STORYMIRROR

Sagar Kumar Parida

Inspirational

4  

Sagar Kumar Parida

Inspirational

ନାରୀର ଶକ୍ତି

ନାରୀର ଶକ୍ତି

1 min
422

ନାରୀ ହିଁ ଉତ୍ତମ ବନ୍ଧୁ ଅଟେ ଆମ

ମଣ ନାହିଁ ତାକୁ ସାନ,

ନାରୀ ସହଯୋଗେ ପୁରୁଷ ଉନ୍ନତ

କରିପାରେ ସବୁ କାମ ।।

ବିଭିନ୍ନ ରୂପରେ ଆମରି ସାଥିରେ

ରହିଥାଏ ସିଏ ସଦା,

ଭଗିନୀ,ଜନନୀ,ଜାୟା,କନ୍ୟା ରୂପେ

ସେବା କରେ ସେ ସର୍ବଦା ।।

ଗୋଟିଏ ନାରୀର ଗୋଟିଏ କଥାରେ

ଜୀବନ ପରିବର୍ତ୍ତନ,

ନାରୀ ଶକ୍ତି ଅଟେ ସବୁଠୁ ମହାନ

ନମଣ ତାକୁ ସାମାନ୍ୟ ।।

ନାରୀ ପାଇଁ ଆଜି ସଫଳ ଜୀବନ

ସଫଳତା ସିଡ଼ି ଛୁଇଁ

କାମ କରିଚାଲେ ଦୁନିଆ ବୁକୁରେ

ଚିନ୍ତି ଜଗତର ସାଇଁ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational