ଜୀବନର ଶୂନ୍ୟତା
ଜୀବନର ଶୂନ୍ୟତା
ସମୟ ସାଥିରେ ଗଡିଚାଲେ
ଜୀବନର ସୋପାନ
ଯୌବନର ଗର୍ବ ବାର୍ଦ୍ଧକ୍ୟର ଅସହାୟ
କି ଅଦଭୂତ ଜୀବନ !
ଦି ଛକିର ଜୀବନ l
ଯୌବନର ଗର୍ବ ଚୁରମାର କରିଦିଏ
ସୁଖର ସଂସାରକୁ
ବାର୍ଦ୍ଧକ୍ୟ ଝୁରୁଥାଏ ସ୍ନେହ ପ୍ରେମ
ଭଲ ପାଇବାକୁ
ନିନ୍ଦୁଥାଏ ଦି ଛକିର ଜୀବନକୁ !
ପିଲାବେଳ ଚପଳତା ଯୌବନର ଚଞ୍ଚଳତା
ବାର୍ଦ୍ଧକ୍ୟର ନିରାଶ୍ରୟତା
ମନ ଥିଲେ ଧନ, ଧନ ଥିଲେ ମନର
ଅଭାବହିଁ ଜୀବନର ଅବସ୍ଥା
ଅଦଭୂତ ଦି ଛକି ଜୀବନର ଶୂନ୍ୟତା !