Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Mamatamanjari Das

Abstract Fantasy

4  

Mamatamanjari Das

Abstract Fantasy

ସ୍ମୃତିଫୁଲ

ସ୍ମୃତିଫୁଲ

1 min
376


ତନ୍ଦ୍ରାହୀନ ମୋର ଆଖିର ପଲକେ

ଭିଜା ଅସୁମାରୀ ସ୍ୱପ୍ନ 

ହୃଦୟ ବେଦୀରେ ତୋ'ସ୍ମୃତିର ଫୁଲ

ଦିଅନ୍ତିରେ ବଡ ଦୁଃଖ ।


ତନ୍ଦ୍ରାହୀନ ରାତି ଖେଳନ୍ତି ଝୁଲଣ

ସଞ୍ଜ ନଇଁ ଗଲା ପରେ

ରାତ୍ରୀ ଭରେ ମୋର ତୋ'ସ୍ମୃତି ପଲଙ୍କେ

ଜହ୍ନ ତାରା ଗହଳିରେ ।


ଶୀତ କାକରରେ ଭିଜା ଶରୀର ମୋ

ଥିରି ଥିରି ହୋଇ ଥରେ

ଖୋଜେ ମୁଁ'ରେ ତୋତେ ନିରିଜନ ରାତେ

ମୋର ଆଖି ପଲକରେ ।


ସାରା ସହରଟା ଶୋଇଗଲା ପରେ

ମୁଁ ସାଉଁଟେ ତୋ' ସ୍ମୃତି ଫୁଲ

ଶୂନକୁ ଶୂନ୍ୟ ରେ ଗୁଣେ ସାରାରାତି

ତତେ ଶୂନ୍ୟରେ ବି କରେ ଗେଲ ।


ଛୋଟ ମୋର ଏଇ ହୃଦୟ ଶିଖରେ

ତୁ'ଥିଲୁ ଆଲୋକ ଶିଖା

ପ୍ରାଣ ଭରି ତତେ ଭଲପାଉଥିଲି

ବିହି ଦେଲା ମୋତେ ଧୋକା ।



Rate this content
Log in

Similar oriya poem from Abstract