STORYMIRROR

Ashutosh Meher

Drama Inspirational

3  

Ashutosh Meher

Drama Inspirational

ତ୍ୟାଗର ରଙ୍ଗ

ତ୍ୟାଗର ରଙ୍ଗ

3 mins
226

ଜୀବନ ମାନେ ହିଁ ତ ଦୌଡିବା !!

ଆଉ ବିବାହ ପରଠୁଁ ପରିସ୍ଥିତିରେ ପଡି ନିଜ ପ୍ରତି ଅବହେଳା କରି ଅନ୍ୟ ମାନଙ୍କ ସୁଖ ସୁବିଧା ଯୋଗାଡ କରିବା ଯେମିତି ଥିଲା ତାଙ୍କ ଦୌଡ ଓ ଜୀବନ ର ଏକମାତ୍ର ଲକ୍ଷ୍ୟ!!


ସୁମିତ୍ରା ଭାବୁଥିଲେ....

ପଇଁତିରିଶ ବର୍ଷ କିଛି କମ୍ ନୁହେଁ । ଏତେ ସମୟ ଧରି ଅନ୍ଧ ପରି ମାତିଥିଲେ ସେ । ଏ ଘରକୁ ସେ ଆସିଥିଲେ ଘରର ସବା ବଡ ପୁଅ ଶ୍ରୀଧର ଙ୍କ ପତ୍ନି..ଘରର ବଡ ବୋହୂ ଭାବରେ । ଶ୍ରୀଧର ଙ୍କ ଜନ୍ମ ପରେ ପରେ ଜଟିଳ ରୋଗରେ ପଡିଯାଇଥିଲେ ଶାଶୁ । ଅନେକ ଆଡୁ ଚିକିତ୍ସାରେ ଆଖି ଦୃଷ୍ଟିଆ ଉନ୍ନତି ହୋଉ ନଥିଲା ତାଙ୍କ ଅବସ୍ଥାରେ । ପନ୍ଦର ବର୍ଷର ଚିକିତ୍ସାରେ ସାମାନ୍ୟ ସୁସ୍ଥତା ପରେ ଜନ୍ମ ନେଇଥିଲେ ତାଙ୍କର ଯାଁଳା ପୁଅ । କଷ୍ଟେମଷ୍ଟେ ଆଉ ପାଞ୍ଚ ବର୍ଷ ଟାଣି ନେଲେ ସିନା ମନ ତାଙ୍କ ଉଚ୍ଚାଟ ହେଉଥିଲା.... ସେ ଆଉ ବଞ୍ଚିବେ କି ନାହିଁ । ଶ୍ବଶୁରଙ୍କ ଆଗେ ଯିଦ୍ କଲେ ବଡପୁଅ ଶ୍ରୀଧର ର ବାହା କାମ କରି,ପରିବାରକୁ ସଳଖାଇବାକୁ । ଘରକୁ ବୋହୂ ଟିଏ ଆସିଲେ ସବୁ ଠିକ୍ ହୋଇଯିବ ଯେ!!


ଘରର ପରିସ୍ଥିତି ଦେଖି ଶ୍ରୀଧର ଆଇଏ୍ ପାସ କରି ଗାଁ ସ୍କୁଲରେ ଶିକ୍ଷକତା ଆରମ୍ଭ କରିଥିଲେ । ଆଉ ସେତିକି ବେଳେ ଏ ଘରକୁ ବେହୂ ହୋଇ ଆସିଥିଲେ ସେ । ଘରେ ଦୁଇ ଯାଆଁଳା ଦିଅର ଶ୍ରୀକାନ୍ତ ଓ ଶ୍ରୀମନ୍ତ ଥିଲେ ମାତ୍ର ପାଞ୍ଚ ବର୍ଷର କୋମଳମତି ବାଳକ । ଦୂରାରୋହ୍ୟ ରୋଗରେ ରେ ପିଡିତ ଶାଶୁ ପାଖରେ ବସାଇ ବାରବାର କହୁଥିଲେ...ମୁଁ ତ ଆଉ ବେଶୀ ବଞ୍ଚିବିନି ଲୋ ସୁମି...ଏ ଦୁଇ ଛୁଆ ତୋତେ ଲାଗିବେ । ଦିଅର ଭାବେ ନୁହେଁ...ନିଜ ପୁଅ ଭାବେ ପାଳିବୁ ସେ ଦୁହିଁଙ୍କୁ । ମାଁ ହୋଇ ମମତାରେ ଏମିତି ବୁଡାଇ ରଖିବୁ ଯେ ନିଜ ମାଁ କୁ ସେମାନେ ଭୁଲି ଯିବେ ।


ସେୟା ବି ହେଲା । ଶାଶୁଙ୍କ ଦେହାନ୍ତ ପରେ କୋଳରେ ଜମିଗଲେ ତାଙ୍କର ଦୁଇ ସନ୍ତାନ...ଭୁଲି ଗଲେ ଜନ୍ମିତ କଲା ମାଁ କୁ ପାଖରେ ପାଇ ଗୋଟାଏ ନୂଆଁ ମାଁ ।

ଶ୍ରୀଧର ବି ସେଇ କଥା ତାଙ୍କୁ ବୁଝାଇ କହିଥିଲେ...ଆମର ଆଉ ସନ୍ତାନ କଣ ହେବ ସୁମିତ୍ରା...ଏକା ଥରକେ ତ ଆମର ଏ ଦୁଇ ସନ୍ତାନ । ତାଙ୍କୁ ନେଇ ସରିଯିବ ଆମ ସମୟ । କେତେ ସରଳ ନିଃଷ୍କପଟ ଥିଲେ ଶ୍ରୀଧର... ଏତେ ବଡ ତ୍ୟାଗ କରିବାକୁ ପ୍ରସ୍ତୁତ ହୋଇଗଲେ ନିଜର ଛୋଟ ଛୋଟ ଦୁଇ ଭାଇଙ୍କୁ ନେଇ ।


କେତେ ଜଲଦି ବି ସମୟ କଟିଗଲା ଜଣାପଡିଲାନି ।

ଏ ଭିତରେ ନିଜ ଦରମାରୁ..ଗାଁ ଚାଷ ର ଆୟରୁ ପାଖ ସହରରେ ଘର ଖଣ୍ଡେ ବି ତୋଳି ଦେଇଥିଲେ ଶ୍ରୀଧର...ଭାଇ ମାନଙ୍କ ପାଠ ପଢାରେ ସୁବିଧା ପାଇଁ । ଶ୍ରୀକାନ୍ତ ଓ ଶ୍ରୀମନ୍ତ ପାଠପଢା ସାରି ଚାକିରୀ ବି ଆରମ୍ଭ କଲେ ସେଇଠି । ତିଥିବାର ଦେଖି ପାଖ ଗାଁର ଯାଁଳା ଭଉଣୀ ଶ୍ରାବଣୀ ଓ ସୁଗନ୍ଧା ଙ୍କ ସହ ବିବାହ କରିଦେଇଥିଲେ ଜାକଜମକରେ ।


ସମୟ କାହାକୁ ଅପେକ୍ଷା କରେନା....

କେତେ ଶୀଘ୍ରେ ବଦଳିଯାଏ ସମୟ ପରିସ୍ଥିତି ସବୁକିଛି...ଭାବୁଥିଲେ ସୁମିତ୍ରା....ଯାହା କିଛି ସେ ଆଶା କରି ନଥିଲେ ସେଗୁଡା ଘଟିବା ଆରମ୍ଭ ହୋଇଯାଇଥିଲା କେମିତି କେଜାଣି ତାଙ୍କ ଅଜାଣତରେ ପରିବାର ଭିତରେେ । ଦିଅର ଦୁହିଁଙ୍କ ବିବାହ ଦଶ ବର୍ଷ ନ ପୁରୁଣୁ ସବୁ କିଛି ବଦଳିବାକୁ ଆରମ୍ଭ ହୋଇଯାଇଥିଲା । ଏଇ ପରିବାର ଯାହାକୁ ଏତେ ତ୍ୟାଗ ପରିଶ୍ରମ କରି ଗଢିଥିଲେ କେଉଁଠି ଯେମିତି କିଛି ଦୋଷ ରହିଗଲା ବେଧେ,ଆଜି ଯାହା ଏତେ ବଡ ଫାଙ୍କ ହୋଇ କାନ୍ଥ ଧସିଯିବା ପରି ପରିସ୍ଥତିରେ ବଦଳି ଗଲା ।


ଏଇ ଆଜି ସକାଳେ,ସାନ ଯା' ଭିତରୁ ବଡ...

ଶ୍ରାବଣୀ ର ସିଧା ସିଧା ଉତ୍ତରରେ କେମିତି ମୁକ ପାଲଟି ଗଲେ,ପଥର ହୋଇଗଲେ ସେ । ଶ୍ରାବଣୀ କହିଥିଲା ଆପଣ ହେଲେ ଆମ ଦୁଇ ଭଉଣୀ ଙ୍କ ବଡ ଯା' ହେଲେ ବୟସରେ ଢେର ବଡ । ଆପଣଙ୍କ ଠାରୁ ଆମେ ଏ କଥା ଆଶା କରି ନ ଥିଲୁ । ସମନା ଭାଗୀଧାର ଏ ଘରବାଡି ଉପରେ ଆମ ଦୁଇ ଭଉଣୀଙ୍କ । ହେଲେ ଆପଣ ଆମ ଉପରେ ଶାଶୁ ର ହାକିମାତି କରୁଛନ୍ତି!!

ଶ୍ରୀକାନ୍ତ ଓ ଶ୍ରୀମନ୍ତ ବି ଚୁପ୍ଚାପ୍ ମୁକ ପାଲଟି ଠିଆ ହୋଇଥିଲେ । ସହମତି ଦେଉଥିଲେ ଦୁଇ ଭଉଣୀଙ୍କ ଅଭିଯୋଗରେ!!!


କଣ ଟା ଭୁଲ କରିଥିଲେ ସେ??ଯେଉଁ ଦୁଇ ଛୁଆଙ୍କୁ ମାଁ ର ମମତାରେ ବଢାଇଥିଲେ ନିଜ ସମସ୍ତ ଭୋଗ ଳାଳସା କୁ ପଛ କରି ଶେଷରେ ଏୟା ଶୁଣିବାର ଥିଲା !!!


ଚିନ୍ତା କରନି ସୁମିତ୍ରା.....କହିଥିଲେ ଶ୍ରୀଧର ।

ତ୍ୟାଗ ର ଦରଦାମ୍ ହୁଏନା କେବେ । ଆମେ ସେ ଦୁହିଁଙ୍କୁ ପାଳିଥିଲା ମାଁ ଙ୍କ ଶେଷ କଥା ରଖିବାକୁ...କାହାଠୁଁ କିଛ ଫେରିି ପାଇବାର ଆଶାରୁ ନୁହେଁ...ଆମେ ଦୁହେଁ ଫେରିଯିବା ଗାଁ ପୁରୁଣା ଘରକୁ...ସେଇଠି ରହିବା...ଚାଷବାସ ସମ୍ଭାଳିବା । ସହରର ଏ ଘରେ ...ଦୁଇ ଛୋଟ ଭାଇ ତାଙ୍କ ସଂସାର କରନ୍ତୁ ।


କେତେ ସହିବାର ମଣିଷ ସତରେ ଶ୍ରୀଧର !!!ସେ ବି ସ୍ଥିର କରି ନେଲେ ତାଙ୍କ ପରି ସେ ବି ସହ୍ୟ କରିନେବେ... ଶ୍ରାବଣୀ ଓ ସୁଗନ୍ଧା ପାଖକୁ ଡାକିଲେ...


ଘରର ଚାବି ପେନ୍ଥାକୁ ସାନ ଦୁଇ ବୋହୂଙ୍କ ହାତକୁ ବଢାଇ ଦେଉ ଦେଉ ସୁମିତ୍ରା ଭାବୁଥିଲେ,ପରିବାର ଠିକ୍ ଭାବରେ ଚଳାଇବାକୁ ହେଲେ ବଡ ବୋହୂ କୁ ବହୁତ ତ୍ୟାଗ କରିବାକୁ ପଡେ ।


ଆଉ ତାଙ୍କର ଏ ତ୍ୟାଗ...ତାଙ୍କ ସ୍ବାମୀଙ୍କ ତ୍ୟାଗ.....କେଉଁ ତ୍ୟାଗ ର ରଙ୍ଗ ବେଶୀ ଗାଢ ???



Rate this content
Log in

Similar oriya story from Drama