ଓଡ଼ିଆ ଗଳ୍ପ ଓ କବିତା - ୧

Abstract

2  

ଓଡ଼ିଆ ଗଳ୍ପ ଓ କବିତା - ୧

Abstract

ଯେସାକୁ ତେସା

ଯେସାକୁ ତେସା

3 mins
444


ବାଘଟିଏ ଜଙ୍ଗଲ ଭିତରେ ଥାଏ l ବୟସ ଅଧିକ ହୋଇ ଯାଇଥିବାରୁ ଠିକ୍ ଭାବରେ ଦୌଡି ଶିକାର କରିପାରୁ ନଥାଏ l ଏଣୁ ଛୋଟ ଛୋଟ ପ୍ରାଣୀମାନଙ୍କୁ ମାରି ସେ ଖାଉଥାଏ l ଠେକୁଆ, ଗୁଣ୍ଡୁଚିମୂଷା ଭଳି ଛୋଟ ଜୀବଙ୍କୁ କେତେବା ମାରି ଖାଇବ? ବଡ ଶିକାରଟିଏ ମିଳିଗଲେ ଦୁଇ ତିନି ଦିନ ପାଇଁ ତାକୁ ଆହାର ମିଳି ଯାଆନ୍ତା l କିନ୍ତୁ ତାହା ସମ୍ଭବପର ହୋଇ ପାରୁନଥାଏ l

ଥରୁଟିଏ ବାଘ ଦେଖିଲା ଏକ କୂଅ ପାଖରେ ହରିଣଟିଏ ଠିଆ ହୋଇଛି l ଅନେକ ଦିନପରେ ହରିଣଟିକୁ ଦେଖି ତା’ ପାଟିରୁ ଲାଳ ବାହାରିଲା l କାରଣ ହଗିଣର ସୁସ୍ୱାଦୁ ମାଂସ ତା’ ପାଟିରୁ ଛାଡୁନଥାଏ l ଜୀବନକୁ ବାଜି ଲଗାଇ ବୁଢା ବାଘଟି ହରିଣ ଉପରକୁ କୁଦିପଡିଲା l

ସେତେବେଳକୁ କିନ୍ତୁ ହରିଣଟା ବାଘଟାକୁ ଦେଖି ସାରିଥାଏ l ନିଜର ଜୀବନ ରକ୍ଷା କରିବା ପାଇଁ ସେ ମଧ୍ୟ ଦୌଡିବାକୁ ଲାଗିଲା l ଯାହା ଫଳରେ ବାଘଟା ସିଧାଯାଇ କୂଅ ଭିତରେ ପଡିଲା

ଭାଗ୍ୟକୁ କୂଅଟା ଶୁଖିଲା ଥିଲା l କୂଅ ଭିତରେ ପଡିବା ଫଳରେ ଦେହ ତାର କ୍ଷତ ବିକ୍ଷତ ହୋଇଗଲା l ଗୋଡଟା ମଧ୍ୟ ଜଖମ ହେଲା l

ଏବେ ତା ପାଇଁ ସବୁଠାରୁ ବଡ ଚିନ୍ତା ହେଲା କୂଅ ଭିତରୁ କିପରି ବାହାରିବ ? ବାହାରକୁ ବାହାରିବା ପାଇଁ ସେ ଯେତେ ଚେଷ୍ଟା କଲା, କୌଣସି ଥିରେ ସଫଳ ହୋଇପାରିଲା ନାହିଁl ସବୁ ପ୍ରକାର ଚେଷ୍ଟାକରି ବିଫଳ ହେବା ପରେ ସେ ମନେ ମନେ ଭାବିଲା, “ଏବେ ମୋର ମୃତ୍ୟୁ ସମଯ ଆସିଗଲା, ତା ନହେଲେ କିଏ ବା କାହିଁକି ମୋତେ ଏ କୂଅ ଭିତରୁ ବାହାର କରିବ ? କୂଅ ଭିତରେ ଏମିତ ପଡି ପଡି ମୋତେ ମରିବାକୁ ହେବ l”

ଏମିତି ଭାବୁଥିବା ସମୟରେ ହଠାତ୍ ତା କାନରେ ଏକ ଛେଳିର ମେଁ ମେଁ ଶବ୍ଦ ଶୁଭିଲା l ଛେଳିଟାର ପାଟି ଶୁଣି ବାଘର ମନ ଭିତରୁ ବଞ୍ଚିବାର ଆଶା ସଂଚାର ହେଲା l କିନ୍ତୁ ପର ମୁହୂର୍ତ୍ତରେ ସେ ଭାବିଲା ମୋତେ ଛେଳିଟା ଦେଖି ଦୌଡି ପଳେଇବ l ଜମାରୁ ପାଖକୁ ଆସିବନାହିଁ l ଏଣୁ କୂଅ ଭିତରୁ ଉଦ୍ଧାର ପାଇବା ପାଇଁ ଏକ ସ୍ୱପ୍ନଛଡା ଆଉ କିଛି ନୁହେଁ l

ଛେଳିଟା ନିଜର ଖାଦ୍ୟ ଅନ୍ୱେଷଣ ରେ କୂଅ ପାଖକୁ ଆସିଲା l କୂଅ ଭିତରେ ଏକ ବାଘ ପଡିଥିବାର ଦେଖି ପ୍ରଥମେ ଡରି ଯାଇଥିଲା ହେଲେ ବାଘ ତାକୁ କଅଁଳ କଣ୍ଠରେ କହିଲା “ଆରେ ଛେଳି ଭାଇ ତମେ ଗାଁ ଛାଡି ଇଆଡେ କୁଆଡେ ?”

  ଛେଳି ମଧ୍ୟ ବୁଢା ହୋଇ ଯାଇଥିଲା l ବାଟ ହୁଡି ସେ ଜଙ୍ଗଲ ଭିତରକୁ ଚାଲି ଆସିଥିଲା ଗାଁକୁ ଫେରିବାକୁ ଠିକ୍ ବାଟ ମଧ୍ୟ ପାଉ ନଥିଲା l ନିଜ ପରିଜନଙ୍କୁ ଦେଖିବାକୁ ଭାରି ଇଛା ହେଉଥିଲା l କିନ୍ତୁ ତାକୁ କେହି ଗାଁକୁ ଯିବାକୁ ବାଟ କହି ପାରୁ ନଥିଲେୁ ବାଘ ତାକୁ ଦେଖି ଭଲ ବ୍ୟବହାର ଦେଖାଇବାରୁ ସେ କୂଅପାଖକୁ ଯାଇ ପଚାରିଲା ବାଘ ମହାରାଜ ଗାଁକୁ କେଉଁ ବାଟ, ମତେ କହି ଦେବକି

ବାଘ ତ ସେତେବେଳକୁ କୂଅରୁ କେମିତି ବାହାରିବ ଚିନ୍ତାରେ ଥାଏ, ତେଣୁ ସେ ଛଳନାକରି କହିଲା, ଆରେ, ଏ କୂଅ ଭିତରେ ବହୁତ ଗୁଡିଏ କଅଁଳ ଘାସ ରହିଛି, “ଆ, ଆ, କୂଅ ଭିତରକୁ ଆରାମରେ ଦୁଇଜଣଯାକ ଖାଇବା l ତା ପରେ ମୁଁ ମଧ୍ୟ ଗାଁକୁ ଯିବି l ସେତେବେଳକୁ ମୋ ସହିତ ଗାଁକୁ ଯିବୁ l କଅଁଳ ଘାସଖାଇବୁ ଥଣ୍ଡା ପାଣି ପିଇବୁ ଏମିତି ସୁଯୋଗ ତୋତେ ବାରମ୍ବାର ମିଳିବ ନାହିଁ l”

ଛେଳିଟା ବାଘର କପଟ କଥାରେ ଢଳିଗଲା l ଭଲ ଖାଦ୍ୟ ଖାଇବା ଆଶାରେ କୂଅ ଭିତରକୁ ସେ ଡେଇଁପଡିଲା l ବାଘତ ଏପରି ଏକ ସୁଯୋଗକୁ ଅପେକ୍ଷା କରିଥାଏ l ଚତୂର ବାଘଟା ଛେଳି ଉପରକୁ ଚଢିଯାଇ ଆନନ୍ଦରେ ବାହାରକୁ ବାହାରି ପଡିଲା l

ବାହାରକୁ ଆସିବାପରେ ମନଖୁସିରେ ଛେଳିକୁ ଚାହିଁ କହିଲା, ଆରେ “ନିର୍ବୋଧ ଛେଳି? ଏବେ ତୋର ମରିବା ପାଳି କୂଅ ଭିତରେ କ’ଣ କେବେ କଅଁଳିଆ ଘାସ ଥାଏ ? ମୋ ଯାଗାରେ ତୁ ଏବେ ମରିବୁ l”

ଛେଳି ଏବେ କ’ ଣ ବା କରି ପାରିବ ? ବାଘନିଜେ ରକ୍ଷା ପାଇବା ପାଇଁ ତାକୁ ଅସ୍ତ୍ର ଭାବରେ ବ୍ୟବହାର କରିଛି l କୂଅ ଭିତରୁ ରକ୍ଷା ପାଇବାର ଉପାୟ ନଦେଖି ସେ କେବଳ ବୋବେଇବାକୁ ଲାଗିଲା

ଛେଳି ମାଲିକ ଗତ ରାତିରୁ ଛେଳିକୁ ନପାଇ ଖୋଜାଖୋଜି କରୁଥାଏ l ଛେଳିର ରଡି ତା’ କାନରେ ପଡିବାରୁ ସେ କୂଅ ପାଖକୁ ଆସି ଦେଖିଲା ତା’ ଛେଳିଟି କୂଅ ଭିତରେ ଗଳି ପଡିଛି l ସେ କୂଅ ଭିତରୁ ଛେଳିକୁ ଉଦ୍ଧାର କଲା l ମାଲିକ ସହ ଘରକୁ ଫେରିବା ବାଟରେ ଛେଳିଟା ଦେଖିଲା ବାଘ ଏକ ଶିକାରୀର ଗୁଳିରେ ଛଟପଟ ହେଉଛି l ଆଖିବୁଜି ଦେଇ ସେ ସେଠାରୁ ଚାଲିଗଲା l


Rate this content
Log in

Similar oriya story from Abstract