ଆର୍ଷପ୍ରୟୋଗ
ଆର୍ଷପ୍ରୟୋଗ
ଶୀତଳରୁ ଉଷୁମ ଏବେ କୋଳ
ହେଲେ ନାହିଁ ସେଇ ମୁହୂର୍ତ୍ତ ଅମୂଲ
ପବନରେ ଉଡ଼ୁଥିବା ପୃଷ୍ଠା ସବୁକୁ ସରାଗରେ
ଧରି ରଖୁଥିବା ମୋ ଇଚ୍ଛା ତୋ ପ୍ରଣୟ ଡୋରୀରେ
ଅଙ୍କପାଳିରେ କାହିଁ ନିବିଡ଼ତା ସେ’ତ
କାହିଁ କେଉଁଠି ସେ ଆଉଁସା ଅଣ୍ଡଳା ଆଇତ
କାହିଁ ସେ ରାତିରାତି ଧରି ରଖିବା ପରଶ
କାହିଁ ସେ ଗୋଲାପୀ ଚିଠି, ଫୁଲ ଆଉ ଅତର ସୁବାସ||
-ପ୍ରଭୂ