Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Goutam Mohanty

Inspirational

3  

Goutam Mohanty

Inspirational

ଉଯୁଡ଼ା ଦିଗନ୍ତ

ଉଯୁଡ଼ା ଦିଗନ୍ତ

6 mins
213



ସହଳ ସହଳ ଗାଁରୁ ବାହାରିଲି ଷ୍ଟେସନ ଆଡକୁ । ଟ୍ରେନ ଏଗାରଟାରେ ପାର କରିବ ଷ୍ଟେସନ । ସମୟେ ସମୟେ ଶୀଘ୍ର କିମ୍ବା ବିଲମ୍ବ ହେଇ ଯାଏ । ତେଣୁ ଘଣ୍ଟାଏ ଦେଢ଼ ଘଣ୍ଟା ପୂର୍ବରୁ ପହଞ୍ଚି ବାକୁ ପଡିବ ଷ୍ଟେସନରେ । ଛୋଟିଆ ଷ୍ଟେସନଟି ହରିଦାସପୁର । ଲୋକାଲ ଟ୍ରେନ ରୁକେ । ଗାଁରୁ ଛଅ କିଲୋ ମିଟର ଦୂର। ପାଦଚଲା ରାସ୍ତା ଦୁଇ ଘଣ୍ଟାର । ଉତ୍ସାହିତ ଥିଲି । ପାଦ ଚାଲିବାର ଅଭ୍ୟାସ ନାହିଁ । ସାଇକଲ ଧରି ଯିବାକୁ ଭଲ ଲାଗିଲାନି। କାମ କାର୍ଯ୍ୟରେ ବ୍ୟସ୍ତ ରହି ଭୁଲି ଯାଇଥିଲି ଜୀବନକୁ । ଏବେ ରିଟେୟାରମେଣ୍ଟ ପରେ ସବୁ ଯେମିତି ମନେ ପଡୁଛି ।ଏକୁଟିଆ ଓ ନିଛାଟିଆ ଲାଗୁଚି । ଜୀବନର ଗତି କେଉଁ ମୋଡ଼ରେ କେମିତି ମୋଡି ହେଇ କୁଆଡେ ନେଇ ଗଲା ଜାଣି ପାରିଲିନି ।


       ଯିଏ ଆଗରେ ପଡିଲା ସେଇଆକୁ ନିଜର କରି କର୍ତ୍ତବ୍ୟ କରିଚାଲିଲି । ଯିଏ ଉପକୃତ ହେଲା ସିଏ ମୋ ନାଁକୁ ସମ୍ମାନରେ ଗାଇ ବୁଲିଲା ଆଉ ଯାହାର ଉଣା ହେଲା ସିଏ ମୁହଁ ମୋଡ଼ିଲା କଥା ହେଲାନି । ଅପ ପ୍ରଚାର କଲା। ସଭିଙ୍କୁ ନିଜର କରୁକରୁ ଅବସର ନେଲି । ବୟସ ବଢ଼ିଲା ବେଳକୁ କାହିଁ ଆଗଭଳି ଶ୍ରଦ୍ଧା ମିଳିଲାନି । ଏକାନ୍ତ ସବୁବେଳେ ଘର କରୁଥିଲା । ରାସ୍ତା ସରିଗଲା ଏସବୁ ଭାବି ଭାବି । ଶେଷରେ ଷ୍ଟେସନ ପହଞ୍ଚି ଗଲି । 


    ଶାନ୍ତ ଛୋଟ ଷ୍ଟେସନ ଟିଏ । କାଁ ଭାଁ ଯାତ୍ରୀ ଅପେକ୍ଷା କରିଛନ୍ତି ଲୋକଲ ଟ୍ରିନକୁ । ଜଣେ ଦି ଜଣ ଫେରିବାଲା ଚଣା ସୋଲା ଭଜା ବିକୁ ଥାଆନ୍ତି ।ପେଡା ଵାଲା ଟିଏ ଚିଲ୍ଲେଇ ଚିଲ୍ଲେଇ ପେଡା ବିକୁଥାଏ। ମୁଁ ଷ୍ଟେସନ ଟ୍ୟାପରୁ ପାଣି ମୁନ୍ଦାଏ ପିଇଲି । ଗଛତଳ ଛାଇରେ ଏକ ଷ୍ଟେସନ ବେଞ୍ଚ ଉପରେ ବସି ପଡ଼ିଲି । ଟ୍ରେନ ଆସିବାକୁ ଆହୁରି ଦେଢ଼ଘଣ୍ଟା ଅଛି ।


    ଜୀବନର ନବରଙ୍ଗକୁ ଦୋହରେଇଲି ଏ ଷାଠିଏ ବର୍ଷ ବୟସରେ । ଭଲ ପାଠ ପଢ଼ିଲି । ଭଲ ଚାକିରୀ କଲି । ପୁରା ପରିବାରରେ ମୁଁ ଏକ ଉଚ୍ଚ ଶିକ୍ଷିତ,ଅଧ୍ୟାପକ ଚାକିରୀ,ଭଲ ରୋଜଗାରୀ ତଥା ଏକ ସମ୍ମାନୀୟ ବ୍ୟକ୍ତି ଭାବରେ ମୋର ପରିଚୟ ହେଲା । ବାପା ବୋଉ ଭାଇଭଉଣୀ ସମସ୍ତେ ମୋତେ ଆଦର କଲେ । 


     ବିବାହ ପ୍ରସ୍ତାବ ଆସିଲା । ପ୍ରସ୍ତାବ ଦୂରରୁ ଥିଲା ତଥା ପିଲା ଉଚ୍ଚ ଶିକ୍ଷିତ ଥିଲା ଓ ଶିକ୍ଷୟତ୍ରୀ ବି ।ମୁଁ ହିଷ୍ଟ୍ରି ପ୍ରଫେସର ଭାବରେ ନୂଆନୂଆ  ଜଏନ କରିଥିଲି ଆମ ଗାଁ ପାଖ କଲେଜରେ । ବାପା ପ୍ରସ୍ତାବ କୁ ମଞ୍ଜୁରୀ ଦେଲେ , ଭାଇମାନେ ବି ହଁ କହିଲେ । ବିବାହ ହେଲା । ବିବାହର ଛଅମାସ ସୁରୁଖୁରୁରେ ବିତିଲା । ପତ୍ନୀ ସଙ୍ଗୀତାଙ୍କର ଜିଦଥିଲା ଯେ ଆମେ ଏକାଠି ରହିବା ତମେ ମୋ ଗାଁ ପାଖ କଲେଜକୁ ଟ୍ରାନ୍ସଫର କରିନିଅ କିନ୍ତୁ ଭାଇ ମାନକୁ ଓ ପରିବାରକୁ ଆମେ ପୂର୍ଣ ଆର୍ଥିକ ସାହାଯ୍ୟ କରିବା । ମୁଁ ରାଜି ହେଲିନି। ମୋର ଇଚ୍ଛା ଥିଲା ,ବହୁ କଷ୍ଟରେ ଭାଇମାନେ ମୋତେ ପାଠ ପଢେଇଛନ୍ତି ।ମୁଁ ଭାଇ ମାନଙ୍କ ସହିତ ରହିବି । ବାପା ଅଛନ୍ତି । କେମିତି ଛାଡି ରହିବି ? ସଙ୍ଗୀତା ତାଙ୍କ ଚାକିରୀ ଛାଡିବାକୁ ରାଜି ନଥିଲେ । ତାଙ୍କ ଚାକିରୀ ବାଲେଶ୍ଵରର ଜଳେଶ୍ବରରେ । କେବେ କେମିତି ମାସରେ ଥରେ ଆସନ୍ତି କିନ୍ତୁ ଝଗଡା ,ଅଶାନ୍ତିରେ ଫେରି ଯାଆନ୍ତି । ମୁଁ ମୋ ପରିବାରକୁ ଆଗ କଲି ସେ ତାଙ୍କ ସ୍ୱାଭିମାନକୁ ଆଗ କଲେ । ଧୀରେ ଧୀରେ ସଙ୍ଗୀତା ଆସିବା ବନ୍ଦ କରିଦେଲେ ଆମ ଘରକୁ।ମୁଁ ବି ଖୋଜ ଖବର ନିଏନି । ସମୟ ବହି ଚାଲିଲା । ଗାଁରେ ବଡ ଘରଟିଏ କଲି ।ଭାଇମାନଙ୍କ ପିଲା ଛୁଆଙ୍କୁ ପଢେଇଲି । ଭାଇ ମାନଙ୍କ ଦାୟିତ୍ଵ ନେଲି । ବାପା ଅସୁସ୍ଥ ହେଇ ପଡିଲେ । ବାପା ବେଳେବେଳେ ପାଖକୁ ଡାକି କୁହନ୍ତି ହରି ! ବୋହୁ ପାଖକୁ ଯାଆ। ଏକୁଟିଆ ରହୁଛି । ତୁ ତୋ ଜୀବନ କାହିଁକି ମାଟି କରୁଛୁ ! ପିଲାବେଳୁ ବୋଉ ହରେଇ ଥିଲି । ମୁଁ ଜବାବ ଦିଏନି ବାପାଙ୍କୁ ନା କେବେ ଜଳେଶ୍ବର ଯାଇ ସଙ୍ଗୀତାକୁ ମିଳିବାକୁ ପ୍ରୟାସ କରିନି । ବାପାଙ୍କ ଦେହାନ୍ତ ହେଲା ।ବାପାଙ୍କ କ୍ରିୟା କର୍ମରେ ସଙ୍ଗୀତା ଆସିଲା । ଚାରି ପାଞ୍ଚ ଦିନ ରହିଲା । ସବୁ କାମ ମିଳିମିଶି କଲୁ । ସଙ୍ଗୀତା ବି ଖୁବ ଖର୍ଚ୍ଚ କଲା ବାପାଙ୍କ କାମରେ ।  


    କାମ ସରିଗଲା । ମୁଁ ସଙ୍ଗୀତାଙ୍କୁ ପଚାରିଲି । ତମେ ରହି ଯାଅ ଏଠି ।ଆମର ଚାକିରୀ ଦରକାର ନାହିଁ । ସେତେବେଳକୁ ମୋର ହେଡ ଅଫ ଡିପାର୍ଟମେଣ୍ଟ ହିଷ୍ଟ୍ରି ପୋଷ୍ଟିଂଗ ହେଇଗଲାଣି । ସଙ୍ଗୀତା ଟିକେ ନରମ ହେଇ କହିଲା । ବାହାଘର ଆଠ ବର୍ଷ ବିତି ଗଲାଣି । ତମେ ଯାହା କରୁଛ ଠିକ କରି ଚାଲିଛ ।ମୁଁ ବି ଠିକ ଅଛି । ତମେ ପରିବାର ପାଇଁ ବଳିଦାନ ଦେଇଚାଲିଛ । ମୁଁ ଏକୁଟିଆ ଜୀବନ ନିର୍ବାହ କରୁଛି । ସଙ୍ଗୀତାଙ୍କ କଣ୍ଠରେ ଆଦ୍ରତା ଥିଲା ।ଆଖିରେ ଲୁହ ଥିଲା । ମୁଁ ପ୍ରାୟ ଠିକ ଭାବରେ ବୁଝେଇ ପାରୁନଥିଲି ସଙ୍ଗୀତାଙ୍କୁ । ସଙ୍ଗୀତା କିଛି ଆଉ ଚାହୁଁଥିଲେ କି କଣ। ମୁଁ ଠିକ ଭାବରେ ବୁଝେଇ ପାରିଥିଲେ ପ୍ରାୟ ସେ ମୋ କଥା ମାନି ନେଇ ଥାଆନ୍ତେ । ଆମ କଥା ବାର୍ତ୍ତା ଭିତରେ ବଡ ଭାଉଜ ବଡ଼ ଭାଇ ପହଞ୍ଚିଗଲେ ।ସଙ୍ଗୀତାଙ୍କୁ ଅପମାନିତ କରି ଖୁବ କହିଗଲେ ।ଏଠାରୁ ପଳେଇ ଯିବାକୁ ବି କହିଲେ ,ସଙ୍ଗୀତା ଚାଲିଗଲେ ସେ ଦିନ ସେଇଠୁ ବାହାରି । ମୁଁ କିଛି କହି ପାରିଲିନି କି ସଙ୍ଗୀତା ଆଉ କିଛି କହିଲେନି ।ହଁ କାନ୍ଦୁଥିଲେ ଅସହାୟ ହେଇ । ତାପରେ ଅଠେଇସ ବର୍ଷ ହେଲାଣି ଆଉ ଦେଖା ସାକ୍ଷାତ ନାହିଁ କାହା ସହିତ କାହାରି ।


    ତା ପରେ ମୁଁ ତିଳତିଳ ହେଇ ମନ ଭିତରେ ମରୁଥିଲି ସଙ୍ଗୀତା ପାଇଁ । ମୋ ବ୍ୟକ୍ତିଗତ ସଂସାର ବୋଲି କିଛି ନଥିଲା । ଅନ୍ତଃତ ସଙ୍ଗୀତାଙ୍କ ପାଖରେ ପିଲାଟିଏ ଯଦି ଥାନ୍ତା ପ୍ରାୟ ତାଙ୍କ ସମୟ ବିତିଯାଆନ୍ତା ।କେମିତି ଏ ନିସଙ୍ଗଟତାକୁ ବିତାଉଥିବ ? ଆମେ ପରା ମଣିଷ । ଦିପଦ ବାକ୍ୟ ବ୍ୟୟ ନହେଲେ ରହି ପାରୁନା ।ତେଣୁ ତ ଆମେ ମଣିଷ ଏକ ସାମାଜିକ ପ୍ରାଣୀ। ପରିବାର ଗଢ଼ନ୍ତି । 


     ଏ ମଣିଷ ଏଇଠି ଜନ୍ମ ନିଏ । କିଛିଦିନ ମା ବାପାଙ୍କ ଛାଇରେ ବିତିଯାଏ । ବାକି ସମୟ ସଂସାର ଧର୍ମରେ ବାନ୍ଧିହେଇ ଜଞ୍ଜାଳରେ ଛନ୍ଦିବାନ୍ଧି ହେଇ ମାନବ ଧର୍ମ ନିଭାଏ ।ପୁଣି ନାତି ନାତୁଣୀ ।ବୁଢା ବୟସ । 


     କିନ୍ତୁ ଆମ ପାଇଁ କିଛି ନଥିଲା । ଦଶ ବର୍ଷ କଲେଜରେ ପ୍ରିନ୍ସପାଲ ରହି ଅବସର ନେଇ କେମିତି ମୁଁ ମୋ ଷାଠିଏ ବର୍ଷରେ ପହଂଚିଲି ମୋତେ ବି ଜଣା ପଡ଼ିଲାଣି । ଟ୍ରେନ ଟିଏ ଆସିଲା । ମୋ ଭାବନାରେ ବାଧା ପଡିଲା । ମୁଁ ଯେଉଁ ଟ୍ରେନକୁ ଅପେକ୍ଷା କରିଥିଲି ତା ପୂର୍ବ ଟ୍ରେନ ଥିଲା । ଏହାର ଅଧା ଘଣ୍ଟା ପରେ ମୋ ଅପେକ୍ଷିତ ଟ୍ରେନ ଟି ଆସିବ ।ଉତକୁଣ୍ଠା ବଢ଼ୁଥିଲା । ମୁଁ ମୋ ଜୀବନରେ କେବେ ବି ଟ୍ରେନ ଷ୍ଟେସନ ଆସି କାହାରି ପାଇଁ ଅପେକ୍ଷା କରିନି । ବୋଧହୁଏ ଏଇ ଆରମ୍ଭ ଓ ଶେଷ ଅପେକ୍ଷା ।


     ପକେଟରେ ରଖିଥିବା ଚିଠି ଟିକୁ ଆଉଥରେ ପଢିବାକୁ ମନ ହେଲା । ସଙ୍ଗୀତାଙ୍କ ଚିଠି । ମନହେଲା ମନଖୋଲି ଆଉଥରେ ପଢିବାକୁ । ସଙ୍ଗୀତା ଲେଖିଥିଲେ ।


   "କାହିଁକି କେଜାଣି ତମକୁ ଟିକେ ଦେଖିବାକୁ ମନ ହେଉଛି ।ତମକୁ ଟିକେ ମନ ଭରି ଦେଖନ୍ତି। ମୁଁ ହରିଦାସପୁର ଷ୍ଟେସନରେ ଓହ୍ଲଳେଇବି ୨୫ ତାରିଖ ଦିନ ଏଗାରଟା ରେ । ହାଉଡା ଲୋକଲରେ ବଗି ନମ୍ବର ଛରେ ଆସୁଛି । ଷ୍ଟେସନ କୁ ଆସିବ "ଏ ଚିଠି ଖଣ୍ଡିକ ମୋ ଗାଁ ଘର ଠିକଣାରେ ଆସିଥିଲା । ଚିଠି ପାଇ ବିଶ୍ୱାସ ହେଉ ନଥିଲା । କାହାକୁ କିଛି କହିଲିନି।ମନରେ ଟିକେ ଅଭିମାନ ଆସୁଥିଲା ମୁଁ ଭାଇ ପିଲାପିଲିଙ୍କର ଘର ବସେଇଲି କିନ୍ତୁ ଭାଇମାନେ ମୋ ବିଷୟରେ ଥରେ ଭାବିଲେନି କି କୁହନ୍ତିନି ଥରୁଟିଏ। ହରି ଯାହା ହେଲା ହେଲା ତୁ ଚେଷ୍ଟା କର ବୋହୂକୁ ଆଣିବା ପାଇଁ। ନା ! କେହି କେବେବି କହିଲେନି ।ଯାହା ବାପା ଥିଲା ଯାଏ କହୁଥିଲେ । ଆଖିରେ ସଙ୍ଗୀତାକୁ ନେଇ ଲୁହ ଆସିଗଲା । ବିଚାରି ପୁନଃ ବିବାହ କରିପାରି ଥାଆନ୍ତା, ଏମିତି ଜଳାଞ୍ଜଳି ଦେଇ ଦେଲା ଜୀବନକୁ ମୋ ପାଇଁ। କିଏ ଜାଣେ ମୋତେ ଅଭିମାନରେ କେତେ ଅପେକ୍ଷା କରିଥିବ ! ମନେମନେ କେତେ ରାତି ଭାବନାରେ ବିତେଇଥିବ । ମୁ କେମିତି ପଥର ହେଇ ଯାଇଥିଲି ଓ କେଉଁ ମଣିଷ ପାଣିଆକୁ ଗର୍ବ ଅହଂକାର ସହିତ ଜିଦରେ ନେଇ ବସିଥିଲି ? ନିଜକୁ ଜଳାଞ୍ଜଳି ଦେବାପରେ ଆଉ ଜଣକୁ ତିଳ ତିଳ ଦୁଃଖ ଅନ୍ଧକାରରେ ବିତେଇ ବାକୁ ଛାଡି ଦେଇଥିଲି । ଏବେ ସଙ୍ଗୀତାକୁ ବି ଅଠାବନ ବର୍ଷ । ମୋତେ ମନେ ପକେଇ ଚିଠି ଲେଖିଛି । ନିଜକୁ ଧିକ୍କାର କରୁଥିଲି । 


     ଗାଁକୁ ଆସିଲାନି । ଷ୍ଟେସନରେ ମିଳି ଫେରିଯିବ ବୋଧହୁଏ । କିନ୍ତୁ ଆଜି ଆଉ ଯିବାକୁ ଦେବିନି । ବାକି ଜୀବନ ଆରାମରେ ବିରେଇବି ସଙ୍ଗୀତା ସହିତ । ଖୁବ ସୁଖରେ ରଖିବି । ହଁ ଖୁବ ସୁଖରେ । 


     ଟ୍ରେନ ଆସିଲା ଅନିତି ଦୂରରୁ ଗାଡି ଧିମେଇଲା । ଅଠେଇସ ବର୍ଷ ପରେ ସଙ୍ଗୀତାକୁ ଦେଖିବି । ଆଖି ଓଦା ହେଇ ଆସୁଥିଲା । ଉଦବେଗ ବଢି ଯାଉଥିଲା ।ଟ୍ରେନ ଶାନ୍ତ ହେଇ ଛିଡ଼ା ହେଇଗଲା ଷ୍ଟେସନରେ । ମୁଁ ଛ ନମ୍ବର ବଗି ପାଖକୁ ଚଳଚଞ୍ଚଳ ଭାବେ ଆଗେଇଲି । 


    କେତେ ଜଣ ଯାତ୍ରୀ ସହ ସଙ୍ଗୀତା ଓହ୍ଲେଇଲା। ସାଙ୍ଗରେ ଚବିଶ/ପଚିଶ ବର୍ଷର ପିଲାଟିଏ। ବୟସର ବୋଝରେ ଟିକେ ନଇଁ ଯାଇଥଲା ସଙ୍ଗୀତା। ଧୀର ସ୍ଥିର ହେଇ ଯାଇଥିଲା ।ମୁଁ ସ୍ଥାଣୁ ଟିଏ ପରି ଛିଡା ହେଇଥିଲି । ସଙ୍ଗୀତା ମୋ ଆଡ଼କୁ ଆସି ମୋତେ ଜାବୁଡି ଧରିଲା ।କାନ୍ଦୁଥିଲା । ମୋ ଛାତିରେ ଭୂକମ୍ପ ପ୍ରାୟ ଅସ୍ଥିରତା ଥିଲା ।ମୋ ଆଖି ବୋଲ ମାନୁ ନଥିଲା । 


   ଷ୍ଟେସନରେ ସମସ୍ତେ ନିଶବ୍ଦ ହେଇ ଆମ ଆଡକୁ ଚାହିଁଥିଲେ । ମୁଁ ସଙ୍ଗୀତାକୁ ଚାହିଁଲି ଘଡ଼ିଏ ଓ ଭାବିବାକୁ ଲାଗିଲି କେମିତି ଆମେ ବିତେଇଦେଲେ ଏକଲା ଏକଲା ଏତେ ଲମ୍ବା ଜୀବନକୁ ?  


     ସାଙ୍ଗରେ ଆସିଥିବା ପିଲାଟି ମାଡାମଙ୍କ ଛାତ୍ର ବୋଲି ପରିଚୟ ଦେଲା ଓ ଟିକେ ଆଢୁଆଳକୁ ଡାକି ନେଇ ମୋତେ କହିଲା, ମୁଁ ଏଉଠୁ ଫେରି ଯିବି ଆଜ୍ଞା। ମାଡାମ ଅସୁସ୍ଥ ଅଛନ୍ତି । ଏକୁଟିଆ ଆସି ପାରିବେନି ତେଣୁ ମୁଁ ତାଙ୍କ ସାଙ୍ଗରେ ଆସିଲି । ମାଡ଼ମଙ୍କୁ କ୍ୟାନ୍ସର । ଡାକ୍ତର ଟାଇମ ଦେଇ ସାରିଛନ୍ତି ।



Rate this content
Log in

More oriya story from Goutam Mohanty

Similar oriya story from Inspirational