ଉଞ୍ଜଲେ ଫୁଲ୍: ଭାଗ-୧୫
ଉଞ୍ଜଲେ ଫୁଲ୍: ଭାଗ-୧୫
ଆଲୋକ୍ ସବୁ ଜିନିଷ୍ କେ ଛିଁ ଛିଁ କରି ଅନୁଭବ୍ କରୁ ଥାଏ ତାର୍ ଅତୀତ୍ କେ। ତାକର୍ ଦୁଇ ଭାଏ , ମାଆ ଆର୍ ଦାଦା , ମାମା କର୍ ଫଟୁ ମାନେ ବାପା କେତେ ସାଏତି କରି ରଖିଛନ୍ ସତେ। ସବୁ ଫଟୁ ମାନ୍'କର୍ ନେ ଛନେ ଛନେ ଅଟକି ଯାଉଥାଏ ଆଏଁଖ୍। ସୋର୍ ପଡୁ ଥାଏ ଆଘର୍ କଥା। ବାପା ର୍ ସାଙ୍ଗେ ସାଇକଲେ ବସି କରି ସ୍କୁଲ୍ ଯିବାର୍ ବେଲ ର୍ ଫଟୁ। ତାକର୍ ସାଙ୍ଗେ ରଥଯାତ୍ରା ବେଲେ ମୀନାବଜାରେ ଉଠେଇ ଥିବାର୍ ଫଟୁ। ସୋର୍ ପଡଲା ଗୋଲୁ ଭାଇ କେତେ ଅରଷ୍ଟି କରି ଥିଲା ଇ ଫଟୁ ଉଠାବାର୍ କେ। ବାପା କେଭେ ତାକର୍ ଦୁଇ ପିଲା ର୍ କେନ୍ ଅରଦଲି କେ ପୁରା ନାଇଁ କରି ବଲି କରି କଥା ନାଇଁନ। ସେଦିନ ବାପା ମିନାବଜାରୁ ଚପଲ୍ ସାରେ ଘିନବେ ବଲି କରି ପଏସା ନେଇକରି ଯାଇ ଥିଲେ। ନାହେତ ବାପା ସବୁ ବେଲେ ଦୁକାନ ର୍ ଚପଲ୍ ଘିନସନ୍ ହେଲେ ସେ ଖରା ଛୁଟି ଥି ତାକର୍ ଦରମା ନାଇଁ ମିଲି ଥାଇ। ଇଆଡେ ରଥ ଯାତ୍ରା ଲାଗି ଆମର୍ ଦୁଇ ଝନ୍ କର୍ ଲାଗି ନୂଆଁ ପେଣ୍ଟ , କୁରତା ଘିନି ଦେଲେ। ତାପରେ ସବୁ ଦିନ ଯାତ୍ରା ଦେଖା ପଏସା। ଏନ୍ତା କରି ସେ ମାସ ଚପଲ୍ ନାଇଁ ଘିନି ପାରଲେ। ଶସ୍ତା ହେଲେ ସାରେ ମିନା ବଜାରୁ ଘିନମି ବଲି ସେ ପଏସା ରଖି ଥଆନ୍ ଯେ , ସେଟା ଫେନ୍ ଗୋଲୁ ର୍ ଜିଦ୍ ରଖି କରି ଫଟୁ ଉଠେଇ ଦେଲେ। ଆଲୋକ୍ ଦେଖୁ ଥାଏ, ସେ ଆର୍ ଗୋଲୁ କେଡେ ସୁନ୍ଦର୍ ଜୁତା , ମୁଜା ପିନ୍ଧି ଛନ୍ ଆର୍ ଯେ ବାପା ତାର୍ ଖାଲି ଗୁଡେ ଠିଆ ହେଇଛନ୍। ସେତେ ବେଲେ ସେ ଏତକି ଜାନିଥିଲା ଯେ ବାପା ଚପଲ୍ ଦୁକାନୁ , ଗୋଲୁ ର୍ କଥା ଶୁନି କରି ହିଁ ଫିରି ଆସିଥିଲେ ଆର୍ ଆମେ ଫଟୁ ଉଠେଇ ଯାଇ ଥିଲୁ। ତାହେଁରୁ ମୁଇଁ ବାପା କେ , ଭାଏଲ୍ ପାଶ୍'ରି ଦେଲେ କାଏଁ ବଲି କରି , ଚପଲ୍ ଘିନା କଥା ବାଟ ଯାକର୍ ସୋର୍ ପକେଇ , ପକେଇ ଆଉ ଥାଏଁ , ବାପା କଥା କେ ବେଉଛେଇ ଦେଉଥାନ୍। ଆମକୁ ଇଟା ସେଟା ଦେଖଉଥାନ୍। ଏଭେ ସିନା ବଡ୍ ହେଲା କେ ଜାନି ପାରୁଛେ ଭିତିରି କଥା।
ସତେ , ବାପା ମାନେ କେନ୍ତା କରି ଘର୍ ଚଲା ସନ୍ ଯେ ସେମାନେ ଏକଲା ଜାନସନ୍। ଘର୍ ଯାକର୍ ଭରା ବୁଝା ତାକର୍ ମୁଡ୍ ଉପରେ। ଆମେ ଖାଲି ଇଟା ନାଇଁ ନ , ସେଟା ନାଇଁ ନ ବଏଲେ କବାର୍ ସଏଲା। ବାକି ସେ ବାପ୍ ବୁପରା କେତେ କଷ୍ଟେ ପଏସା ଏଡଜଷ୍ଟ୍ କରି ଘର୍ ଚଲାସି ଯେ ତାର୍ ମନ୍ ଜାନସି। କାହାର୍ ମନେ ଦୂଖ୍ ନାଇଁ ହେଉ ବଲି କରି ଅହରହ ଖଟୁ ଥିସି। ସମକର୍ ଅଲି ଅର୍ଦ୍ଦଲି ସହି କରି ନିଜେ ଫଟା ପିନ୍ଧି କରି ଛୁଆ ର୍ ଲାଗି ସଂଚୁଥିସି। ନିଜର୍ ଅତି ରୁ ଅତି ଦରକାରି ଦରବ୍ ବି ନାଇଁ ଘେନି କରି , ଛୁଆ ପୁତା କର୍ ସୁଖ୍ ବାସିଆ ଜିନିଷ୍ ଘେନି ଦେସି। ସେ ପୁଅ ଫେର୍ ଯେତେ ବେଲେ ବଡ୍ ହେଇ କରି ବାପା କେ ଉଲ୍ ଗୁନା ଦେବାର୍ କେ ଲାଗସି ଯେ " ଆମର୍ ଲାଗି କାଣା କରି ଦେଇଛ , ଯେତକି ସଭେ କରସନ୍ ହେନ୍ତା ତ କରିଛ " ବଏଲେ କେନ୍ ବୁଆ ର୍ କଲଜା ଫାଡି ଚିରି ନାଇଁ ହେଇ ଯିବା। ଆର୍ ସେ କଲଜା ର୍ ରକତ୍ ଆଏଁଖ୍ ବାଟୁ ନାଇଁ ବୁହି ଆଏବା ଯେ ! ହେଲେ , ବୁଆ ମାନକେ ପରେ ଆଏଁଖ୍ ନୁ ଲହ ବାହାର୍ କର୍ ବାର୍ ମନା। ଭିତରେ , ଭିତରେ ଖାଲି ଲହ , ରକତ୍ , ଦୂଖ୍ ସବୁକେ ଛାପକି ଛାପକି ହୁର୍ ଗୁନୀ ହେଉ ଥିସନ୍ ଇ ବାପା ନାମ୍ ଧରି ଥିବାର୍ ମୁନୁଷ୍ ମାନେ।
