ସିଧାକଥା ୬୮
ସିଧାକଥା ୬୮
ହାରିଗଲେ କେବେ ପଳାଇବା ନାହିଁ
ଆଉଥରେ ଲାଗିଯିବା,
ଦ୍ଵିତୀୟ ତୃତୀୟ ଚତୁର୍ଥ ଥରକୁ
ଆମେ ହିଁ ଆଗରେ ଥିବା ।
ଥକି ପଡ଼ିବାନି କେବେ ଡରିବାନି
ଶିଖିବା ବିଶ୍ରାମ ନେଇ,
ଆତ୍ମା ବିଶ୍ୱାସକୁ ବଢ଼ାଇଲେ ନିଶ୍ଚେ
ଆଗକୁ ଯିବା ଆଗେଇ ।
ପ୍ରତିକୂଳ ପରିସ୍ଥିତିରେ ଚାଲିବା
ଯଦି ଦରକାର ହୁଏ,
ସେଥିପାଇଁ ଲୋଡ଼ା ଅଭ୍ୟାସ ନିଶ୍ଚୟ
ଦୃଢ଼ମନ ଶେଷଯାଏ ।
କଥା କହୁକହୁ ଉଚିତ ଶବ୍ଦଟି
ଯଦି ମନେପଡ଼େ ନାହିଁ,
ମୁଚୁକୁନ୍ଦ ହସ ହସିଦେଲେ ଶ୍ରୋତା
ଖୁସିରେ ରହିବେ ଚାହିଁ ।
ଶୂନ୍ୟସ୍ଥାନଟିକୁ ଅତି ସହଜରେ
ପୂରଣ କରିବ ହସ,
ମୁରୁକି ହସରେ ଭାଷା-ଭାବ ଆଉ
ରହିଛି ମଧୁର ରସ ।
ଈଶ୍ୱରଙ୍କ ଇଚ୍ଛା ବଦଳିବ ନାହିଁ
ଯେତେ ବି ପ୍ରାର୍ଥନା କଲେ,
ପ୍ରାର୍ଥନା ବଳରେ ଆମ ଇଚ୍ଛା କିନ୍ତୁ
ବଦଳିବ ବଳେବଳେ ।
ସିଧାକଥା
