ଅକୁହା କଥା
ଅକୁହା କଥା


ଯେଉଁ କଥା ହୃଦୟରେ ରହି କଷ୍ଟ ଦିଏ କିନ୍ତୁ କହି ହୁଏନା।ସେ ଅକୁହା କଥା। ଯାହା ମନ ଆଇନାରେ କେବଳ ଦେଖିହୁଏ।
ଏହି ଅବ୍ୟକ୍ତ ବେଦନା ଶରୀରର ପ୍ରତ୍ୟେକ ସ୍ଥାନକୁ ଫୋଡ଼ି ଚାଲେ। ପ୍ରକାଶ ଏବେ ବି ଜଳୁଛି ଅତୀତର ସେହି କଳା ରାତ୍ରିର ଛାୟାକୁ ଦେଖି।ଯାହା,ପ୍ରକାଶ ଜୀବନ ର ଗତି ପଥକୁ ନିମିଷକରେ ବଦଳାଇ ଦେଇଥିଲା।ସେ,କଥା ଭାବିଲେ ପ୍ରକାଶ ର ଦେହ ଥରି ଯାଏ।କେତେ ବଡ଼ ଦୁର୍ଘଟଣା ତା ଜୀବନର ସତେ,ବିଜେପି କଲେଜରେ ପ୍ରକାଶ ପଢ଼େ।ଆଉ ତାର ଜାଆଁଳା ଭାଇ ବିକାଶ ମଧ୍ୟ ପଢ଼େ ପ୍ରକାଶ ପଢା ପଢ଼ିରେ ଟିକେ ଆଗୁଆ କିନ୍ତୁ ବିକାଶର କେବଳ ସାଙ୍ଗ ସାଥି ବୁଲା, ପାର୍ଟି ଯିବା,କ୍ଳବ୍ ଯିବା ମଦ ପିଇବା ଇତ୍ୟାଦି କିନ୍ତୁ ରତିକାନ୍ତ ବାବୁ (ପ୍ରକାଶ ବାପା)ଏ ସବୁ ଜାଣନ୍ତିନି। ଦୁଇ ପୁଅଙ୍କୁ ଗୋଟିଏ କଲେଜରେ ନାମ ଲେଖାଇ ସେ ବହୁତ୍ ଖୁସି ଥିଲେ।ପ୍ରକାଶ ସବୁ ଜାଣି ମଧ୍ୟ କହି ପାରେନା। କାଳେ ବିକାଶ ମାଡ଼ ଖାଇବ ବାବାଙ୍କ ଠାରୁ। ଏମିତି କିଛି ଦିନ ଗଲା । ହଠାତ୍ ପ୍ରକାଶ ବିକାଶ ସହ ରୋଜିକୁ ଦେଖିଲା ଯିଏ ତାର ପିଲାବେଳ ସାଙ୍ଗଥିଲା ଯାହାକୁ ପ୍ରକାଶ ମନେ ମନେ ଭଲ ପାଇଥିଲା। ହଠାତ୍ ରୋଜି ଏଠି ? ବିକାଶ ରୋଜି କ,ଣ ଏଠାକୁ ଆସିଛି ?ବିକାସ କହିଲା ସିଏ ଏହି କଲେଜରେ ପଢୁଛି।ପ୍ରକାଶ କିଛି ନ କହି ଚାଲିଗଲା।ସେ ଜାଣିବାକୁ ପାଇଲା ରୋଜି ବିକାଶ ସହିତ ବୁଲା ବୁଲି କରୁଛି।ସେ ତାର ମନକୁ ବୁଝାଇଦେଲା।ଆଉ ନିଜ ଭବିଷ୍ୟତ ସ୍ୱପ୍ନ ପୂରଣରେ ଲାଗିପଡିଲା।ତାକୁ ଏ, ପ୍ରେମରୁ ବା କ,ଣ ମିଳିବ ବାପାଙ୍କ ସ୍ୱପ୍ନ ତାକୁ ପୂରଣ କରିବାକୁ ପଡ଼ିବ। ପ୍ରକାଶର ରେଜଲ୍ଟ ବାହାରିଛି ସିଏ କଲେଜରେ ଟପର ହୋଇଛି। ପ୍ରକାଶର ରେଜଲ୍ଟ ବାହାରିବା ପରେ ବାପା ହାୟର
ଷ୍ଟଡି ପାଇଁ ପ୍ରକାଶର ଦିଲ୍ଲୀ ପଢ଼ିବା ପାଇଁ ଟିକେଟ ବୁକ୍ କରିଛନ୍ତି। ଆଉ ଦୁଇଦିନରେ ପ୍ରକାଶ ଯିବ ମନରେ କେତେ ଆସା ଓ ବିଶ୍ୱାସ ରଖିଛି ଯେ ଗୋଟେ ଭଲ ଡାକ୍ତର ହେବ ଏହି ଖୁସିରେ ସେ ଷ୍ଟେସନ୍ ଯାଇଛି।ହଠାତ୍ କାହାର ଚିତ୍କାର ଆସିଲା।ପ୍ରକାଶ ବ୍ୟତିବ୍ୟସ୍ତ ହୋଇ ସେହି ଦିଗକୁ ଦୌଡ଼ି ଗଲା ସେ ଯାହା ଦେଖିଲା ନିଜ ଆଖିକୁ ବିଶ୍ୱାସ କରିପାରିଲାନାହିଁ।ତା, ଭାଇ ବିକା ଦୁଇଜଣ ପୁଅଙ୍କୁ ଧରି ରୋଜିକୁ ଛି, ଛି ଏତେ ଅମଣିଷ ଗୋଟେ ତା,ଭାଇ ସିଏ ଆଶ୍ଚର୍ଯ୍ୟ ହୋଇଗଲା।ସେମାନଙ୍କ ସହିତ ଲଢେଇ କରି ଫିଲ୍ମର ହିରୋପରି ରୋଜିକୁ ବଞ୍ଚାଇଲା ବିକାଶ ପେଟେ ମଦ ପି,ଥିବାରୁ କିଛି ଜାଣିପାରିଲା ନାହିଁ।ପୋଲିସ ଆସି ତାକୁ ଆରେଷ୍ଟ କରି ନେଇଗଲା ହେଲେ, ରୋଜିର ଅବସ୍ଥା ପାଇଁ ଘରର ସମ୍ମାନ ରଖିବାକୁ ଯାଇ ପ୍ରକାଶ ବାଧ୍ୟ ହୋଇ ରୋଜି ମୁଣ୍ଡରେ ସ୍ବପ୍ନକୁ ଜଳା ଞ୍ଜଳୀ ଦେଇ ସିନ୍ଦୂର ପିନ୍ଧାଇ ପତ୍ନିରୁପେ ସ୍ବୀକାର କଲା।ଯେଉଁଥିପାଇଁ ତାକୁ ଆଜିପର୍ଯ୍ୟନ୍ତ କଷ୍ଟରେ ବଞ୍ଚିବାକୁ ପଡୁଛି। ନା କହି ପାରୁଛି ନା ସହି ପାରୁଛି ନିଜ ଲୁହକୁ ନିଜେ ପୋଛି ପୋଛି ହୃଦୟରେ କେବଳ କାନ୍ଦୁଛି ସିନା ଏହି ଅକୁହା କଥାକୁ କାହା ଆଗରେ ପ୍ରକାଶ କରିପାରୁନି ।