ମୁଁ ନିରବ ରହେ
ମୁଁ ନିରବ ରହେ


ଅଭିମାନ କରିବାର ଛଳନା କରି
କିଛି ସୁଖ ସାଉଁଟି ନେବା ଲାଳସାରେ
ମୁଁ ନିରବ ରହେ।
ନିଜକୁ ଅଯାଚିତ ତର୍କରୁ ଦୂରରେ ରଖିବା ପାଇଁ .
ମୁଁ ନିରବ ରହେ।
ଆପଣାର ଲୋକଙ୍କୁ ହରେଇ ଦେବା ଭୟରେ
ମୁଁ ନିରବ ରହେ।
ପ୍ରକୃତିକୁ ଅନୁଭବ କରିବା ପାଇଁ
ମୁଁ ନିରବ ରହେ।
ହୃଦୟର କିଛି ଅସ୍ପଷ୍ଟ ବେଦନାକୁ
ଆଖିର ରାସ୍ତାରେ ନ ଯିବା ପାଇଁ
ମୁଁ ନିରବ ରହେ।
ଏମିତି ନୁହଁ ଯେ
ମୋ ପାଖରେ କିଛି ଶବ୍ଦ ନଥାଏ
ତଥାପି ମୁଁ ନିରବ ରହେ ।
ମୋ ନିରବତାକୁ ଭେଦ କରିବା ପାଇଁ
ସେହି ପ୍ରେମ ପୂଜାରୀଙ୍କ ଠିକଣା ପାଇବା ଆଶାରେ
ମୁଁ ନିରବ ରହେ।