End of Summer Sale for children. Apply code SUMM100 at checkout!
End of Summer Sale for children. Apply code SUMM100 at checkout!

Sasmita Mohapatra

Tragedy Others


4.0  

Sasmita Mohapatra

Tragedy Others


ଉପହାର

ଉପହାର

5 mins 42 5 mins 42


ସବୁବେଳେ ପ୍ରେମ ଜାତି ,ବର୍ଣ୍ଣ,ଧର୍ମ ନିର୍ବିଶେଷରେ ଯୂପକାଠିରେ ବଳିପଡିଯାଏ।କେତୋଟି ଜୀବନ ଲୁହ ନଈରେ ଭାସିଯାଏ। ସମାଜର ନାଲି ଆଖିରେ ନୀରିହ ପ୍ରେମୀଯୁଗଳ ଛଟପଟ ହୋଇ ମରିଯାଆନ୍ତି।କୁଆଁରୀ ଶ୍ରଦ୍ଧାର ମନ କେତେବେଳେ କେଜାଣି ତାଙ୍କ ଠାରୁ ନିମ୍ନ ଶ୍ରେଣୀର ପୁଅ ପାଖରେ ବନ୍ଧା ପଡି ଯାଇଥିଲା ତାହା ସେ ଜାଣେନା।କିନ୍ତୁ ଜାଣେ ସମାଜର କୌଣସି ବନ୍ଧନ କୌଣସି ଆତ୍ମୀୟ ତାକୁ ବିକାଶକୁ ଆପଣେଇବାକୁ କୁଣ୍ଠାବୋଧ କରିବ ନାହିଁ।ଶିକ୍ଷାର ଉଚ୍ଚତମ ସୋପାନରେ ପହଞ୍ଚି ସେ ଜାଣିଥିଲା ଯେ ବୁଢ଼ୀ ମାଆ ମିଛରେ ଦାଣ୍ଡଦୁଆରେ ଗୋଡଲମ୍ବାଇ ରାଉ ରାଉ ହୁଏ।.....ଛି,...ଛି ସପନା ରଥର ଝିଅ ସାହୁ ଟୋକା ସଙ୍ଗେ ପଳାଇଲା ,ଆଉ କ'ଣ ଭଲ ଗତି ଅଛି।ଦେଖୁନ ରଘୁ ତିଆଡି କେଉଟ ଝିଅକୁ ବୋହୁ କରି ଆଣିଲା ତା ବଡଵଡିଆ କ'ଣ ପାଣି ପାଇବେ?। ଆଉ ସୁନୁ ଗୁଡିଆ ପୁଅ ପଠାଣ ଝିଅକୁ ବାହା ହୋଇ ଗାଆଁ ଛାଡି ଯାଇ ସହରରେ ରହୁଛି,ଆଉ କଣ ନିଜ ଲୋକକୁ ମୁହଁ ଦେଖାଇବ। କିନ୍ତୁ ଶ୍ରଦ୍ଧାର ମନ ଏ କଥାକୁ ଜମା ବିଶ୍ୱାସ କରେନା।ଏସବୁ ଅନ୍ଧବିଶ୍ୱାସ। ସ୍ବୟଂ ଭଗବାନ ତ ପୁଣି ଦାସିଆ ବାଉରୀ ହାତରୁ ନଡିଆ ନେଇଥିଲେ।ଶବରୁଣୀ ଅଇଁଠା କୋଳି ଖାଇଥିଲେ।ସାଲବେଗ ଡାକରେ ନନ୍ଦିଘୋଷ ଅଟକାଇ ଦେଇଥିଲେ।ପୁଣି ଏ ଜାତିପ୍ରଥା ଆସିଲା କେଉଁଠୁ। ନିଜ ପ୍ରଶ୍ନର ଉତ୍ତରରେ ନିଜେ ଚୁପ ହୋଇଯାଏ। ପ୍ରେମଠାରୁ ଅଧିକ ଶକ୍ତିଶାଳୀ ଆଉ ପବିତ୍ର ଗ୍ରନ୍ଥ କିଛି ଅଛି? ମନେ ମନେ ବିରକ୍ତ ହେଉଥିଲା ବୁଢୀ ମାଆ ଉପରେ। ପିଲାବେଳୁ ଶ୍ରୀକୃଷ୍ଣଙ୍କ ସବୁ କାହାଣୀ ନିଜେ କହି ଆଜି ପୁଣି ଓଲଟା କଥା କିପରି କହୁଛି ?

 ସେଦିନ ଥିଲା ରାକ୍ଷୀର ପର୍ବ।ଖିଆପିଆ ମଉଜ ମଜଲିସ୍ ସହିତ ଭାଇ ଠାରୁ ନୂଆ ପୋଷାକର ଉପହାର।ଖୁସିର ମୁହୂର୍ତ୍ତସବୁ ରାତିର ମଖମଲି ଆଗମନରେ ନିସ୍ତବ୍ଧ ହୋଇଯାଇଥିଲା, କେବଳ ଜୀଇଁଥିଲା ବିତାଇବା ଘଟଣାଗୁଡିକ। ଖଟ ଉପରେ କଡ ଲେଉଟାଇ ଭାବୁଥିଲା ଆଖି ଆଗେ ଜଳଜଳ ଦିଶୁଥିବା ତା ଭବିଷ୍ୟତକୁ। ସେ ଜାଣେ ବିକାଶ ଜାତିରେ ତାଙ୍କଠାରୁ ନିମ୍ନଜାତିର।ଶାସନି ବ୍ରାହ୍ମଣ ପରିବାରରେ ଜନ୍ମ ଗ୍ରହଣ କରିଥିବା ତା ଘରେ ବିକାଶକୁ ଜ୍ବାଇଁ ଭାବେ କେବେ ବି ଗ୍ରହଣ କରିବେନି।ନା ତା ଗାଆଁ, ସାହି ,ବନ୍ଧୁପରିଜନ। ତାର ବିକାଶ ବ୍ୟତିତ ବିକଳ୍ପ ନାହିଁ।ମୁଣ୍ଡଉପରେ ଅନେକ ଚିନ୍ତା ପଶି ଜ୍ୟାମ୍ କରି ଦେଉଥିଲା।କଡ ଲେଉଟାଇ ରାତି ଆସି ଦୁଇଟା ହେବ।ଆଖିକୁ ନିଦ ଆସୁନି।ଉଠିଲା ଫ୍ରିଜ୍ ରୁ ଥଣ୍ଡାପାଣିର ବୋତଲକୁ ଧରି ଢକଢକ କରି ପିଇଚାଲାଲା।ଚାହିଁଲା ! ଭାଇ କୋଠରୀରେ ଲାଇଟ୍ ଜଳୁଛି ।ଭାଇ ଆଇ ଏ ଏସ୍ ପାଇଁ ପରୀକ୍ଷା ପାଇଁ ପଢାପଢି କରି ନିଜକୁ ପ୍ରସ୍ତୁତ କରୁଛି।ଭାଇଭଉଣୀ କହିଲେ ଦୁଇଜଣ ,ଦୁହେଁ ଦୁହିଁଙ୍କୁ ଖୁବ୍ ଭଲ ପାଆନ୍ତି। ଦିନରାତି ଗୋଡିଆ ଗୋଡି,ଖେଣ୍ଟିଆ ଖେଣ୍ଟି,ଆଉ ସିଧା ପ୍ରତି ମିନିଟ୍ ରେ ମାଆ ଜର୍ଜଙ୍କ ନିକଟକୁ ଫେରାଦ। ମୁହଁ ଫୁଲାଫୁଲି ପରେ ପୁଣି ଗୋଟେ ଚକଲେଟ୍ ର ଅଧା ଅଧା ଖାଇ ରାଗ ତୁଟିଯାଏ। ସେ ତ ଭାଇକୁ ଖୁବ୍ ଚିଡାଏ। ଡ୍ରାଏ ଫ୍ରୁଟ୍ସ ଦେଖେଇ ନ ଦେଇ ନିଜେ ଖାଇ , ଚିଡାଏ। ତା ମୋବାଇଲ୍ ଚାର୍ଜର ଲୁଚାଇ,କେବେ ତା ଟି ସାର୍ଟଟିକୁ ପିନ୍ଧି ଘୋଡି ହୋଇ ଶୋଇବାର ବାହାନା କାଢେ । କିନ୍ତୁ ସେ ଗଣ୍ଡଗୋଳରେ ଏତେ ଆତ୍ମୀୟତା ଆନ୍ତରିକତା ଆଉ ଭଲପାଇବା ଲୁଚି ରହିଥାଏ, ଯେପରି ସବୁକିଛି ତା ଆଗରେ ତୁଛ। ରାକ୍ଷୀ ଆସିବାର ବହୁ ଆଗରୁ ଶ୍ରଦ୍ଧାର ମନ ଖୁସି ଆଉ ଉତ୍ସାହଭରା ଥାଏ। ତା ଭାଇକୁ କହିଥାଏ ଦେଖ୍ ଭାଇ ଏଥର ଜମା ଠକିବୁନି ।ମୁଁ ଜାଣିନି ତୁ ପଇସା କେଉଁଠୁ ଆଣିବୁ। ତୁ ମାମା,ବାବା ଠାରୁ ଆଣେ କି ତୋ ପକେଟ୍ ମନି। ମୋ ପାଇଁ ଗୋଟେ ଭଲ ପାର୍ଟି ଡ୍ରେସ୍ କିଣିଦେବୁ । ଭାଇ ମଧ୍ୟ କିଛି ନା କିଛି ଉପହାର ଲୁଚାଇ ରଖିଥାଏ। ବାହାନା କାଢି କହେ ତୁ ହିସାବ ରଖୁଥା ମୁଁ ଚାକିରୀ କଲେ ସବୁବର୍ଷର ମିଶାଇ ତୋ ପାଇଁ ଗିଫ୍ଟ୍ କିଣିଦେବି । ରାକ୍ଷୀଦିନ ହେଉ କି ପୂଜାଦିନ ଗେଲବସର ଝିଅ ପାଇଁ ଆଗରୁ ନୂଆ ପୋଷାକ ଖଣ୍ଡେ ଯେମିତି ହେଲେ ରହିଥାଏ।ଭାଇକୁ ରାକ୍ଷୀ ପିନ୍ଧିବା ଆଗରୁ ବଡ ମିଠାଟେ ପାଟିରେ ଆଗ ପୁରାଇ ଦିଏ। ମୋ ଗିଫ୍ଟି ଦେଲେ ଦେବି କହି ଚିଡିଏ। ଏ ସବୁ ଦେଖି ଜେଜେ ମାଆର ଆରମ୍ଭ ହୋଇଯାଏ ପୁରାଣ ପଢା। ....କେଡ଼େ ଉଦ୍ଧତ ହୋଇଛୁ ଲୋ। ଆଜିକାଲି ଝିଅଗୁଡା କ'ଣ ହେଉଛନ୍ତି ରେ। କାହିଁ ଆମ ବେଳେ ତ ଏ ସବୁ ନଥିଲା ।ବଡଭାଇ ବାପା ସମାନ।ତାକୁ କେତେ ତୁ ହଇରାଣ କରୁଛୁ। କେଉଁ ଶାଶୁଘରେ ରହିବୁ ଆସି ତା'ରି ବେକରେ ବନ୍ଧା ହେବୁ । ମୁଁ ତ କହିବି ତତେ ଜମା ରଖିବନି। ଜେଜେ ମାଆ କଥା ଶୁଣି ମୁହଁ ଫୁଲେଇ ଚାଲିଯାଏ ଶ୍ରଦ୍ଧା। ଯାଉଯାଉ କହୁଥାଏ। ତୋ ବେଳ କଥା ଆଉ କହନା ଲୋ। ହଁ ତୋ ଭାଇ ବର୍ଷକେ କୋତୋଟି ଦିନ ତତେ ଦେଖିବାକୁ ଆସେ କହିଲୁ? ମୋ ଭାଇକୁ ଦେଖିବୁ ସବୁଦିନ ଯିବ । ହୁଁ କହି ମୁହଁ ମୋଡିଦିଏ ଶ୍ରଦ୍ଧା। ସବୁ ଭାବନା ରେ ପୂର୍ଣ୍ଣଛେଦ ଟାଣି ପୁଣି ଖଟ ଉପରେ ଜାକିଜୁକି ନିଜର ଶରୀରକୁ ଥୋଇ ଶୋଇବାକୁ ଜବରଦସ୍ତ କଲା ଆଖିକୁ । ମନରେ ଅସରନ୍ତି ଭୟ ଆଉ ଆଶଙ୍କା। ଜୀବନରେ ଗୋଟିଏ ଭୁଲ୍ ଏମାନଙ୍କ ଠାରୁ ଦୂରେଇ ଦେବ ସବୁଦିନ। ସେ ଜାଣେ ତା ବାପା ଜଣେ ଆଭିଜାତ୍ୟ ସମ୍ପନ୍ନ ବ୍ୟକ୍ତି। ନିଜର କୁଳ,ବଂଶ ପରମ୍ପରାକୁ ଜାବେଡି ଧରିଛନ୍ତି। ତା ସାମ୍ନାରେ ପରିବାର କିଛି ନୁହେଁ। ମାଆ ,ଭାଇ ,ଜେଜେ ମାଆ ସମସ୍ତେ ତାଙ୍କକଥାରେ ହାଁ ଜୀ।ଶ୍ରଦ୍ଧା ତ ବିକାଶକୁ ଛାଡି ବଞ୍ଚି ପାରିବ ନାହିଁ। ବିକାଶଙ୍କ ପାଖେ ଭଲ ଚାକିରୀ,ଭଲଘର, ଭଲ ବ୍ୟବହାର ସବୁକିଛି ତ ଅଛି କେବଳ ଜାତି ଛଡା। ବହୁତ କିଛି ଭାବି ପାରୁ ନଥିଲା ଶ୍ରଦ୍ଧା।

ଭାରାକ୍ରାନ୍ତ ମନଟିକୁ ଧରି ନିତ୍ୟକର୍ମ ସାରି କଲେଜ ଯାଏ।


ଦିନ ପରେ ଦିନ ବିତି ଚାଲିଲା ଆଉ ସବୁ ସେମିତି ଅବସ୍ଥାରେ ଛାଡି ଦେଇଥିଲା । ସମୟ ଆଉ ବୟସ ଆଗକୁ ଯିବାକୁ ବସିଲା ବେଳେ ବାହାଘର ପ୍ରସ୍ତାବର ଛୁଅ ଛୁଟିଲା ।ବିଚରା ଶ୍ରଦ୍ଧାର ଉପାୟ ନଥିଲା। ମନକୁ ଦୃଢକରି ନିଜର ସାର୍ଟିଫିକେଟ କେଇଖଣ୍ଡ ,ଲୁଗାପଟା ଲୁଚେଇ ପୁରୁଣା ସୁଟକେସ୍ ରେ ରଖି ବିକାଶ ସଙ୍ଗେ ଦିଲ୍ଲୀ ଟ୍ରେନରେ ଆଗକୁ ଚାଲି ଆସିଥିଲା।


 ସମୟ ଚକ୍ର ବୁଲୁଛି ।ସେହି ଗୋଲାକାର ବୃତ୍ତ ଭିତରେ ଆଠ ବର୍ଷ ଅତିକ୍ରମ କରିଯାଇଛି ।ଆଉ ପଛକୁ ଚାହିଁନି ଶ୍ରଦ୍ଧା।ନିଜ ସ୍ବାମୀଙ୍କର ବଦଳି ନିଜ ଘର ପାଖ ଜିଲ୍ଲାକୁ ।ପୁରୁଣା ସ୍ମୁତି ଉଜ୍ଜୀବିତ ହୋଇ ଉଠିଛି।ଛଅ ବର୍ଷର ପୁଅକୁ ଧରି ଫେରିଆସିଛି ନିଜ ପରିଚିତ ସହରକୁ। ସେହି ସ୍କୁଲରେ ନାମ ଲେଖାଇଛି ପୁଅର ଯେଉଁଠି ସେ ଆଉ ତା ଭାଇ ପଢୁଥିଲେ। ମନେପଡେ ସ୍କୁଲ୍ ଛୁଟି ହେଲେ ଭିଡ ଭିତରେ ଖୋଜୁଥାଏ ଭାଇକୁ । ଭାଇ ତା ଠାରୁ ପାଞ୍ଚ ବର୍ଷ ବଡ। ଉପର କ୍ଲାସରେ ପଢେ ଓ ତାଙ୍କର ଟିକେ ବିଳମ୍ବରେ ବାହାରକୁ ଛାଡନ୍ତି। ସେତିକି ସମୟରେ ଶ୍ରଦ୍ଧା ବ୍ୟସ୍ତ ହୋଇପଡେ।ଏକାଠି ଦୁହେଁ ଭ୍ୟାନରେ ଘରକୁ ଫେରନ୍ତି।ସମୟ କେତେ ଶୀଘ୍ର ଚାଲିଗଲା।କିଛି ପାଇବାକୁ ହେଲେ କିଛି ହରାଇବାକୁ ପଡେ।ବିକାଶ ପ୍ରେମ ତା ନିଜର ଲୋକଙ୍କ ଠାରୁ ଦୂରେଇ ଦେଇ ହାତରେ ଧରାଇ ଦେଇଛି କିଛି ଅସଜଡା ସ୍ମୃତି। ପୁଣି ରାକ୍ଷୀ ଆସିଛି ନିଜ ପରିଚିତ ସହରଦେଇ ତା ଘରକୁ ସବୁବେଳେ ଦୂରରେ ଥିଲା ଆଜି ପାଖରେ। କେଉଁଠୁ ତା ଭାବନାର ଆରମ୍ଭ କରିବ କେଉଁଠି ଶେଷ କରିବ ବିକାଶ କୁ କଥା ଦେଇଥିଲା ପଛକୁ ଚାହିଁବନି ,ହେଲେ ଆଜି ଏ ଭାବନାକୁ ତ କଥା ଦେଇନି। ତାର ଝିଅଛୁଆ ଟିଏ ଥିଲେ ରାକ୍ଷୀ ବାନ୍ଧି ଦେଇଥାନ୍ତା ପୁଅ ହାତରେ। ରାକ୍ଷୀଟିକୁ ଆଣି ଫିକାଳିଆ ପର୍ବରେ ମିଠା ସହିତ ଠାକୁରଘରେ ଥୋଇଦେଇ କଇଁକଇଁ କାନ୍ଦିଉଠେ। ମନକୁ କିଏ କ'ଣ ଲଗାମ ଦେବ।ବହୁତ ଚେଷ୍ଟା କରିଛି ଘରକୁ ଟିକିଏ ଫୋନ୍ କରିବ ଭଲମନ୍ଦ କଥା ବୁଝିବ। ଭାଇ ସଙ୍ଗେ କଥା ଟିକିଏ ହେବ । ବିକାଶର ରାଣ ତା ପାଦରେ ଶୃଙ୍ଖଳ ପିନ୍ଧାଇ ଦିଏ । ଚୁପ୍ ହୋଇ ରହିଯାଏ। କେତେ ରାତି ମୁହଁମାଡି ତକିଆ ଲୁହରେ ଭିଜାଇଛି ହିସାବ ନାହିଁ। ପୁଣି ଆଜି ରାକ୍ଷୀ ଆସିଛି ନିଜ ଘର ପାଖେ। ପିଠା,ଖିରି,ଖେଚୁଡି କରୁଛି। ବଡଠାକୁରଙ୍କ ଜନ୍ମ ଦିନରେ ଭୋଗ ଲଗାଇବ। ସବୁବର୍ଷ ପରି ପୁରୁଣା ରାକ୍ଷୀ ଡବାଟିକୁ ଠାକୁରଙ୍କ ପାଖେ ଥୋଇଲା ବର୍ଷ ବର୍ଷର ରାକ୍ଷୀ ଗଣତିରେ ସେମିତି ଥୁଆ ହୋଇଛି ,ଚନ୍ଦନ ,ସିନ୍ଦୁରର ପ୍ୟାକେଟ୍ ମଧ୍ଯ। ଏହା ସହିତ ଆଜି ଗୋଟିଏ ରାକ୍ଷୀ ସାମିଲ୍ ହେବ। ସେଇଟା ତା ଠାକୁରଙ୍କ ସହିତ ଭାବ ବିନିମୟର କଥୋପ କଥନ। ଟିକେ କାନେଇଲା ସାହି ପାଖ ଘରୁ କୋଳାହଳ ଭାସି ଆସୁଛି। ବାକ୍ଲୋନିରେ ଆସି ଚାହିଁଲା ।ୟା ତା ଘରକୁ ଲୋକମାନେ ଯିବାଆସିବା ,ଗହଳଚହଳ , ହାତରେ ସମସ୍ତଙ୍କ ରାକ୍ଷୀ । ମନକଥା ମନରେ ମାରି ପୁଅକୁ ନେଇ ଠାକୁରଙ୍କ ଆଗେ ମୁଣ୍ଡିଆ ମରାଇଲା। ପୁଅ ହାତରେ ରାକ୍ଷୀଟିଏ ବାନ୍ଧି କହିଲା ଏଇ ଯୁ ସୁଭଦ୍ରା ଭଉଣୀ ଜଗନ୍ନାଥଙ୍କର ଦେଖୁଛୁ ସେ ତୋ ହାତରେ ରାକ୍ଷୀ ବାନ୍ଧୁଛନ୍ତି। ପୁଅ କହିଲା ମାମା ତୁ ପରା ବାନ୍ଧୁଛୁ ? ନା ମ ସେ ମତେ କହିଲେ ବୋଲି ସିନା। ମାମା ତୁ ଆଉ କାହାକୁ ରାକ୍ଷୀ ବାନ୍ଧିବୁ? ... ଥମିଗଲା ଶ୍ରଦ୍ଧା। ଆଖିର ଲୁହକୁ ବହୁ କଷ୍ଟରେ ପୁଅ ପାଖେ ଲୁଚାଇବାକୁ ଚେଷ୍ଟା କରୁଥିଲା ଅପଦସ୍ତ ଭୟରେ।

କବାଟରେ ଠକ୍ ଠକ୍ ଶବ୍ଦ ହୁଏତ ବିକାଶଙ୍କୁ ମାର୍କେଟ ପଠାଇଥିଲା ଫେରିବାର ବେଳ ହୋଇଗଲାଣି। ।ଦୁଆର ଖୋଲି ବିଶ୍ୱାସ କରି ପାରୁ ନଥିଲା । ବିକାଶଙ୍କ ସଙ୍ଗେ ତା ଭାଇ।...ସମ୍ଭାଳି ପାରୁ ନଥିଲା ନିଜକୁ । ବିନା ପଲକ ପଡି ବୋହି ଯାଉଥିଲା ନୀରବ ଅଶ୍ରୁ। ଅବ୍ୟକ୍ତ ମୁହଁରୁ ଭାବ ,ସ୍ମୁରିତ ଓଠ। କିଛି କହିବା ଆଗରୁ ବିକାଶ କହୁଥିଲେ ,କ'ଣ ମୋ ଉପହାରଟା କିପରି ଲାଗିଲା ? ଭାଇ ହାତରେ ଧରିଥିଲା ସୁନ୍ଦର ଶାଢୀଟିଏ ।ଶ୍ରଦ୍ଧା ହାତକୁ ଉପହାରଟିକୁ ବଢାଉ ବଢାଉ ଜୋର୍ ରେ କାନ୍ଦି ଉଠିଲା ଶ୍ରଦ୍ଧା। ଭାଇ ଛାତିରେ ଆଉଜି ପଡି କ୍ଷୀଣ ସ୍ବରରୂ ଶବ୍ଦଟିଏ ବାହାରି ଆସୁଥିଲା । ତୋ ଠାରୁ ବଡ଼ ଉପହାର ମୋର କ'ଣ ଅଛି ଭାଇ।।



Rate this content
Log in

More oriya story from Sasmita Mohapatra

Similar oriya story from Tragedy