STORYMIRROR

Kamalini Panigrahi

Others

4  

Kamalini Panigrahi

Others

ପୌରୁଷ

ପୌରୁଷ

2 mins
238

ରାମ ବାବୁଙ୍କ ବଡ ସଂସାର ଟିଏ। ଗୋଟେ ପୁଅ ହେଲେ ପାଞ୍ଚୋଟି ଝିଅ। କାରଣ ପୁଅକୁ ଅନାଇ ଅନାଇ ପାଞ୍ଚୋଟି ଝିଅ ହୋଇଛନ୍ତି। ରାମବାବୁଙ୍କ ଆର୍ଥିକ ଅବସ୍ଥା ଏତେ ସ୍ୱଚ୍ଛଳ ନୁହେଁ ପିଲାଙ୍କ ପାଇଁ ଏତେ ଖର୍ଚ୍ଚ କରିପାରିବେ।ସାମାନ୍ୟ ତେଜରାତି ଦୋକାନଟିଏ । ସେଥିରେ ସାତ, ଆଠ ପ୍ରାଣୀ ପରିପାଳିତ ହେବେ....ପୁଣି ଦୋକାନରେ ନିତି ନିତି ବାକି ନେଉଛନ୍ତି। ଏମିତି କଷ୍ଟେ ମଷ୍ଟେ ଚଳି ଯାଆନ୍ତି।କିନ୍ତୁ ଆଜିକାଲି ଯୋଉ ଭଳି ରେଟ୍ ବଢ଼ି ଚାଲିଛି; କେମିତି? ବା ଘର ଚଳାଇବେ। କେବଳ ପୁଅଟିକୁ ଟିୟୁସନ୍ କରୁଛନ୍ତି। ଲବାକି ସମସ୍ତେ ଘରେ ପଢନ୍ତି ନିଜ ଚେଷ୍ଟାରେ...ପୁଅ ରାକେଶ ବହୁତ୍ ପଢିଲା ଏବଂ ଚାକିରିଟିଏ ମଧ୍ୟ ପାଇଲା ସେ ପୁଣି ଆକାଉଣ୍ଟାଣ୍ଟ ଯାହା ହେଉ ଘରେ ସମସ୍ତେ ଖୁସି। କିନ୍ତୁ ଝିଅ ମାନଙ୍କ ବୟସ ବଢ଼ି ଚାଲିଛି କେବେ ବାହା ହେବେ ? ଜେଜେ ମା, ସେଇ କଥା ରାତିଦିନ। କହିଚାଲିଛନ୍ତି ଯେ....ଆରେ ଏବେତ ପୁଅ ଚାକିରି ପାଇଛି ବାପାଙ୍କ ସାହାସ ହେଉନି...ଆଜି କାଲି ପିଲା କ'ଣ ଭାବିବ କାଳେ? ବାପା ମୋ ଉପରେ ବୋଝ ଲଦି ଦେଉଛନ୍ତି।

  ବଡ ଝିଅର ଭଲ ପ୍ରସ୍ତାବ ଟିଏ ଆସିଥିଲା ବୋଲି ସିନା ବିନା ଖର୍ଚ୍ଚରେ ବାହା ଘର ହୋଇଗଲା ଏବେ ଚାରି ଝିଅଙ୍କ ପାଇଁ ଜମି ବାଡ଼ି ବିକ୍ରି କଲେବି ହେବନି । ପୁଅ ରାକେଶ କାନକୁ ଏ କଥା ଗଲା ସେ ସାଙ୍ଗେ ସାଙ୍ଗେ ବାପାଙ୍କୁ ଶାନ୍ତ୍ବନା ଦେଲା ବାପା ମୁଁ ଆଗରୁ ଲୋନ୍ ଆପ୍ଲାଏ କରିଛି। ବାପା ଟିକେ ଆଶ୍ବସ୍ତ ଲାଭ କଲେ। ପୁଅ ଆସ୍ତେ ଆସ୍ତେ ଚାରି ଭଉଣୀଙ୍କୁ ବିବାହ କରାଇଲା ଆଉ ଶେଷରେ ନିଜେ ମଧ୍ୟ ବିବାହ ବନ୍ଧନରେ ବାନ୍ଧି ହେଲା। ଚାରି ବର୍ଷ ଭିତରେ ବହୁତ୍ କିଛି ରାକେଶ କରିଛି ତାର କର୍ତ୍ତବ୍ୟ ଆଉ ଦାୟିତ୍ୱକୁ ସେ ଭଲ ଭାବରେ ତୁଲାଇଛି। ଲୋକମାନେ ତାକୁ ହୀରାଟିଏ ବୋଲି କହୁଛନ୍ତି । ଶେଷରେ ମା, ବାପା ତାକୁ ଛାଡ଼ି ଚାଲି ଯାଇଛନ୍ତି । ତାଙ୍କର ଶୁଦ୍ଧି କ୍ରିୟା ଭଲରେ ପୁରଣ କରିଛି। ଭଉଣୀ ମାନଙ୍କୁ ସୁବିଧା ଅସୁବିଧାରେ। ମଧ୍ୟ ଦେଖା ଶୁଣା କରୁଛି। ଏହାଠାରୁ ଆଉ କଣ ଦରକାର ଜଣେ ପୁରୁଷ ପାଇଁ ତାର ପୌରୁଷତ୍ବର ଏହି ତ ସଂଜ୍ଞା।

  


Rate this content
Log in