Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pankajini Upadhaya

Inspirational

3  

Pankajini Upadhaya

Inspirational

ସମ୍ପର୍କ

ସମ୍ପର୍କ

1 min
7.2K


ସମ୍ପର୍କର ଶବ୍ଦ ଅର୍ଥ ତା ଜଟିଳ

ଲିଭାଇବା ବଡ କଷ୍ଟ

ବନ୍ଧନରେ ଅଛି ବହୁ ଆତ୍ମୀୟତା

ଆତ୍ମୀୟତା ବିନା ନଷ୍ଟ।

ଯୋଡିଦେଲେ ଖାଲି ହୁଏନା ସମ୍ପର୍କ

ସମ୍ପର୍କ ଏକ ମହକ

ଲିଭାଇବା ଲୋଡା ସବୁ ସମୟେ

ଶୁଣି ବିବେକର ଡାକ।

ମର୍ଯ୍ୟାଦା ସମ୍ପର୍ଣ୍ଣ ପୂର୍ଣ୍ଣ ଏ ସମ୍ପର୍କ

ପୁଣି ନିବିଡ ଆବେଗ

ମର୍ଯ୍ୟାଦା ହାନିରେ ରହେନାହିଁ ଟେକ

ହଜେ ସମ୍ପର୍କର ରଙ୍ଗ।

ପରିଭାଷା ସମ୍ପର୍କର ସୁବ୍ୟାପକ

ଆବଶ୍ୟକ ସତର୍କତା

ବିବେକାନୁମୋଦିତ ପରୀକ୍ଷଣ

ଆଉ ସୁସାବଧାନତା।

ସମ୍ପର୍କ ସିନା ଏକ କାଚ ଆଇନା

ଅବିଶ୍ଵାସେ ଭାଙ୍ଗିଯିବ

ଯୋଡିବାର ନାହିଁ କେବେ ସମ୍ଭାବନା

ହଜିଗଲେ ହଜିଯିବ।

ତ୍ୟାଗ ମନୋଭାବ ଦୟା ଅନୁରାଗ

ପ୍ରଶଂସା ସହନଶୀଳତା

ଭାବରେ ବନ୍ଧନ ସମ୍ପର୍କର ରାଗ

ରଖିବା ଏ ଶାଳୀନତା।

ମଧୁରିମା ଭରା ସମ୍ପର୍କ ଫରୁଆ

ମାଧୁରିମା ଭରିଦିଅ

ଦୀର୍ଘସ୍ଥାୟୀ ନୁହେଁ ଇଏ ଚିରସ୍ଥାୟୀ

ହୋଇଯିବ ତ ନିଶ୍ଚୟ।

ସକାଳର ପୂତ ପବିତ୍ର ଏ ବେଳା

ସମ୍ପର୍କ ମଧୁର ହେଉ

ଦିନ ବିତୁ ମାସ ବିତୁ ବର୍ଷ ବିତୁ

ସମ୍ପର୍କ ଚିଟାଉ ଦେଉ।

ଯୁଗ ପରେ ଯୁଗ ଜନ୍ମ ପରେ ଜନ୍ମ

ବହୁ ଜନ୍ମ ବିତି ଯାଉ

ସମ୍ପର୍କର ଘରେ ନ ଉଠୁ ପ୍ରାଚୀର

ସମ୍ପର୍କ ପବିତ୍ର ରହୁ।

ଶରଣ ପଶୁଛି ପ୍ରଭୁ ଚରଣରେ

କ୍ଷମାମୟ କ୍ଷମାନିଧି

ଲେଖିଦେଲି ଭାବ ପ୍ରୀତି ମହକରେ

କ୍ଷମ ତୁମେ ରିଦ୍ଧି ସିଦ୍ଧି।

ପବିତ୍ର ଭାବନା ପବିତ୍ର ମହକ

ପବିତ୍ର କାଳର ବେଳା

ପବିତ୍ର ମନରେ ଦିବ୍ୟ ସୁଗନ୍ଧରେ

ଲାଗିଛି ପବିତ୍ର ମେଳା।

ପବିତ୍ରତା ଲାଗୁ ପବିତ୍ରତା ଜାଗୁ

ପବିତ୍ର ପବିତ୍ର ପ୍ରେମ

ପବିତ୍ର କାମନା ପବିତ୍ର ବାସନା

ପବିତ୍ର ସମ୍ପର୍କ ନାମ।

ସମୟ ଇସାରା କାର୍ଯ୍ୟ ବହୁ ସାରା

ଆଗାମୀ ସମୟ ପାଇଁ

ମନ୍ଦିର ସମୀପେ ପହଞ୍ଚି ସାରିଛି

ଆଉ କିଛି ଦୁଃଖ ନାହିଁ।

ଗାଅ ଗାଅ ଗୀତ ସମ୍ପର୍କର ଗୀତ

ସମ୍ପର୍କ ଅମୂଲ୍ୟ ନିଧି

ସମ୍ପର୍କ ସୁଦୃଢେ ଶାନ୍ତି ଦୁନିଆରେ

ସୁନାର ସମ୍ପର୍କବାରିଧି।

ପଙ୍କଜିନୀ ଉପାଧ୍ୟାୟ। ( ମିତା )

ଅରଙ୍ଗାବାଦ


Rate this content
Log in

Similar oriya poem from Inspirational