STORYMIRROR

Amitav Sahu

Tragedy Inspirational

3  

Amitav Sahu

Tragedy Inspirational

ଗରିବଙ୍କ ବିଷୟରେ

ଗରିବଙ୍କ ବିଷୟରେ

1 min
463

ଯେବେ ଯେବେ

ଗରିବଙ୍କ କଥା ଚର୍ଚ୍ଚାକୁ ଆସେ

ମୁଁ ଛନ୍ଦିହେଇଯାଏ ସମସ୍ୟା ଭିତରେ

କାରଣ, ମୁଁ ଗରିବଙ୍କୁ ଖୋଜିପାରେନା

ଭିଡ଼ ଭିତରେ !


ଯାହାକୁ ବା ଦେଖେ

ସଭିଏଁ ଦେଖାଯାଆନ୍ତି ଗରିବ ରୂପରେ ।

କିଛି ଗରିବ ଧନର ଅଭାବରେ

କିଛି ଗରିବ ମନର ଅଭାବରେ

କିଛି ଗରିବ ମାନର ଅଭାବରେ

କିଛି ଗରିବ ଚରିତ୍ରର ଅଭାବରେ

ଅଭାବଟେ ଲାଗିଥାଏ ସଭିଙ୍କ ଭାଗରେ

ତେଣୁ ସଭିଏଁ ଗରିବ ମୋ ମତରେ !


ତଥାପି

କିଛି ଗରିବ ଦିନନାହିଁ ରାତିନାହିଁ

ଖଟୁଥାଆନ୍ତି ଖଣି ଓ ଖାଦାନରେ

କିଛି ଗରିବ ଖଣ୍ଡିଆ ହାତକୁ ନେଇ

ଫେରୁଥାନ୍ତି ନିରାଶରେ

କିଛି ଗରିବ ଖରା ବର୍ଷା ଶୀତ କାକର

ସଢୁଥାଆନ୍ତି ରାସ୍ତା କଡ଼ରେ

କିଛି ଗରିବ ପେଟର ଦାଉରେ

ବିକିହେଇଯାନ୍ତି ପିଲାଛୁଆଙ୍କୁ ଧରି ସାଥିରେ।


ଯାହାକୁ ନେଇ ଖୁବ୍ ଚର୍ଚ୍ଚା ଧରେ

ଦୂରଦର୍ଶନରେ

ଖବର କାଗଜରେ

ବଡ଼ଲୋକିଙ୍କ ଗୁଲିଖଟିରେ ସିନା

କ'ଣ ସେମାନେ ହିଁ କେବଳ ଗରିବ

ଏ କଥା ନିଜେ ନିଜକୁ ପଚାର ତ ଥରେ ??



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy