STORYMIRROR

Ashutosh Meher

Action Inspirational

4  

Ashutosh Meher

Action Inspirational

ଦାଗ

ଦାଗ

2 mins
179


ରେଳ ଷ୍ଟେସନ୍ ରେ ଡେରି ହୋଇ ଯାଇଥିବା ଟ୍ରେନ୍ କୁ ଅପେକ୍ଷା ଯେମିତି ବିରକ୍ତିକର...ଠିକ୍ ସେମିତି ରେଳ ଫାଟକରେ ନିଜ କାର୍ ଭିତରେ ଫାଟକ୍ ଉଠିବା ପର୍ୟ୍ୟନ୍ତ ଅପେକ୍ଷା ବି ବହୁତ ବିରକ୍ତିକର।ଆଉ ଯଦି ଅଫ୍ ଆଉ ଡାଊନ୍ ଦୁଇ ଲାଇନ୍ ବାଲା ଫାଟକ ହୋଇଥିଲେ କଥା ସରିଲା....।


ଏମିତି ଭାବନାରେ ଫଶିଥିଲେ ଶୁଭକାନ୍ତ।ଏବେ ଏବେ ତ ଡାଉନ୍ ଲାଇନ୍ ରେ ପାସେଞ୍ଜର୍ ଟା ଗଲା....ଫାଟକ୍ ଖୋଲୁନି ... ତା' ମାନେ ଅପ୍ ଲାଇନ କ'ଣ ଗୋଟାଏ ଆସୁଥିବ!!


ଏତିକି ବେଳେ ଆଖି ତା'ର ଟାଣି ହୋଇଗଲା ସାମ୍ନାରେ ଅପେକ୍ଷାରେ ଥିବା କଳା ମଚ୍ ମଚ୍ ଏସୟ୍ୟୁଭି ଗାଡି ଉପରେ।ଦାମୀ ଗାଡି ଟା ନିଶ୍ଚୟ।ରାସ୍ତା କଡ ଗଛ ତଳେ ଠିଆ ହୋଇ ସିଗାରେଟ୍ ଟିଣିବାରେ ବ୍ୟସ୍ତ ଥିବା ଭଦ୍ରବ୍ୟକ୍ତି ମାଳିକ ନିଶ୍ଚୟ ହୋଇଥିବେ।ବେଶଭୂଷା ରୁ ଜଣାପଡୁଥିଲେ ବେଶ୍ ସଂଭ୍ରାନ୍ତ।ମନ ଭରି ସିଗାରେଟ୍ କୁ ଉପଭୋଗରେ ଟାଣି... ଧୂଆଁ ସବୁ କୁ ଛାଡୁଥିଲେ ଶୂନ୍ୟ ଆକାଶକୁ।ହଠାତ୍ କ'ଣ ଦେଖିଲେ କେଜାଣେ ଗାଡିର୍ ପଛ ପଟ ବଂପର୍ ପାଖକୁ ଆସି ଅତି ନିରେଖି ଦେଖି ଗାଡିର ଦେହରେ ଆଙ୍ଗୁଠି ଖେଲାଇ ଆଣି ପରୀକ୍ଷା କରିନେଲେ ସେ।କିଛି ଆଞ୍ଚୁଡା ଦାଗ ଲାଗିଯାଇଛି ବୋଧେ କେଉଁଠି ଘସି ହୋଇ।ବିରକ୍ତି ଭାବ ଫୁଟି ଉଠିଥିଲା ତାଙ୍କ ମୁହଁରେ। ଶୁଭକାନ୍ତ ଭଲ ଭାବରେ ଦେଖିପାରୁଥିଲେ ଯେ!!


ଭଦ୍ରବ୍ୟକ୍ତି ଜଣକ ସିଗାରେଟ୍ ର ଶେଷ ଅଂଶକୁ ତଳେ ପକାଇ ଯୋର୍ ରେ ପାଦତଳେ ଦଳି ପକାଇଲେ ଓ ପକେଟରୁ ନୂଆଁ ଖଣ୍ଡେ ବାହାର କରି ଲାଇଟର୍ ଜଳାଇ ଆଉ ଗୋଟାଏ ଦମଦାର୍ ଧୂଆଁ ଟାଣି ପକାଇଲେ!!ଭଦ୍ରବ୍ୟକ୍ତି ଗାଡି ଉପର ଦାଗ ଦେଖି ଟେନସନରେ ଆସିଗଲେ ବୋଧେ!!


ଶୁଭକାନ୍ତ ମନେ ମନେ ହସିଲା।ଗାଡି ଉପର ସାମାନ୍ୟ ଗୋଟାଏ ଦାଗ ପାଇଁ ଏତେ ଚିନ୍ତା.... ହେଲେ ସିଗାରେଟ୍ ଧୂଆଁରେ ଅହରହ ଛାତି ଭିତରେ ଦାଗ ଟାଣିଲା ବେଳେ ତ ସେ ମନଭରି ଉପଭୋଗ କରିଚାଲିଥିଲେ !!


ଅପ୍ ଲାଇନ୍ ରେ ଫାଟକ୍ ପାରି ହେଉଥିବା ଟ୍ରେନ ଶବ୍ଦରେ ଚିନ୍ତା ଭାଙ୍ଗିଲା ଶୁଭକାନ୍ତଙ୍କ ।ସିଟ୍ ବେଲଟ୍ ଭିଡି ଗାଡି ଷ୍ଟାଟ୍ କଲେ।ସେ ଅଜଣା ଭଦ୍ରବ୍ୟକ୍ତି ବି ଗାଡିରେ ବସି ସାରିଥିଲେ।ତାଙ୍କ ଡ୍ରାଇଭର ଗାଡି ଷ୍ଟାଟ୍ କଲାଣି ମଧ୍ୟ।

ରେଳ ଫାଟକ୍ ଧୀରେ ଉପରକୁ ଉଠିଲାଣି ।

ଏଥର ଗିଅର୍ ବଦଳାଇଲେ ଶୁଭକାନ୍ତ!!









ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Action