Kamalini Panigrahi

Inspirational Children

3  

Kamalini Panigrahi

Inspirational Children

ଯୌଥ ପରିବାର

ଯୌଥ ପରିବାର

2 mins
167



ସ୍ନେହ,ପ୍ରେମ,ଭଲପାଇବା,ସାହାଯ୍ୟ,ସହାନୁଭୂତି କୁ ନେଇ ଯେଉଁ ପରିବାର ବୈଦିକ ଯୁଗରୁ ଏକ ମନ,ଏକ ପ୍ରାଣ ଓ ଏକ ସୂତ୍ରରେ ନିଜର ସମ୍ପର୍କର ଡୋରିକୁ ଦୃଢ ଭାବରେ ବାନ୍ଧି ରଖି ଥାଆନ୍ତି ତାହାକୁ ଯୌଥ ପରିବାର କୁହାଯାଏ।ଯାହାର ପ୍ରଥମ ବରିଷ୍ଠ କର୍ତ୍ତା ଜେଜେ ବାପା ହୋଇଥାନ୍ତି।ଆଉ ଦ୍ଵିତୀୟ ବରିଷ୍ଠା କର୍ତ୍ତା ଜେଜେ ମାଆ ହୋଇଥାନ୍ତି।ଯାହାଙ୍କ ନିର୍ଦ୍ଦେଶ,ଆଇନ କାନୁନ ପରିବାରର ପ୍ରତ୍ୟେକ ସଦସ୍ୟ ମାନିବାକୁ ବାଧ୍ୟ ହୋଇଥାନ୍ତି।ପୂର୍ବ ପୁରୁଷର ଏହି ପ୍ରଥା ରାଜା,ମହାରାଜା ଙ୍କ ଅମଳରେ ମଧ୍ୟ ରହିଥିଲା ଯାହାକୁ ଆମେ ବଂଶଜ ବୋଲି କହିଥାଉ।

ଯୌଥ ପରିବାରରେ ସମସ୍ତେ ପରସ୍ପରର ଦୁଃଖ,ସୁଖ ସମାନ ଭାବରେ ବାଣ୍ଟି ଥାଆନ୍ତି। ଜଣକର ସମସ୍ୟା ସମସ୍ତଙ୍କ ସମସ୍ୟା ଭାବରେ ଧରିନିଅନ୍ତି।ସମସ୍ତଙ୍କ ରୋଜଗାରରେ ଆର୍ଥିକ ଉନ୍ନତି ହୋଇ ପରିବାରର ପ୍ରଗତି ହୋଇଥାଏ।ଜଣେ କମ୍ ରୋଜଗାର କଲେ ମଧ୍ୟ ସେ ଯୌଥ ପରିବାରରେ ଆନନ୍ଦରେ ରହିପାରେ।ଯୌଥ ପରିବାରରୁ କୋମଳମତି ଶିଶୁଟିଏ.. ସଂସ୍କାର,ସାମାଜିକଚଳଣୀ ଆଧ୍ୟାତ୍ମିକତା ଜ୍ଞାନଲାଭ କରିଥାଏ ଏବଂ ସାମାଜିକ,ବୌଦ୍ଧିକ ଓ ଚାରୀତ୍ରିକ ବିକାଶ ଘଟାଇ ଥାଏ।

ଶୃଙ୍ଖଳା ଜ୍ଞାନ ଶିଶୁ ପରିବାରରୁ ହିଁ ସିଖିଥାଏ।ସେଥିପାଇଁ ପରିବାର ତାର ପ୍ରଥମ ବିଦ୍ୟାଳୟ ଯେଉଁଠି ସେ ସବୁକିଛି ଶିଖିଥାଏ।ସ୍ନେହ ପ୍ରେମର ବନ୍ଧନକୁ ସେ ପରିବାରରୁ ଶିକ୍ଷିଥାଏ।

ସେଥିପାଇଁ ଯୌଥ ପରିବାରକୁ... ହିନ୍ଦୁ ଶାସ୍ତ୍ରରେ ମର୍ତ୍ତ୍ୟ ବୈକୁଣ୍ଠ ବୋଲି କୁହାଯାଏ।

  ସେହି ଯୌଥ ପରିବାର ବିଷୟରେ ଆମେ ଏକ ଗଳ୍ପ ପଢ଼ିବା । ସୀମା,ଲିମା ଦୁଇ ସାଙ୍ଗ ଗୋଟିଏ କଲେଜରେ ପଢ଼ୁଥିଲେ ।ଦୁଇଜଣ ବହୁତ୍ ଭଲ ସାଙ୍ଗ।ସୀମା ତାର ପରିବାର ସହ ରହୁଥିଲା ମାତ୍ର ଲିମା ତାର ପିତାଙ୍କ ଚାକିରି ଥିବାରୁ ମା ଓ ବାପାଙ୍କ ସହ ମିଶି ରହୁଥିଲା।ଚାହୁଁ ଚାହୁଁ ୩ ସରିଗଲା। ଛୁଟି ହେଲେ ସୀମାର ଖୁସିର ସୀମା ରହେନି କାରଣ ସେ ତା, ପରିବାର ସହ ଛୁଟି କଟାଇବ ଭାବି ଖୁସି ହୋଇଯାଏ।ମାତ୍ର ଲିମା ଦୁଃଖରେ ଭାଙ୍ଗିପଡେ।କାରଣ ତାକୁ ଘରେ ଏକାହିଁ ରହିବାକୁ ପଡିବ... ଯେହେତୁ ତାର ବାପା, ମା ଦୁଇଜଣ ଏକାସାଙ୍ଗରେ ଅଫିସ ଚାଲି ଯାଆନ୍ତି।ଆଉ ଲିମା ପାଇଁ ଖାଇବା ମା'ଥୋଇଯାନ୍ତି ଆଉ କୁହନ୍ତି।

ଲିମା..ଖାଇନେବୁ ବାସ୍.. ଏତିକି କଥା!!ଯିଏ, ଯାହା କାମରେ ବ୍ୟସ୍ତ!!!ଏକଥା ଭାବି ଲିମା କାନ୍ଦି ପକାଏ ;ଆଉ ଏକା ଏକା ଗୋଟେ କୋଠରୀରେ ନିଜକୁ ଅସହାୟ ଭାବି ବନ୍ଦକରି ରଖେ..ଆଉ ଅପେକ୍ଷାରେ ଥାଏ ସଂଧ୍ୟା ପର୍ଯ୍ୟନ୍ତ...

  ଦିନେ ସିଏ ଛୁଟିରେ ସୀମା ଘରକୁ ଯାଇଥିଲା ତାଙ୍କର ଯୌଥ ପରିବାର..... ସମସ୍ତେ କେତେ ମଜା କରୁଛନ୍ତି।ତାର_ବାପା,ମା, କକା,ଖୁଡି ,ଜେଜେ,ଜେଜେ ମା ଅନେକ ଭାଇ ଭଉଣୀ ସହିତ ସେ ଖେଳିଲା ମଜାକଲା ଆଉ ଛୁଟି ଦିନଟି କେମିତି କଟିଗଲା ଜାଣିପାରିଲାନି ।ସୀମା ଘରୁ ଆସି ଭାବିଲା ମୁଁ ହେଲେ ଯୌଥ ପରିବାରରେ ରହୁଥାନ୍ତି କି?କେତେ ଖୁସିରେ ଥାଆନ୍ତି ସତରେ।କିନ୍ତୁ ପିତା ମାତାଙ୍କୁ ଲିମା କହିପାରେନା କାରଣ ସେମାନେ ଜେଜେ ବାପା ଓ ଜେଜେ ମାଆ ଙ୍କୁ ଯେ, ବାର୍ଦ୍ଧକ୍ୟ ଆଶ୍ରମରେ ଛାଡିଛନ୍ତି...ଦାୟିତ୍ଵ ନ ନେବାକୁ।ଦାଦା ଖୁଡି ସହ ମତାନ୍ତର ହୋଇ ଆଜକୁ ୫ ବର୍ଷ ହେଲା ସେ ଗାଁ କଣ,ଦେଖିନି..କେମିତି ସମସ୍ତଙ୍କୁ ଏକାଠି କରିବ:ଭାବୁଥାଏ.. ଅନେକ ଚିନ୍ତାକରି ସୀମାର ସାହାଯ୍ୟ ଲୋଡ଼ିଲା ଆଉ ଡିନର୍ ପାଇଁ ତାର ବାପା ମାଆ ଙ୍କୁ ସୀମା ତାଙ୍କ ଘରକୁ ଡାକିଲା...ଲିମା ଆଉ ତା ମାଆ,ବାପା ରବିବାରରେ ସୀମା ଘରକୁ ଆସିଲେ। ତାଙ୍କ ପରିବାରର ସମସ୍ତଙ୍କ ମଧ୍ୟରେ ସ୍ନେହ,ପ୍ରେମ ଓ ସାହାଯ୍ୟ,ସହାନୁଭୂତି ଦେଖି ଲିମାର ବାପା ମୁଗ୍ଧ ହୋଇଗଲେ ଏବଂ ନିଜକୁ ବଦଳାଇବାର ସ୍ଥିର କଲେ। ଝିଅର ଇଛା ଓ ଆଗ୍ରହକୁ ଦେଖି ଗାଁ କୁ ଫେରି ଗଲେ ।ବାପା, ମାଆ ଙ୍କୁ ବାର୍ଦ୍ଧକ୍ୟ ଆଶ୍ରମରୁ ଫେରାଇ ଆଣିଲେ।ଏବେ ଲିମା ଗର୍ବରେ କହୁଛି ମୁଁ ଯୌଥ ପରିବାରରେ ରହୁଛି।ଆଉ ସୀମା ଲିମା ଦୁହେଁ କଲେଜ ଅଧ୍ୟୟନ ସାରି ଘରେ ଖୁସିରେ ରହୁଛନ୍ତି।ଦୁଇ ଜଣଙ୍କର ଯୌଥ ପରିବାରରେ ବିବାହ ଠିକ୍ ହୋଇଛି।


Rate this content
Log in

Similar oriya story from Inspirational