STORYMIRROR

Nibedita Mishra

Inspirational

3  

Nibedita Mishra

Inspirational

ଉପହାର

ଉପହାର

1 min
14.7K


ସେଦିନ ମାନିନୀ ସ୍ଵାମୀଙ୍କ ସହ ବାପଘରୁ ଫେରୁଥାଏ ।ବସ୍ ଷ୍ଚାଣ୍ଡରୁ ରିକସା ଯୋଗେ ଘରକୁ ଯିବାକୁ ବାହାରିଲା।

ତା'ସ୍ଵାମୀ ରିକସାରେ ଜିନିଷପତ୍ର ରଖିଦେଇ ପାଖ ଦୋକାନରୁ କିଛି ଜଳଖିଆ ଆଣିବାକୁ ଗଲେ ।ମାନିନୀ ସେଇଠି ଠିଆ ହୋଇଥାଏ।

ଏଇ ସମୟରେ ରିକସା ଚାଳକର ଫୋନଟି ବାଜି ଉଠିଲା । ଚାଳକଟି ଫୋନରେ କହୁଥାଏ ଯେ-" ଏ ଯାଏଁ ସବାରୀ ମିଳିନି,ସବାରୀ ମିଳିଲେ ନିଶ୍ଚୟ ତୋ ପାଇଁ ଛୋଟ ମାଛ ନେଇ କି ଯିବି" ।ଭାରି ନିରାଶତା ଭରି ରହିଥିଲା ତା ବାକ୍ୟରେ।

ବାଟରେ ମାନିନୀ ଚାଳକଠାରୁ ଜାଣିବାକୁ ପାଇଲା ଯେ-ଫୋନଟି ତାଙ୍କ ଅଢେଇ ବର୍ଷର ନାତି କରିଥିଲା ।ଘରେ ପହଞ୍ଚି ମାନିନୀଙ୍କ ସ୍ଵାମୀ ଚାଳକକୁ ତା ପ୍ରାପ୍ୟ ଦେଇ ଭିତରକୁ ଚାଲିଗଲେ।

ଏଇ ସମୟରେ ମାନିନୀ ନିଜ ବ୍ୟାଗରୁ ଶହେ ଟଙ୍କା ବାହାର କରି ଚାଳକ ହାତକୁ ବଢେଇ ଦେଲେ ଓ କହିଲେ-" ତୁମ ନାତି ପାଇଁ ମାଛ ନେଇଯିବ"।

ଚାଳକଟି କିଛି କହିଥାନ୍ତା ବୋଧେ । ହେଲେ ସେ ମାନିନୀଙ୍କୁ ପ୍ରଣାମ କରି ଚାଲିଗଲା।

ମାନିନୀ ସ୍ଵାମୀଙ୍କ ଆଡେ ଚାହିଁଲେ । ସ୍ଵାମୀଙ୍କ ଆଖିରେ ଥିଲା ମାନିନୀଙ୍କ ପାଇଁ ଏକ ଗର୍ବ।

ସତରେ ବେଳେବେଳେ ନିଃସ୍ବାର୍ଥପର ଭାବରେ କାହାକୁ ସାହାଯ୍ୟ କଲେ ଯେଉଁ ଶାନ୍ତି ମିଳେ ।ତାହାର ସ୍ଵାଦ ଖୁବ ନିଆରା।

ନିବେଦିତା ମିଶ୍ର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational