Kamalini Panigrahi

Inspirational

3  

Kamalini Panigrahi

Inspirational

ଆଦର୍ଶ ଜୀବନ

ଆଦର୍ଶ ଜୀବନ

2 mins
133


ଆଦର୍ଶ ଜୀବନର ସଜ୍ଞା ନିରୂପଣ କରିବା କଷ୍ଟସାଧ୍ୟ କାରଣ ଆଜି କାଲି ଆଦର୍ଶ ଜୀବନ ଯାପନ କେଉଁଠି, ବି ଦେଖାଯାଉନି।ପରସ୍ପର ହିଂସା,କ୍ରୋଧ,ପରଶ୍ରୀକାତରତା,ଚୋରି,ଧର୍ଷଣ,ହତ୍ୟା ଭଳି ବିଭିନ୍ନ ନାରକୀୟ ଘଟଣା ଘଟି ଯାଉଛି; ଯାହାର ମୂଳ କାରଣ ହେଉଛି ଆଦର୍ଶ ଓ ଶିକ୍ଷା ସଂସ୍କାରର ଅଭାବ ଯାହା ବର୍ତ୍ତମାନ ଦେଖା ଦେଉଛି।ଆଦର୍ଶ ଜୀବନ ଥିଲା ରାମାୟଣରେ ରାମଚନ୍ଦ୍ରଙ୍କର ଯାହା,ଆମେ ପୁସ୍ତକରେ ପଢିବାକୁ ଭଲପାଉ

ଆଦର୍ଶ ଥିଲା ଶ୍ରବଣ କୁମାର କିନ୍ତୁ ଆଜିର ଶିକ୍ଷା ପଦ୍ଧତି ଓ ନଗ୍ନ ଚଳଚ୍ଚିତ୍ର ସନ୍ଦର୍ଷଣ ଓ ଆରାମ ଓ ବିଳାସ ବ୍ୟସନ ଜୀବନ ହିଁ ଆଦର୍ଶକୁ ଜଳାଞ୍ଜଳି ଦେଇସାରିଲାଣି ପଦ ପଦବୀର ଲୋଭ ଆଉ ସ୍ବାର୍ଥହିଁ ଆଦର୍ଶକୁ ଦ୍ୱାହି ଦେଉଛି।ତେଣୁ ଆଦର୍ଶ ଜୀବନ ବିଷୟରେ ଏକ ଗଳ୍ପ ପଢ଼ିବା। ମୋନା ଗୋଟେ ଧନୀଘରେ ବିବାହ କରିଛି ।ଯିଏ ବାପା ମାଆଙ୍କର ଗୋଟେବୋଲି ଅଲିଅଳି ଝିଅ ମିଶ୍ର ସାର୍ ଚାକିରି କାଳରେ ଯାହା କିଛି ଧନ ରଖିଥିଲେ ସବୁକୁ ଖର୍ଚ୍ଚ କରି ଝିଅକୁ ଭଲ ବର ଓ ଭଲ ଘର ଦେଖି ବିବାହ କରାଇଲେ। କୌଣସିଥୀରେ ଅଭାବ କରିନାହାନ୍ତି।ହେଲେ ମୋନା ଆଜି ଖୁସିରେ ନାହିଁ ତାର ଶାଶୁଘରର ଚଳଣୀ ସମୂର୍ଣ୍ଣ ଅଲଗା ଥିଲା।ଯାହା ମୋନାକୁ ଆଦୌ ପସନ୍ଦ ନ ଥିଲା।ଘରର ପ୍ରାୟ ଲୋକ ମଦ୍ୟପ ଥିଲେ।ପାର୍ଟି, ଡାନ୍ସ,କ୍ଳବ୍ ଯିବାପାଇଁ ମୋନାକୁ ବାଧ୍ୟ କରାଯାଉଥିଲା ତାର ସ୍ବାମୀ ହିତେଶ ଏକ ବଡ଼ ବ୍ୟବସାୟୀ ଥିଲା ଯିଏ ସଂସ୍କାର କଣ? ଜାଣିବା ଦୁରେ ଥାଉ ତାର ସ୍ତ୍ରୀ ପାଇଁ ଟିକେ ଦୁଃଖ,ସୁଖ ହେବାପାଇଁ ସମୟ ମଧ୍ୟ ଦେଉନ ଥିଲା। ମୋନା ଥିଲା ସଂପୂର୍ଣ୍ଣ ଅଲଗା ପୂଜା,ନୀତି ରୀତି ବୋହୂର କାର୍ଯ୍ୟ ସବୁ ଠିକ୍ ଭାବରେ କରୁଥିଲା।ମୋନାର ନଣଦ ପ୍ରତିଦିନ ମଦ ପିଇକି ରାତି ଅର୍ଦ୍ଧରେ ଫେରୁଥିଲା ଆଉ କହିଲେ ଖରାପ୍ ବ୍ୟବହାର କରୁଥିଲା ମୋନାଲିସା କେବେ ହାର ମାନିଲାନି ସେ ତା ବାପାଙ୍କୁ ସବୁ ଜଣାଇଲା ଆଉ ମାଆ ଙ୍କ ନିର୍ଦ୍ଦେଶରେ କାର୍ଯ୍ୟ କରିବାକୁ ଲାଗିଲା ଶେଷରେ ତାର ସଂସ୍କାର ଓ ଆଦର୍ଶ ସେହି ପରିବାରର ସମସ୍ତଙ୍କୁ ବଦଳାଇ ଦେଲା।ଶେଷରେ ସେ ଗୋଟେ ସୁନା ସଂସାର ଗଢି ପାରିଲା ଓ ତାର ସ୍ବାମୀ ତାକୁ ବହୁତ୍ ସମୟ ମଧ୍ୟ ଦେଉଛନ୍ତି।ଶଶୁରଙ୍କର ଗୋଟେ ସୁନା ବୋହୂ ହୋଇପାରିଲା।ଏମିତି ଜଣେ ଜଣେ ଆଦର୍ଶ ବୋହୂ ମିଳିଲେ ଜୀବନ ସୁଖମୟ ହୋଇପାରିବ।


Rate this content
Log in

Similar oriya story from Inspirational