ଉଞ୍ଜଲେ ଫୁଲ୍: ଭାଗ-୧୭
ଉଞ୍ଜଲେ ଫୁଲ୍: ଭାଗ-୧୭
ଡାଏରୀ କେ ଘଡେ ବେଲ୍ ତକ୍ ଛାତି ନେ ଜାକି କରି ଧରିଛେ ଯେ ଧରିଛେ । ତାପରେ ଯତନେ ଯତନେ ଖୁଲ୍'ଲା ା ଠାନେ ଠାନେ କାଗଜ୍ ମଏଲ୍ ଚିଆ ଦିଶୁଛେ । ପୃଷ୍ଠା ଉତାରୁ ପୃଷ୍ଠା ପଢି ଚାଲ୍'ଲା ସେ । ସତେ ଯେନ୍ତା ତାର୍ ବାପା ହଲ୍ ଧର୍ ମହାନ୍ତି କାଗଜ୍ ର୍ ପୃଷ୍ଠା ରେ ନିଜର୍ ହୁରୁଦ୍ କେ ଛିଡେଇ ଥୁଇ ଦେଇଛନ୍ । ସେ ହୁରୁଦ୍ ର୍ ଦୂଖ୍ , ସୁଖ୍ , ହସି , ଲହ ସବୁ ସତେ ଯେନ୍ତା ଧିରେ ଧିରେ ଜିଇଁ ଉଠୁଛନ୍ ଆଲୋକ୍ ର ହାତ୍ ର୍ ଛୁଆଁ ପାଇ କରି । ଫେର୍ ଘାଏଁ ସେ ଶବଦ୍ ମାନେ ଆଲୋକ୍ କେ ଅତିତ୍ ର୍ ଦୁରୁଶ୍ ଦେଖାବାର୍ ଲାଗି ନିଜର୍ ଲିଲା ଖେଲା ଆରମ୍ଭ୍ କରି ଦେଉଛନ୍ । ଆଲୋକ୍ ସେମାନକର୍ ଭିତରେ ଧିରେ ଧିରେ ମିଶି ନାଇଁ ପାରୁଛେ , କନ୍ ତରା କେ ଠିଆଡ୍ ହେଇ କରି ଦେଖୁଛେ ସବକୁ । ତାକର୍ ହସି ଥି କେତେ ବେଲେ ତାର୍ ଦୁଇ ଓଠେ ଉଞଲେ ଫୁଲ୍ ବରଷି ଯାଉଛେ ତ କେତେ ବେଲେ ତାକର୍ ଲହ ଦେଖି କରି ତାର୍ ଦୁହି ଆଏଁଖ୍ ନ ଶରାବନ ର୍ ଝଁକେର୍ ଉଦ୍ ମୁଦେଇ ଯାଉଛେ ।
"ଏ ଶାନ୍ତି , କାଣା କହେଲ , ତୁମେ ମା ହେବାର୍ କେ ଯାଉଛ , ବଏଲେ ବଏଲେ ମୁଇଁ ବାପା ହେମି ହେ ହେ ନିଜର୍ ପତ୍ନୀ କେ ଧରି କରି ଭାଆଁରେ କିନ୍ଦିରି ଆଏଲେ ହଲ ଧର୍ । ସେ ଆଜି କେତ୍'ନି କେତେ ଉଷତ୍ , ତାକର୍ ଘର୍ କେ ନୁଆଁ କୁନୁଆଁ ଟେ ଆଏବା । ଘର୍ ଖାଲି ଉଠବା , ପଡ୍'ବା ଛୁଆ ର୍ ହସି ଖେଲି ରଡା କିଲ୍ଲା ନ । ଘର୍ ଗୁଦ୍'ଗୁଦେଇ ଯିବା ତାର୍ ବ ପହଲ୍ ଥି । ତାହାକେ ମୁଇଁ ଗିର୍ଦୁ ଟେ ପାଠ୍ ପଢାମି , ବଢେ ଟେ ଡାକ୍ତର୍ ହେବା , ରୋଗୀ ମାନକର୍ ସେବା କରବା , ଇ ଗାଁ ନେ ଡାକ୍ତର୍ ଖାନା ଟେ ଖୁଲ୍'ବା , ଗାଁ ,ମାଆ ର୍ ସେବା କରବା । ଏ ଶାନ୍ତି କହ ତ କେନ୍ ଜାଗା ନେ ଡାକର୍ ଖାନା ବନାମା ଯେ । ଆମର୍ ଯେନ୍ ଗାଁ ମୁଡ୍'ସାର୍ ତେତେଲ୍ ଆଁଟ୍ ପଡିଛେ , ସେନେ ବନାମା । ଅତି ସେ ଉଷତ ର୍ ମାଡେ କହି ଆନୁ ଥାଆନ୍ ଯେ ତୁଣ୍ଡେ ଝରନ୍ ପାଏନ୍ ଭଲିଆ କଥା ବାହାରୁ ଥାଏ । "
ଶାନ୍ତି ହସଲେ - କହେଲେ " ଛି ରେ ମା , ତୁମର୍ ଯେନ୍ କଥା ତ କେନ୍ ଥି ନାଇଁ ଲାଗେ । ଆଘୋ , ସେ ଇ ଦୂନିଆଁ ଦେଖୁ ତ , ତାପରେ ରୁଗୀ ମାନକୁ ଦେଖବା । ଏଖେଇ ପାରେକେ କେତେ ଧୂର୍ କେ ଭାବି ନେସ ଯେ । ଟୁକେଲ୍ ହେବା କି ପିଲା ସେଟା ଜନା ନାଇଁ । ଫେର୍ କେନ୍ତା ପଢବା ସେଟା ବି ଜନା ନାଇଁ । ଆର୍ ଆମର୍ ମାଷ୍ଟର୍ ବାବୁ ଯେ ତାକର୍ ମାଷ୍ରିଆ ବୁଦ୍ଧି ବାହାର୍ କଲେ ନ । ଆରେ ବାବୁ , ମାଏଝି ଟା କେନ୍ତା କରି ଭଲେ ଭଲେ ପାର୍ ତାର୍ ହେଇ ଯାଉ ଇଟା ଭାବନା ନାଇଁ । ଘାଏ କେ ସପନ୍ ଦେଖା ଆରମ୍ଭ କଲେନ , କେନ୍ତା କର୍ ପଢାମି କାଣା ପଢାମି ବଲି କରି । ଶେଷ କେ , ତୁମର୍ ଯେନ୍ ବୁଧି , ଏଭର୍ ନୁ ସ୍କୁଲ୍ ଥି ନାଁ ଲେଖେଇ ଦେବ ମେତାନ୍ ଲାଗୁଛେ । " ହସୁ ଥାଆନ୍ ଶାନ୍ତି ।
ହଲ ଧର୍ ବାବୁ କହେଲେ " ହଁ , ତ ଆର କଣା ସେ , ସେ ଟିକେ ବଡ୍ ହେଇ ଯାଉ ଦେଖ୍'ବ ବାପ୍ , ଛୁଆ ର୍ ମଜା " । ହସି ହସି ଶାନ୍ତି କହେଲେ " ଆଘୋ ସେ ଦୂନିଆଁ କେ ଆସୁ ତ , ତାପରେ ଯେନ୍ତା କର୍ବାର୍ କଥା କର୍'ବ । ଇଛେନକା ତ ଚାଲ ଖାଏବ ।
ଓ ,ଠିକ୍ କହୁଛ ତୁମେ , ମୁଇଁ ଟିକେ ଅଏଧକା ଭାବି ନେଲି ପହେଲା କରି ବାପ୍ ହେମି ତ" ନିଜର୍ ପତି ର୍ ମୁହୁଁ ନୁ ଏନ୍ତା କଥା ଶୁନି କରି ଖିଜାଲା ମେତାନ୍ କହେଲେ" ମୁଇଁ ବିତ ପହେଲା ମାଆ ହେମି " ଦୁହିଁ , ବର୍ କନିଆ ହସି ଉଠଲେ । ସତେ କେଡେ ଉଷନାକ ର୍ ସମିଆ ଥିଲା ସତେ ।
କ୍ରମଶଃ ....
