Kamalini Panigrahi

Others

3  

Kamalini Panigrahi

Others

ସେବା

ସେବା

1 min
211


ସମାଜରେ ସୁଗୁଣଯୋଗୁ ମନୁଷ୍ୟ ପ୍ରଶଂସିତ ହୁଏ ଓ ଦୂର୍ଗୁଣ ଯୋଗୁ ନିନ୍ଦିତ ହୋଇଥାଏ । ମନୁଷ୍ୟତ୍ୱର ପରିମାପକ ହେଉଛି ସୁଗୁଣ।ଦୟା,କ୍ଷମା, ଦାନ, ସାହାଯ୍ୟ ଓ ପ୍ରେମ ମନୁଷ୍ୟର ଏକ ଏକ ସୁପ୍ରବୃତ୍ତି ବା ସୁଗୁଣ। ସେବା ସେହିପରି ଏକ ସୁଗୁଣ। ଏହା ଏକ ସ୍ୱର୍ଗୀୟ ପ୍ରବୃତ୍ତି ଓ ଜୀବନର ବ୍ରତ। ଜୀବନର ମହତ୍ତ୍ଵ ସେବାରେ ହିଁ ବିକଶିତ ହୁଏ । ଏହି ସେବା ମାନବ ସେବା ଅଟେ।ଯଥାର୍ଥରେ କୁହାଯାଏ, ‘‘ମାନବସେବା ହିଁ ମାଧବ ସେବା ।

ମନୁଷ୍ୟ ସମାଜରେ ରହେ । ସମାଜର ସବୁ ମଣିଷ ସମାନ ନୁହନ୍ତି ।ଧନୀ,ନିର୍ଦ୍ଧନ, ସବଳ,ଦୁର୍ବଳ, ଅସହାୟ-ନିଃସହାୟ, ରୋଗୀ,ନିରୋଗି, ସ୍ପୂର୍ଶ୍ୟ_ଅସ୍ପୃଶ୍ୟ ବ୍ୟକ୍ତିକୁ ନେଇ ସମାଜ ଗଠିତ । ସମାଜରେ କଏ ବିଳାସବ୍ୟସନ ଓ ପ୍ରାଚୁର୍ଯ୍ୟ ଭିତରେ କାଳାତିପାତ କଲାବେଲେ ଅନ୍ୟ କେନ୍ଦ୍ର ଦୁଇଦିନରେ ମୁଠେ ଖାଇବାକୁ ପାଏନା । ସମାଜରେ ସମ୍ମାନିତ ତଥା ଉଚ୍ଚପଦାଧୁକାର ବ୍ୟକ୍ତିଙ୍କ ସହିତ ଘୃଣ୍ୟ, ଅବହେଳିତ ଓ ରାସ୍ତାକଡ଼ର ମଣିଷ ମଧ୍ୟ ଅଛନ୍ତି । ସମାଜର ଏହି ଅପାଂକ୍ତେୟ ଲେକମାନଙ୍କ ପାଇଁ ସେବା ଦରକାର । ଦଳିତ,ପତିତ ଓ ଅତ୍ୟାଚାରିତ ମଣିଷ ପାଇଁ ସେବା ଦରକୀର।ଭଗବାନ ନର ଦେହରେ ଭୂମିଷ୍ଠ ହୁଅନ୍ତି । ନର କି ନାରାୟଣ । ନାରାୟଣ ସେବା ହିଁ ଯଥାର୍ଥରେ ଇଶ୍ଵର ସେବା ।

ସେବାରେ ବିପଦଗ୍ରସ୍ତ ବ୍ୟକ୍ତିର ସେବା ହିଁ ପ୍ରକୃତ ସେବା । ବନ୍ୟା ଓ ଦୁର୍ଭିକ୍ଷ ପ୍ରପୀଡ଼ । ଜନତାରୁ ଅନ୍ନ ବସ୍ତୁ ଦାନ, ଔଷଧ ବିତରଣ ସେବ। ପଦବାଚ୍ୟ । ହଇଜା ବସନ୍ତ ଦି ରୋଗରେ ଆକ୍ରାନ୍ତ ଜନସାଧାରଣଙ୍କୁ ପଥ୍ୟ ଔଷଧ ଆଦି ଦାନ ଓ ସେମାନଙ୍କର ସେବାଶୁଶ୍ରୁଷା ଯଥାର୍ଥ ମାନବସେବା ଅଟେ । ଗୃହଦାନ,ଯୁଦ୍ଧକ୍ଷେତ୍ରରେ ଆହତ ଓ ମୁମୂର୍ଖ ଙ୍କୁ ସାହାଯ୍ୟ ସେବାର ଅନ୍ତର୍ଗତ । ସମାଜରେ ଥିବା ଅସ୍ପୃଶ୍ୟ ଓ ଦୁର୍ଗଳ ଶ୍ରେଣୀର ଉତ୍ଥାନ ପାଇଁ କାର୍ଯ୍ୟ କରିବାକୁ ମଧ୍ୟ ସେବା କୁହାଯାଏ । ସେବାର କ୍ଷେତ୍ର ବ୍ୟାପକ ଓ ପ୍ରଶସ୍ତ ।


Rate this content
Log in