Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rajesh Kumar Jain

Comedy

3  

Rajesh Kumar Jain

Comedy

ସବୁ ଆଜି ନାଲି ନାଲି

ସବୁ ଆଜି ନାଲି ନାଲି

1 min
6.8K


ସବୁ ଆଜି ନାଲି ନାଲି

 

ରାଜେଶ କୁମାର ଜୈନ୍ (ଶାନ୍ତିରାଜେଶ)

 

       ଆଜି କାହିଁ ସବୁ ନାଲି ନାଲି ଲାଗୁଛି

       ସକାଳର ସୂରୁଯ ନାଲି, ଚଉରାର ମୁରୁଜ ନାଲି

       ଫୁଲର ପାଖୁଡ଼ା ନାଲି ନାଲି

       ପାଲଟିଛି ସାରା ପୃଥିବୀଟା ନାଲି ନାଲି

       ସବୁକିଛି ନାଲି ଦିଶୁଛି

       କ’ଣ ମୋତେ ପ୍ରେମ ଘାରିଛି ?

 

       କି ମାଦକତା ଏହି ନାଲି ରଙ୍ଗରେ

       ମହୁଲ ଫୁଲରୁ ବି ଅଧିକ ମାଦକତା

       ଭରି ରହିଛି ଏହି ନାଲି ରଙ୍ଗରେ !

       ଇଏ କ’ଣ ପ୍ରେମର ପ୍ରଥମ ରଙ୍ଗ

       ନା ରଙ୍ଗ ଭରିଯାଇଛି ମୋ ପ୍ରେମରେ ?

 

       ପ୍ରିୟାର ଦେଖି ଏହି ନାଲି ନାଲି ବେଶ

       ମୋ ମନରେ ହୋଇଛି ହୋଲିର ପ୍ରବେଶ,

       ପ୍ରିୟାର ଓଠେ ଲିପ୍-ଷ୍ଟିକ୍ ନାଲି ନାଲି

       ତା ଗୋଡ଼େ ଅଳତା ନାଲି ନାଲି,

       ମାରିବାକୁ ତା ଦେହେ ପିଚକାରି

       ରଙ୍ଗେଇବାକୁ ତା’ର ମଖମଲି କେଶ

       ଖେଳିବାକୁ ତା ସହ ଲୁଚକାଳି

       ମନେ ମୋର ରହିଛି ଅବସୋସ,

       ହେଲେ କିଏ ଦେବ ତାକୁ

       ମୋ ମନର ଏଇ ଆତୁର ସନ୍ଦେଶ ?

 

       ହଠାତ୍ ପୋଲିସ୍ ର ପାହାରରେ

       ମୋ ପିଠି ହୋଇଗଲା ନାଲି ନାଲି,

       ଖିଆଲିଆ ଖେଚୁଡ଼ି ସିଝାଉଥିଲି

       ରାସ୍ତାମଝିରେ ଛିଡ଼ା ହୋଇ ଖାଲି ଖାଲି,

       କେଉଁଦିନ ଆସିବ

       ଲାଲିମାର ସବୁଜିମା ଏ ଜୀବନେ ?

       ପ୍ରେମର ଭାବନାର ଜୁଆରରେ

       ସବୁ ଆଜି ନାଲି ନାଲି ।

 

ଅପର୍ଣ୍ଣା ନଗର, ଚାଉଳିଆଗଞ୍ଜ, କଟକ-୭୫୩୦୦୪

ଫୋନ୍ : ୯୪୩୭୦୨୦୬୧୮

*****


Rate this content
Log in

Similar oriya poem from Comedy