STORYMIRROR

Rajabala Tripathy

Inspirational

3  

Rajabala Tripathy

Inspirational

ସଲାମ ନାଦିଆ

ସଲାମ ନାଦିଆ

1 min
236


ସେହି ଭୟଙ୍କର ଦିନସବୁକୁ

କଳ୍ପନା କଲେ ଥରି ଉଠେ

ମୋ ସମଗ୍ର ଶରୀର ।।

ପ୍ରତି ଲୋମ କୂପରେ ମୋ

ଶତ ଭୂକମ୍ପ ହୁଏ।।

ଟକ ଟକ ହୋଇ ଫୁଟେ

ମୋ ଧମନୀରେ ପ୍ରବାହିତ ରକ୍ତଧାର।।

ଯେଉଁଦିନ ଅପହୃତା

ହୋଇଥିଲ ତୁମେ

ବାଧ୍ୟ ହୋଇଥିଲ ହେବାକୁ

ଯୌନଦାସୀ କେତେଜଣ

ମୁର୍ଖ ଧର୍ମାନ୍ଧ ମଣିଷର।।

କେତେ ଯନ୍ତ୍ରଣା ଦାୟକ ଥିବ

ସେ କ୍ଷଣ ଯେବେ

ଫୁଲ ପରି କୋମଳ

ଶରୀରରେ ତୁମ

ବିଦ୍ଧ ହୋଇଥିବ ଶତ ଶତ ଶୂଳ।।

କେତେ କ୍ରୁର ହୋଇଥିବ

ସେ ମୁହୂର୍ତ୍ତ ସବୁ ଯେବେ

ଅନିଚ୍ଛା ସତ୍ତ୍ୱେ ସହିବାକୁ ପଡିଥିବ

କେତେ କେତେ ତତଲା ନିଶ୍ୱାସ

କେତେ ଉଦ୍ଧତ ସ୍ପର୍ଶ।।

ଭୋକିଲା ଶୃଗାଳ ପରି

ଝପଟି ପଡିଥିବେ

ତୁମ ଶରୀର ଉପରେ

କିଛି ଶ୍ଵାନଠୁ ବି ଇତର ପ୍ରାଣୀ

ତୁମ ଶତ ବାରଣକୁ ଭ୍ରୁକ୍ଷେପ ନକରି।।

ସେ ନାରକୀୟ ଯନ୍ତ୍ରଣା

ତୁମେ ସହିଥିବ କିପରି

କଳ୍ପନାତୀତ ସେହି ଯନ୍ତ୍ରଣାଦାୟକ ମୁହୂର୍ତ୍ତ ସବୁ

କେମିତି ସହିଥିବ ତୁମେ।।

ଆଃ କି କଷ୍ଟ ଯାହାକୁ

ପ୍ରକାଶ କରିବା ପାଇଁ

କମ ପଡିଯିବ

ଦୁନିଆର ସବୁତକ ଭାଷା ଶବ୍ଦ ଅକ୍ଷର।।

ସରିଯିବ ଯେତେସବୁ ଅଛି କାଗଜ

କଲମରୁ କାଳି

ତଥାପି କହିଲେ ସରିବ ନାହିଁ

ସେ ଯନ୍ତ୍ରଣା ଦାୟକ ଅଧ୍ୟାୟ ସବୁ।।

ନାଦିଆ...

ତୁମକୁ ସଲାମ କରୁଛି

ତୁମକୁ ପ୍ରଣାମ କରୁଛି

ସେ ଭୀଷଣ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ

ତୁମେ ହରେଇଲନି ତୁମ ଆତ୍ମବିଶ୍ୱାସ

ଯନ୍ତ୍ରଣାକୁ ଆହୁତି ଦେଲ

ବିଶ୍ୱାସର ଯଜ୍ଞରେ।।

ହଠାତ ଦିନେ ଆସିଲା

ପୂର୍ଣାହୁତିର ବେଳ

ଖସିଯିବାର ସୁଯୋଗ।।

ଖସି ଆସିଲ ତୁମେ

ସେ ଜାନ୍ତବ ନର୍କରୁ

ଦୁଃଖ ଯନ୍ତ୍ରଣାର ଜାଲରୁ।।

ତୁମକୁ ପ୍ରଣାମ କରୁଛି ନାଦିଆ

ତୁମେ ଖାଲି ନାଦିଆ ନୁହଁ

ତୁମେ ଅଗ୍ନିଶିଖାଟିଏ।।

ଯିଏ ଜଳିଦେଵ

ଦୁନିଆରୁ ସବୁତକ ବିଭର୍ଷ ଅତ୍ୟାଚାର।।

ଯିଏ ବାଟ ଦେଖେଇବ

ପୃଥିବୀର ପୃଷ୍ଠର

ଶହ ଶହ ନାଦିଆମାନଙ୍କୁ

ମୁକ୍ତହେବାକୁ ଅତ୍ୟାଚାରର ବେଡିରୁ ।।

ତୁମେ ଖାଲି ନାଦିଆ ନୁହଁ

ତୁମେ ଏକ ପ୍ରେରଣାର ଉତ୍ସ

ଇତିହାସର ପୃଷ୍ଠାରେ ଚିରକାଳ

ଜକ ଜକ କରୁଥିବା ନ୍ୟକ୍ଷତ୍ର ।।

ଯିଏ ବାଟ ଦେଖେଇବ

ଜୀବନ ଯନ୍ତ୍ରଣାର ମହାସମୁଦ୍ରରେ

ବାଟବଣା ହୋଇ

ବାଟ ଖୋଜୁଥିବା ପଥିକମାନଙ୍କୁ ।।

ତୁମଠୁଁ ସହସ୍ର କୋଶ ଦୂରରେ

ବସି କାମନା କରେ ମୁଁ

ଦୁନିଆର କୋଣ ଅନୁକୋଣରେ

ସବୁ ନିଷ୍ପେସିତାର ଅନ୍ତରରେ

ଝଙ୍କୃତ ହେଉ ନାଦିଆର ଗୀତ

ବାଜିଉଠୁ ନାଦିଆର ବୀଣା ।।

ଭାଙ୍ଗିଯାଉ ଅତ୍ୟାଚାରର ଗମ୍ଭୁଜ

ହିଂସାର ପ୍ରାଚୀର

ଯନ୍ତ୍ରଣାର ଦୁର୍ଗ।।

ଫର ଫର ହେଇ ଉଡୁ

ସାରା ଦୁନିଆରେ

ବିଜୟ ପତାକା

ସେ ପତାକା ମାନବିକତାର

ଶାନ୍ତିର ଆନନ୍ଦର।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational