Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rajesh Kumar Jain

Comedy

3  

Rajesh Kumar Jain

Comedy

ଭଗବାନ ଆଜି ପ୍ରସନ୍ନ

ଭଗବାନ ଆଜି ପ୍ରସନ୍ନ

1 min
6.6K


ଭଗବାନ ଆଜି ପ୍ରସନ୍ନ

 

ରାଜେଶ କୁମାର ଜୈନ୍ (ଶାନ୍ତିରାଜେଶ)

 

ଭଗବାନ ଆଜି ପ୍ରସନ୍ନ

ନିଆରା ଭକ୍ତମାନେ ଆସୁଛନ୍ତି କରିବାକୁ ଦର୍ଶନ

ଉତ୍କଣ୍ଠାରେ ଚକ୍ଷୁରେ ନାହିଁ ନିଦ୍ରାର ଆଗମନ

ଭିଜିବାକୁ ଭକ୍ତଙ୍କ ସଙ୍ଗେ ପ୍ରଭୁଙ୍କ ଭାରି ମନ

ବାହୁଙ୍ଗି ଧରି ଝୁଲିଝୁଲି ଚାଲିଛନ୍ତି ଭକ୍ତଗଣ

ଭୋଳା ବାବାଙ୍କ ପ୍ରସାଦ ଖାଇ ଟଳୁଛନ୍ତି ବହୁଜଣ

ଡିସ୍କୋ ଥିମ୍ ରେ ପିକ୍ନିକ୍ କରି ନାଚୁଛନ୍ତି କେତେଜଣ

ଭକ୍ତିର ଏହି ଅଗଭୀର ନିଆରା ସ୍ରୋତରେ

       ଭଗବାନ ଆଜି ପ୍ରସନ୍ନ !

 

ପାହାଚ ସମ୍ମୁଖରେ ବଣଭୋଜିର ଆୟୋଜନ

ନାଚୁଛନ୍ତି ଟୋକାଠାରୁ ବୁଢ଼ାଯାକେ ଜଣଜଣ

ମହୁଲି-ଆମିଷ ବାସ୍ନାରେ ମହକୁଛି କୋଣକୋଣ

ଆହା କି ଭକ୍ତିରସରେ ଭିଡ଼ିହେଉଛନ୍ତି ଭକ୍ତଗଣ

       ଭଗବାନ ଆଜି ପ୍ରସନ୍ନ !

 

ଦେଖି ବହୁଜାତିଆ ଭକ୍ତଙ୍କ ଆଗମନ

ଆସିଛନ୍ତି ନାଲି ବସ୍ତ୍ରଧାରୀ ବ୍ୟଭିଚାର କରି

କିଛି ଜନଅଧିକାରୀ ଭ୍ରଷ୍ଟାଚାର କରି

ମାଟିଆ ଡ୍ରେସବାଲା ବଡ଼ ଚୋରି କରି

କିଛି ଭଣ୍ଡ କରିବାକୁ ତାଙ୍କୁ ଚୋରି

ଭକ୍ତିର ଏହି ଭାବରେ ଭଗବାନ ମୌନ

       ଭଗବାନ ଆଜି ପ୍ରସନ୍ନ !

 

କିଛି ଭକ୍ତ ଚାଲିଛନ୍ତି କରିବାକୁ ବିସର୍ଜନ

ନାଲିପାଣିରେ ଉଡୁଛି ଗଗନ ପବନ

ଉଦଣ୍ଡ ନାଚରେ କମ୍ପିଉଠୁଛି ଆସ୍ଥାନ

ରାସ୍ତାଘାଟ ସବୁ ବନ୍ଦ, ଚାଲୁନି ଯାନବାହନ

ଦଙ୍ଗା ହଙ୍ଗାମା ହେଉଛି କ୍ଷଣକୁ କ୍ଷଣ

ଭକ୍ତିର ସ୍ରୋତରେ ନଦୀସୁଅ ଭକ୍ତଗଣ

ଧନ୍ୟ ଏ ଯୁଗର ଭକ୍ତ, ଧନ୍ୟ ତାହାର ଭକ୍ତି

କଳିଯୁଗର ଭକ୍ତବତ୍ସଳ ଭଗବାନ

ଭକ୍ତର ଭଗବାନ, ଭକ୍ତିରେ ଭଗବାନ

       ଭଗବାନ ଆଜି ପ୍ରସନ୍ନ !

 

ଅପର୍ଣ୍ଣା ନଗର, ଚାଉଳିଆଗଞ୍ଜ, କଟକ-୭୫୩୦୦୪

ଫୋନ୍ : ୯୪୩୭୦୨୦୬୧୮

*****


Rate this content
Log in

Similar oriya poem from Comedy