STORYMIRROR

Mishra Manasi

Inspirational

3  

Mishra Manasi

Inspirational

ଜୀବନ କବିତା

ଜୀବନ କବିତା

1 min
239


ସାକ୍ଷର ବିହୀନ ଏକ ଅଶାନ୍ତ ମୁହୂର୍ତ୍ତ

ରେଖାଟିଏ ଆକିଂଦିଏ ଜୀବନଦିପରେ

ସୀମାଟିଏ ଖୋଜିବାକୁ ଲୋଡେନା ତ ସିଏ

ଗାଇବାକୁ ଅବା ଥରେ ପ୍ରିତି କଵିତାରେ ।

ରେଣୁକା ଶଯ୍ୟାରେ ଥାପି ପାଦପରେପାଦ

ଭୂମିଲଗ୍ନା ଦିଗ୍ ଵଳୟ କୋଳେ 

ସାଗର ସୀମାନ୍ତ ଇଲାକା

ପିପାସା ପ୍ରଦୀପେ ଜାଳିଜୀବନ ସଳିତା 

ନିର୍ବିବାଦେ ଚାଲିଛିଏକାନ୍ତେ

ଛୁଇଁ ଵାକୁ ଆଶା କୁଝ୍ଝଟିକା

ଅବସାଦ ଅବା ମନରେବିଭ୍ରାନ୍ତିି

ଛୁଇଁ ନାହିଁ ତା ନିଷ୍ପାପ ହୃଦୟ

ଘନକକୁହୁଡି ବଳୟ ସେପାଖେେ

ହିମଗିରି ରୌଦ୍ରତପ୍ତ ରାଶିର ନିିଳୟ

ତଥାପି ସେ ନିର୍ବିକାର ଅଜଣା

 ପୁୁଲକେ

ଉନ୍ମ୍ମାଦିତ ଅସରନ୍ତି ଦୀର୍ଘଶ୍ବା ସ ସବୁ

କେନ୍ଦ୍ରୀ ଭୁତ ବିିଶ୍ବା ସ ଆଲୋକେ ।


Rate this content
Log in

Similar oriya poem from Inspirational