁ କଥାରେ??


ତୁମେ ତ ମଗନ ତୁମ କଳ୍ପନା ରାଜ୍ୟରେ

ନାରୀର ନଗ୍ନ ଚିତ୍ରପଟ୍ଟ ଆଙ୍କିବାରେ 

ନିଜକୁ ଉଗ୍ରାଧୁନିକ ବୋଲାଇବାରେ 

କୃତ୍ରିମ ବୁଦ୍ଧିମତ୍ତାର ସ୍ପର୍ଦ୍ଧିତ ପ୍ରଦର୍ଶନରେ 

ରାଶି ରାଶି ପ୍ରଂଶସା ସାଉଁଟିବାରେ

ପ୍ରାପ୍ତ ପୁରସ୍କାରରେ ଘର ଭରିବାରେ !! 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy