Kamalini Panigrahi

Inspirational

2  

Kamalini Panigrahi

Inspirational

ମା ଓ ଶାଶୁ

ମା ଓ ଶାଶୁ

3 mins
43



ଶାଶୁ ଓ ମାଆ ଦୁଇଜଣ ଆମ ଜୀବନର ଦୁଇଟି ମୁଖ୍ୟ ଅଙ୍ଗ । ଯାହାଙ୍କୁ ନେଇ ଆମ ଜୀବନର ଚଲାପଥ କୁସୁମିତ ହୋଇଥାଏ । ଜଣେ ଜନ୍ମଦାତ୍ରୀ 'ମା' ଯିଏ ଆମକୁ ଦଶମାସ ଗର୍ଭରେ ଧାରଣ କରି ଛୋଟରୁ ଅତି ଯତ୍ନରେ ଆମର ଅଳି, ଅର୍ଧଳୀ ସହି ଆମକୁ ଶିକ୍ଷା,ସଂସ୍କାର,ନୀତି,ଆଦର୍ଶ ଓ ସାମାଜିକ ଜ୍ଞାନର ମୂଲ୍ୟବୋଧ ବିଷୟରେ ଅବଗତ କରାଇଥାଏ ସେ ଆମର ସବୁଠୁ ନିଜର ହୋଇଥାଏ । ଛାତିକୁ ପଥର କରି ସେ ତାର ଝିଅଟିକୁ ଶାଶୁ ଘରକୁ ବିଦାୟ ଦେଇଥାଏ । କିନ୍ତୁ ଶାଶୁ ଘରେ ଆଉ ଜଣେ ମା ମିଳନ୍ତି ଯିଏ ଆମ ପାଇଁ ଆହୁରି ଶ୍ରେଷ୍ଠ ପାଲଟି ଯାଆନ୍ତି । କାରଣ ଆମକୁ ସେଠି ଜୀବନ ସାରା ରହିବାକୁ ହୁଏ । ସତରେ କେତେ ବିଚିତ୍ର ଏ ଝିଅ ଜନ୍ମ ସତେ । ଯଦି ଭଲ ଶାଶୁଟିଏ ଝିଅ ପାଏ ତେବେ ଜୀବନ ସୁଖମୟ ହୋଇଯାଏ । ଯିଏ ଆମର ସବୁ ଭୁଲକୁ କ୍ଷମାକରି ଆମକୁ ଘରର ନୀତି,ଆଦର୍ଶ,ଚାଲି, ଚଳଣ ସବୁ କିଛି ସ୍ନେହ ଓ ଶ୍ରଦ୍ଧାରେ ଶିଖାଇ ଥାଆନ୍ତି; ଠିକ୍ ଗୋଟେ ମା ପରି!!!!!

 ଆମେ ସେହି ବିଷୟରେ ଗୋଟିଏ ଗପ ପଢ଼ିବା । କୁନି ପାଠ ପଢିବାକୁ ବହୁତ୍ ଭଲପାଏ । ହେଲେ ନାରାୟଣ ବାବୁ ପାଠ ପଢ଼ାଇବାକୁ ଅସମର୍ଥ!!!!କାରଣ ସିଏ ଜଣେ ମଧ୍ୟବିତ୍ତ ପରିବାରର ବ୍ୟକ୍ତି; ଯାହାର ଉପରେ ଛଅ ଟି ପିଲାଙ୍କ ଦାଇତ୍ୱ ତା ସହିତ ନିଜ ବୁଢ଼ୀ ମା!!ଏମିତି ପତ୍ନୀକୁ ମିଶାଇ ଆଠଜଣ ମଣିଷଙ୍କ ଭରଣ, ପୋଷଣର ଦାୟିତ୍ଵ । କେତେ ବା; ରୋଜଗାର ତାଙ୍କର.. ବହୁ କଷ୍ଟେ ମଷ୍ଟେ ପରିବାର ଚଳିଯାଏ । ଆଉ ଛୁଆଙ୍କୁ ପଢ଼ାଇବେ ବା; କେମିତି କୋଉଠୁ ଆଣିବେ ଏତେ ଟଙ୍କା । କିନ୍ତୁ କୁନି ଥିଲା ବଡ ଝିଅ ମାତ୍ର ତାର ସ୍ୱପ୍ନ ଥିଲା ଆକାଶ ଛୁଆଁ!!!!!ସିଏ ଜଣେ ଆଇ.ଏ.ଏସ୍ ଅଫିସର ହେବାକୁ ଚାହେଁ । ପିଲାବେଳୁ ବିନା ଟିଉସନରେ ସିଏ ଶ୍ରେଣୀରେ ପ୍ରଥମ ହୁଏ । ମାଗି, ଯାଚି ପାଠ ପଢେ । ହେଲେ ବାପାଙ୍କୁ ପଇସା ମାଗେନି । ଦଶମରେ ସିଏ ପ୍ରଥମରେ ଉତ୍ତୀର୍ଣ୍ଣ ହୋଇଛି ହେଲେ ଉଚ୍ଚ ଶିକ୍ଷା ପାଇଁ ବହୁତ୍ ଟଙ୍କା ଆବଶ୍ୟକ । କଣ, କରିବ ତା ଠାରୁ କମ୍ ମାର୍କ ରଖିଥିବା ପିଲାମାନେ ନାମ ଲେଖାଇଲେ ଯେ..କୁନି ବାଧ୍ୟ ହୋଇ ବାପାଙ୍କୁ ଜଣାଇଲା ଆଉ କିଛି ପଇସା ରଖିଥିବା ସରାଗାତରୁ ମା କିଛି ଟଙ୍କା ଦେଲେ ଯାହେତୁ ଝିଅର ସ୍ୱପ୍ନ ଅଛୁ ପଢିବାକୁ । ଶେଷରେ ସେ ନାମ ଲେଖାଇଲା ଆଉ ଛୋଟ ପିଲାଙ୍କୁ ଟୁସନ କରି ପଢିଲା । କୌଣସି ବାଜେ ଖର୍ଚ୍ଚ ନ କରି ବହୁତ୍ ପାଠ ପଢିଲା ମା ରାତି ଦିନ ସିଲେଇ କଲେ । ବାପା ବାହାଘର ଠିକ୍ କଲେ କାରଣ ତା ପଛକୁ ତାର ଭଉଣୀ ମାନେ ବି ଅଛନ୍ତି ନା,କିନ୍ତୁ କୁନି ମନା କଲେ ମଧ୍ୟ ବାପା ବାଧ୍ୟ କରି ବିବାହ କରାଇଦେଲେ । ପୁଅ ଯେ ଉଚ୍ଚ ଶିକ୍ଷିତ ପୁଣି ଯୌତୁକ ନାହିଁ ବାପା ସୁଯୋଗ ଛାଡ଼ିଲେନି ବିବାହ ଠିକ୍ ହେଲା ଓ ହେଲା ମଧ୍ୟ । ମା ନିଜ ଝିଅକୁ ଛାଡି ବହୁତ୍ ଦୁଃଖରେ ଥିଲେ ମୋ ଝିଅର ସ୍ୱପ୍ନ ସବୁ ଧୂଳିସାତ ହୋଇଗଲା । କିନ୍ତୁ ଶାଶୁ ଘରେ କୁନିକୁ ଏକ ଆଶାର କିରଣ ମିଳିଗଲା ଯିଏ ଥିଲେ ତାର ଦ୍ୱିତୀୟ ମା ତାର ଶାଶୁ...ସେ କେବେବି ବିଶ୍ୱାସ କରିନଥିଲା ତାର ଶାଶୁ ଏତେ ଭଲ ହୋଇଥିବେ । ବହୁତ୍ ସ୍ନେହୀ କୁନିକୁ ନିଜ ଝିଅ ପରି ଦେଖୁଥିଲେ ଆଉ ବହୁତ୍ ଭଲପାଉଥିଲେ ମଧ୍ୟ । ତାର ସ୍ୱପ୍ନ କଥା ଶୁଣିପାରିଲେ ଆଉ ମହା ବିଦ୍ୟାଳୟରେ ନାମ ଲେଖାଇ କୁନିକୁ ପଢ଼ାଇଲେ ଆଉ କୁନି ମଧ୍ୟ ପାଠ ସହିତ ଘରର କାମ ତଥା ଗୋଟେ ବୋହୂର କର୍ତ୍ତବ୍ୟ ଠିକସେ ପୁରା କରୁଥିଲା । ଶେଷରେ ମଆ ପରି ଶାଶୁ ପାଇ ତା ଜୀବନ ଧନ୍ୟ ହୋଇଗଲା ସେ ଜଣେ ଆଇ. ଏ.ଏସ ଅଫିସର ହୋଇପାରିଲା । ଶେଷରେ ଏତିକି କହିବି ଆମେ ଯେମିତି ଆମକୁ ସେହିପରି ଲୋକହିଁ ମିଳିବେ ଆମେ କାହାକୁ ଖରାପ୍ ବ୍ୟବହାର ଦେଖାଇଲେ ଆମେ ଖରାପ୍ ହିଁ ପାଇବା । କୁନିର ଉତ୍ତମ ବ୍ୟବହାର ଶାଳୀନତା ଯେ କୌଣସି ମଣିଷକୁ ପରିବର୍ତ୍ତନ କରିଦିଏ । କୁନି ପାଇଥିବା ଶାଶୁ ପରି ଯଦି ସମସ୍ତଙ୍କୁ ମିଳି ପାରିବ ସତରେ କେତେ ଭଲ ହୁଅନ୍ତା । 



Rate this content
Log in

Similar oriya story from Inspirational