Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Raja Sekhar CH V

Inspirational

3  

Raja Sekhar CH V

Inspirational

ସିଦ୍ଧିର ସୋପାନ

ସିଦ୍ଧିର ସୋପାନ

1 min
234


ପ୍ରତି ମଣିଷ ଜୀବନରେ ଦେଖେ କେତେ ଯେ ସପନ,

ସିଦ୍ଧି ପ୍ରାପ୍ତି ପାଇଁ ନେବାକୁ ହେବ କଠିନ ପରିଶ୍ରମର ସୋପାନ |୧|

ଅନନ୍ତ ଆକାଶର ନାହିଁ କୌଣସି ପରିଧି ପରିସୀମା,

ନିଜ ଆଶା ପୂରଣ ହେତୁ ଆୟାସର ରଖିବାର ନାହିଁ ସୀମା |୨|

ସ୍ୱପ୍ନ ପୂର୍ତ୍ତି ହେତୁ ପ୍ରତି ପଦକ୍ଷେପର ଅଛି ମହତ୍ତ୍ୱ,

ନିର୍ଦ୍ଦିଷ୍ଟ କ୍ରମରେ ପ୍ରତ୍ୟେକ ପାହୁଣ୍ଡରୁ ଜଣା ପଡ଼େ ନୂତନ ତତ୍ତ୍ୱ |୩| 

ସମସ୍ତ ଜନଙ୍କୁ ଦରକାର ସୁଚାରୁ ଜୟସୂଚକ ଅଭିଳାଷା,

ପିପାସା ସହ ନିରନ୍ତର ପ୍ରୟାସ ରହୁ ଯେତେ ସମ୍ମୁଖୀନ ହୋଉ ନିରାଶା |୪|

ମିଳିପାରେ ମିଳି ନ ପାରେ କାହାଠୁ ସାହାଯ୍ୟ,

ନିଜ ମେଧାଶକ୍ତି ପ୍ରୟୋଗ କରି ନିଜକୁ କରିବାକୁ ହେବ ସାହାଯ୍ୟ |୫|

ଏକ ଆସିଛୁ ଏକ ହିଁ ଯିବୁ,

ଏତିକି ମନେ ରଖିବାକୁ ହେବ ସଦା ଏକ ହିଁ ରହିବୁ |୬|

ରଖିବାର ନାହିଁ ବିଫଳତାର ଭୟ,

ଜଗାକାଳିଆ ସଦା ଦେଇଛନ୍ତି ଆମକୁ ଅଭୟ |୭|


Rate this content
Log in

Similar oriya poem from Inspirational