Kamalini Panigrahi

Inspirational

3  

Kamalini Panigrahi

Inspirational

ସଂସାର ବନ୍ଧନ

ସଂସାର ବନ୍ଧନ

2 mins
165



ଭଗବାନ୍ ଆମକୁ ୨୮ ଟି ଯୋନିପରେ ମଣିଷ ଜନ୍ମ ଦେଇଛନ୍ତି।ଯିଏକି ପୃଥିବୀର ଶ୍ରେଷ୍ଠ ଜୀବ ଭାବେ ପରିଗଣିତ। ଯିଏ ଭଲ, ମନ୍ଦ ନୀତି,ଅନୀତି ସବୁ କିଛି ଜାଣିପାରିବ ଓ ବୁଝିପାରିବ....କିନ୍ତୁ ମଣିଷ ସଂସାରର ବିଳାସ ବ୍ୟସନରେ ରହି ନିଜ ବିବେକ ଓ ନୀତିକୁ ନଷ୍ଟ କରିଦେଉଛି।ଶେଷରେ ସେ ବିଭୁଙ୍କ ସଙ୍କେତକୁ ଭୂଲି ଯାଉଛି।ନିଜର କର୍ତ୍ତବ୍ୟକୁ ଭୂଲି ଯାଉଛି।


  ମୋହ ମାୟା ସଂସାରରେ ଇନ୍ଦ୍ରିୟ ସୁଖକୁ ଆପଣା ମଣୁଚି।ପ୍ରଭୁଙ୍କ ମାୟାରେ ବଶୀଭୂତ ହୋଇ ସେ ସଂସାରର ବୋଝରେ ଅଣନିଶ୍ୱାସୀ ହୋଇଯାଉଛି। କିରଣର ଡାକକୁ ଭୁଲି ଦହିକ ସୁଖକୁ ଆପଣେଇଚି।


  ପ୍ରକାଶ ମଧୂପୁରୁର ଗୋଟେ ଗାଆଁରେ ରହୁଥିଲା।ପିଲାଟି ଦିନରୁ ଭଗବତ୍ ପ୍ରେମରେ ସେ ମଜ୍ଜିଯାଉଥିଲା।ବାଲ୍ୟ ଅବସ୍ଥାରେ ଜେଜେଙ୍କ ସହ ଠିଆ ପାଲା,ପୋଥିପାଲା, ପ୍ରବଚନ ଦେଖିବାକୁ ଯାଏ।କାରଣ ଜେଜେଙ୍କ ର ପ୍ରକାଶ ହାତ ବାରେଶି ଥିଲା।ସେ ତାଙ୍କ ନାତିକୁ ବହୁତ୍ ସ୍ନେହ କରନ୍ତି।ତେଣୁ ଯେଉଁ ଆଡ଼େ ଯାଆନ୍ତି ,ତାକୁ ସାଙ୍ଗରେ ହିଁ ନିଅନ୍ତି।ପିଲାଟି ଦିନରୁ ତାକୁ ଭାଗବତ୍ ପୁରାଣ ଆଦି ପଢିବାକୁ ବହୁତ୍ ଭଲଲାଗେ।ସଂସାରର ବନ୍ଧନ ଯେ 

 ଚିର ସ୍ଥାୟୀ ନୁହେଁ ସେ ବୁଝି ସାରିଥିଲା।ଏଠାରେ ସମସ୍ତେ ଜଣେ ଜଣେ କଳାକାର!!!!ଅଭିନୟ ସରିଲେ କେହି କାହାର ନୁହେଁ।ପୁଅର ଏପରି ଭାବନା ସବୁକୁ ଦେଖି ବାପା ଚିନ୍ତିତ ହେଲେ କାଳେ  ପାଠ ପଢା ଛାଡ଼ିଦେବ।କିନ୍ତୁ ସେ ଧର୍ଯ୍ୟ ନ ହରାଇ ପୁଅକୁ ସଂସାରର ସବୁସୁଖ ଦେଲେ।କିନ୍ତୁ ପୁଅର ସଂସାର ପ୍ରତି ବୈରାଗ ଭାବ ବଢ଼ିବାକୁ ଲାଗିଲା ପଛେ କମିବାର ଆସା ହିଁ ନ ଥିଲା।


  ଶେଷରେ ତାକୁ ବିବାହ କରିବାର ନିଷ୍ପତି ନିଆଗଲା।ନିଷ୍ପତି କୁ ପ୍ରକାଶ ଖଣ୍ଡନ କଲେ ମଧ୍ୟ ତାକୁ ବିବାହ ବନ୍ଧନରେ ବାନ୍ଧି ଦିଆଗଲା।ପରୀ ପରି ପତ୍ନିଟେ ପାଇ ମଧ୍ୟ ପ୍ରକାଶ ଉଦାସ ରହୁଥିଲା।ସଂସାରର ବନ୍ଧନ ତାକୁ ଅଣନିଶ୍ୱାସୀ କରି ଦେଉଥିଲା।ସତରେ ବିଧାତା ଇଙ୍ଗିତ କେହି ବୁଝି ପାରିଲେ ହେଲା।ପ୍ରଭୁଙ୍କ କରୁଣାର ବର୍ଷା ଯାହା ଉପରେ ଥରେ ପଡ଼ିଲା ତାର ଜୀବନ ଧନ୍ୟ ହୋଇଯାଏ।ସେ ସଂସାରର ସମସ୍ତ ବନ୍ଧନ ଛିନ୍ନ କରି ତାର ମୁକ୍ତିପଥର ଅନୁଗାମୀ ହୁଏ।ସେହିପରି ପ୍ରକାଶ ତାର ଦିବ୍ୟ ଭାବନା ଓ ଦିବ୍ୟ ଜ୍ୟୋତିର ପ୍ରକାଶରେ ଘରୁ ଲୁଚି ଯାଇ ବୈରାଗ୍ୟ ଗ୍ରହଣ କଲେ।ସଂସାରର ସମସ୍ତ ବନ୍ଧନକୁ ଚ୍ଛିନ୍ନ କରି

 ଯୋଗୀ ରୂପରେ ଜୀବନ ଅତିବାହିତ କଲେ।ତେଣୁ ଯିଏ ଯେଉଁ ଉଦ୍ଦେଶ୍ୟରେ ମର୍ତ୍ତ୍ୟକୁ ପ୍ରଭୁଙ୍କ ଇଚ୍ଛାରେ ଆସିଛି ସେସେହି କର୍ତ୍ତବ୍ୟ ହିଁ ନିଭାଇ ଥାଏ।ସଂସାର ବନ୍ଧନ ବଡ ବିଚିତ୍ର ସେଠୁ ବାହାରିବା ବହୁତ୍ କଷ୍ଟ।ଆଉ ଯିଏ ବାହାରି ଗଲା...ତା,ଜୀବନ ସାର୍ଥକ ହୋଇଯାଏ।

 


Rate this content
Log in

Similar oriya story from Inspirational