STORYMIRROR

Ashutosh Meher

Tragedy

3  

Ashutosh Meher

Tragedy

ସଫେଦ୍ ଜହର

ସଫେଦ୍ ଜହର

2 mins
230


ପୂର୍ଣ୍ଣିମା ସଫେଦ୍ ଜହ୍ନ ଆଲୁଅରେ ତା ଦେହ ଆଜି କାହିଁକି ଏତେ ଜଳୁଛି???

ପାର୍କରେ ଲୋକ ଭିଡ,ସେ କିନ୍ତୁ ଏକଦମ୍ ଏକେଲା।ଶୁଭ୍ରା ବସିଛି ସେଇ ସୁପରିଚିତ ସିମେଣ୍ଟ ବେଞ୍ଚରେ ଯେଉଁଠି ସେମାନେ ବସନ୍ତି ହାତଧରା ଧରି ହୋଇ...ନିଶିକାନ୍ତଙ୍କ ସହ...ଗତ ଦଶ ବର୍ଷ ହେବ!!

ହାତରେ ତାର... ଏଇ କିଛି ସମୟ ଆଗରୁ ନିଶିକାନ୍ତ ଧରାଇ ଯାଇଥିବା ପାଞ୍ଚ ଲକ୍ଷ ଟଂକାର ଚେକ୍।ସେଇଟା ବି ହାତରେ ଅଗ୍ନି ପିଣ୍ଡୁଳା ପରି ଦହୁଛି ଓ ମନରେ ଜ୍ଜଳନ ଭରି ଦେଇଛି।

ନିଶ୍ଚିତ ସେ.... ଶେଷରେ ଧୋକା ଦେଇ ଦେଲେ ନିଶିକାନ୍ତ।


ଦଶବର୍ଷ ତଳେ ଯେବେ ନିଶିକାନ୍ତଙ୍କ କମ୍ପାନିରେ ଲୋକ ସଂପର୍କ ଅଧିକାରୀ ଭାବରେ ସେ ମୋଟା ଅଙ୍କରେ ନିଯୁକ୍ତି ପାଇଥିଲେ,କେତେ ଲୋକ କେତେ କଥା କହିଥିଲେ।ସେଥିରେ ସେ ବିବ୍ରତ ହୋଇନଥିଲେ .... ହେଲେ ତାଙ୍କୁ ଯେବେ ସୁବ୍ରତ ପ୍ରଶ୍ନ କଲେ ସେ ରାଗିଯାଇ କହିଥିଲେ...ତୁମେ ଇର୍ଷା କରୁଛ ସୁବ୍ରତ ମୋର ଉନ୍ନତିରେ।ଜ୍ଜଳନ ହେଉଛ ମୋର ମୋଟା ଦରମାରେ।

ଗତ କିଛି ବର୍ଷର ସଂପର୍କର ଫାଇଦା ନେବାକୁ ଏତେ ତରବର କିଆଁ??


ସେ ଯାକେ ବେକାର ଥିବା ସୁବ୍ରତ ପ୍ରଶାସନିକ ପରୀକ୍ଷାରେ ଲାଗିଥିଲେ.... ଚୁପଚାପ ମୁହଁ ମୋଡି ଚାଲି ଯାଇଥିଲେ ଯେ ସେ ଦିନ ଠୁଁ ଆଉ ସଂପର୍କ ରଖି ନଥିଲେ।

ଶୁଭ୍ରା କାହିଁକି ତାଙ୍କୁ ଆଜି ମନେ କରୁଛି ଏତେ!!! ମନେ ପଡୁଛି ତାଙ୍କର ଶେଷ କିଛି ଧାଡି....ନିଶିକାନ୍ତ ପକ୍କା ବ୍ୟବସାୟୀ ଟେ ଶୁଭ୍ରା..ବିନା ମତଲବରେ ସେ ପଇସାଟିଏ କହାକୁ ଦିଅନ୍ତି ନି...ଆଉ ତୁମ ପରି ଜଣେ ନବାଗତାକୁ ଏତେ ମୋଟା ଦରମା ର ଲୋଭ।ତୁମେ ଦିନେ ପସ୍ତାଇବ ନିଶ୍ଚେ!!!


ହଁ...ଆଜି ସେ ପସ୍ତାଉଛନ୍ତି...ଦଶ ବର୍ଷ ପରେ...ତାଙ୍କ ଦେହକୁ ଝିନ୍ଭିନ୍ କରି ବୁନ୍ଦା ବୁନ୍ଦା ନିଚୁଡି ନେଇ ଯେବେ ଆଜି ଚାକିରିରୁ ବରଖାସ୍ତ କରି ଶେଷ ପ୍ରାପ୍ୟ ର ଏ ଚେକ୍ ଧରାଇ ଚାଲିଗଲେ ନିଶିକାନ୍ତ।

******

ମ୍ୟାଡମ୍...ଆପଣଙ୍କର ଏଇ କାଗଜ ଖଣ୍ଡିକ ଉଡିଯାଉଥିଲା।ଗୋଟାଇ ଆଣିଛି...ଏଇ ନିଅନ୍ତୁ।


ପାର୍କରେ ପ୍ଳାଷ୍ଠିକ ଗୋଟାଉ ପିଲା ଟା କହୁଥିଲା।


ଦରକାର ନାହିଁରେ...ସେଇଟା ଛୁଁଉନା....ଜହର ସେ...ଚିରିକରି ଫିଙ୍ଗିଦେ...ପବନରେ ଉଡେଇ ଦେ!!

ଶୁଭ୍ରା ଉଠିଲେ ପାର୍କ ର ସିମେଣ୍ଟ ବେଞ୍ଚରୁ....!!


ହସୁଥିଲା ଆକାଶରେ ପୂର୍ଣ୍ଣିମା ର ସଫେଦ୍ ଜହ୍ନ...ଦଶ ବର୍ଷ ହେଲା ଜଠରେ ଭରି ରଖିଥିଲା କେଉଁଠି ସତେ ଏତେ ଧଳା ଜହର....!!!!

ସେ ଜାଣି ପାରୁନଥିଲା ସତରେ!!!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy