STORYMIRROR

Kamalini Panigrahi

Others

3  

Kamalini Panigrahi

Others

ଗୃହ ଲକ୍ଷ୍ମୀ

ଗୃହ ଲକ୍ଷ୍ମୀ

2 mins
212

ରମା ମାଉସୀ ସାତ ବର୍ଷ ଦିନରୁ ବାହା ହୋଇ ଆସିଛି ଯେ,ଆଉ ପଛକୁ ଫେରିଚାହିଁ ନି ପଡିସା ଘର ଲୋକ କୁହନ୍ତି;ମଉସା କୁଆଡେ଼ ରୀକ୍ସାରେ ବସିକି ଢ଼ାଉଁ ଢାଉଁ ବାଜା ବଜାଇ ମାଉସୀକୁ ବାହା ହୋଇଥିଲେ ।ପାରିକୁଦରେ ମାଉସୀ ବାପ ଘର ବେଶୀ ସମୟ ଯାଇପାରେନା ଦୁଃଖ ସୁଖ ସବୁ ସହି ପଡ଼ିଥାଏ ଶାଶୁଘରେ।ଶାଶୁ ବିନାକାରଣରେ ଝଗଡ଼ା ଲଗାଇ ମାଉସୀକୁ ଗୋଇଠା,ଚାପୁଡ଼ା ମାରେ ହେଲେ ମାଉସୀ କିଛି କୁହେନି ସବୁ ସହିଯାଏ।ପୁଅକୁ ଲଗାଇ ବୁଢ଼ୀ ମିଛ ସତ କହି ଟାଙ୍କାକ ଛେଚା ଖୁଆଏ।ମାଡ, ଗାଳୀ ଖାଇ ମଧ୍ୟ ମଉସାକୁ କିଛି ଉତ୍ତର ଦିଏନି। ବେଶୀ ମାଡ଼ ଖାଏ ରୋଷେଇ ସମୟରେ ରୋଷେଇ କଲା ବେଳେ ଯଦି ଟିକେ ଘୂମାଇ ଦିଏ;ତେବେ ମାଡ଼ ବସେ। କେମିତି? ବା, କରିବ ଖେଳ କୁଦ ସମୟରେ ଯଦି ରୋଷେଇ କରିବ ତାହେଲେ ଟଳି ବନି ତ କ'ଣ କରିବ?ମାଉସୀ ୧୪ ବର୍ଷ ପରେ ମାତୃତ୍ଵ ଲାଭ କଲା।କ,ଣ ନା ୪ଟି ଝିଅ ଆଉ ୨ଟି ପୁଅ ଘରେ ଖାଇବାକୁ ୯ ଜଣ ପ୍ରାଣୀ ସମସ୍ତଙ୍କର ଭରଣ ପୋଷଣ କରିବା ମଉସାଙ୍କ ସ୍ୱଳ୍ପ ରୋଜଗାରରେ ସମ୍ଭବ ହୁଏନା।ସେଥିପାଇଁ ମାଉସୀ ପରଘରେ କାମ କରି ପିଲାଙ୍କ ପାଠ ପଢା ଖର୍ଚ୍ଚ ଉଠାଏ। ସମସ୍ତଙ୍କୁ ସମାନ ଭାବରେ ଦେଖେ।କାହାକୁ ପାତର ,ଅନ୍ତର କରେନା।ଘର କାମ ସାରି ପରଘରେ କାମ କରିବାକୁ ଚାଲିଯାଏ। ମଉସାଙ୍କ ସହ କାନ୍ଧରେ କାନ୍ଧ ମିଳାଇ ବିଲରେ ପିଲାଙ୍କ ମୁହଁରେ ଟିକେ ଦାନା ଦେବା ପାଇଁ ଖଟେ।ସେଥିରେ ମାଡ,ଗାଳି ମଧ୍ୟ ଖାଏ। ବହୁତ୍ କଷ୍ଟରେ ଜୀବନ ଯାପନ କଲେ, ବି କାହାକୁ ନିଜ ଦୁଃଖ ବାଣ୍ଟି ପାରେନା। ଏଥି ଭିତରେ ଶାଶୁ ମଧ୍ୟ ଚାଲିଗଲେ ଆର ପାରୀକୁ ଝିଅ ପୁଅ ସମସ୍ତଙ୍କୁ ଆର୍ଥିକ ଅନାଟନରେ ରହି ମଧ୍ୟ ବିବାହ ସଂପାଦନ କରିଛି ରମା ମାଉସୀ।ନିଜର ତ୍ୟାଗ,ଭଲ ପାଇବା,ସହ୍ୟ ଶକ୍ତି ଦ୍ଵାରା ସେ ସମସ୍ତଙ୍କୁ ନିଜର କରିପାରିଛି।ଆଜି ରମା ମାଉସୀ ୭୦ ବର୍ଷରେ ପଦାର୍ପଣ କରିଛି।ମଉସାଙ୍କର ସେବା କରୁଛି।ସ୍ବାମୀ ଇହ କାଳ ଓ ପର କାଳର ଦେବତା !ତାଙ୍କ ସେବା କରିବନିତ କାହାର କରିବ?ବୟସର ବଗିଚାରେ ଫୁଲ ପରି ମଉଳି ଗଲେ,ବି ରମା ମାଉସୀ କେବେ କର୍ତ୍ତବ୍ୟରେ ଅବହେଳା କରୁନି। ସେଥି ପାଇଁ ଗାଁ ଲୋକେ କୁହନ୍ତି ପ୍ରକୃତରେ ଗୃହ ଲକ୍ଷ୍ମୀ ହେବ, ତ କେବଳ ରମା ମାଉସୀ ପରି । 


Rate this content
Log in