STORYMIRROR

Ashutosh Meher

Others

3  

Ashutosh Meher

Others

ନିଶା

ନିଶା

1 min
14.7K


।। ନିଶା ।।

ଆଶୁତୋଷ ମେହେର

ଖରା ଟା'ଣ ଧରିଲାଣି... ଗଛଛାଇରେ କାମରୁ ଟିକେ ଥକା ମାରୁଥିଲା ମନୁଆଁ ।

ଆଗ ପାନଦୋକାନରେ ହଠାତ୍ ପହଞ୍ଚିଗଲେ ପାଞ୍ଚ ଛଅଜଣ ଟୋକା ମଟରସାଇକେଲରେ... ଦୋକାନରୁ କ'ଣସବୁ ନାଲିନାଲି ବୋତଲ କିଣି ଢୋକିଗଲେ... ଢକଢକ  ଓ ଚାଲିଗଲେ ନିଜ ବାଟରେ ।

ମନୁଆଁ ତା' ନିଜ କଥା ଭାବୁଥିଲା । ସଂଧ୍ୟାରେ ସେ ବି ଏମିତି କରେ । ଦିନତମାମ ପରିଶ୍ରମ ପରେ ଏମିତି ଗୋଟେ ପାଉଚ କିଣି ଢକଢକ ପିଇ ସେ ଶୋଇଯାଏ ଆରଦିନ ଉଠି କାମକୁ ଯିବା ପାଇଁ... ହେଲେ ଏଇ ସକାଳ ବେଳା ଫଟଫଟିଆ ଚଢୁଥିବା ବାବୁମାନଙ୍କ କ'ଣ ପାଇଁ ଦରକାର... ଏଗୁଡା... ଏଇ ସେ ନିଶା ...

    ***


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍