Nihar Ranjan pradhan

Horror

3  

Nihar Ranjan pradhan

Horror

ତୁମକୁ ଆସିବାକୁ ପଡିବ

ତୁମକୁ ଆସିବାକୁ ପଡିବ

4 mins
155



    ରତିକାନ୍ତ ବାବୁ ଆଉ ରୀତିକା ଦେବି , ଦୁହେଁ ବୟସର ଅପରାହ୍ନରେ ପହଂଚି ସାରିଥିଲେ । ବର୍ଷା ଘଡଘଡିର ଦୁମୁକାଏ ପବନ କେବେଠୁ ଏମାନଂକୁ ମନଅଗଣାରେ ବହିଯାଇଛି । ଯାହାର ଚି଼ହ୍ନ ଆଜିବି ଏହି ଦୁଇଦମ୍ପତି ଙ୍କ ମନରେ ଲିଭିବାର ନାଁ"ନେଉନି ! ବୟସର କାଠ ଗଡା଼ରେ କେବେଠୁ ଏ ଦୁଇଜଣ ନିଜକୁ ଦୋଷୀ ମାନିନେଇଥିଲେ । ହେଲେ , ସେ ଦୋଷ ପାଇଁ ଏମାନେ ଯେ କେବେଠୁ ଦଣ୍ଡ ଭୋଗୁଛନ୍ତି ଏହାର ବିସ୍ତାରିତ ଉଦାହରଣ ନାହିଁ । ଆଖିର ଲୋତକ କେବେଠୁ ପଳାତକ ସାଜି ଅନ୍ୟତ୍ର ବସା ବାନ୍ଧିଲାଣି । ଗଭୀର କୋରଡ଼ ଭିତରକୁ ପଶିଯାଇଥିବା ଆଖି ଦୁଇଟା ଉପରେ କେବେଠୁ ଚଷମା ବି ଲଗା ହେଲାନି । ତଥାପି ଆଖିକୁ ଭଲ ଦିଶୁନି ! ଏଠି ଆଖିର ଦୋଷ କି ଚଷମାର ଦୋଷ , କିଏ କହିବ ସେ କଥା ?


          ସରସ୍ବତୀ ପୂଜାର ଚାନ୍ଦା ଆଦାୟ କରିବା ଲାଗି ମୁଁ ଏବଂ ମୋର କିଛି ବନ୍ଧୁ ପହଂଚିଲୁ ରତିକାନ୍ତ ବାବୁଙ୍କ ଘରେ । ପ୍ରଥମ ଥର ତାଙ୍କ ଘର ଭିତରକୁ ଯାଇଥିବାରୁ , ମୁଁ ତାଟସ୍ଥ ହୋଇ ପରିଲକ୍ଷିତ କରୁଥାଏ ଘରର କୋଣ ଅନୁକୋଣକୁ । କୌଣସି ସୁନ୍ଦର ରାଜଭବନ ଠାରୁ ବି କମ ନଥିଲା ଘରଟି । ହେଲେ ଘରେ ସ୍ୱାମୀ ସ୍ତ୍ରୀ ବୋଲି ଦୁଇଟା । ପିଲାଛୁଆ , ଚାକର ବାକର କଣ କେହି ରହୁନାହାନ୍ତି ଘରେ ? କେମିତି ଏ ବୁଢ଼ା ବୁଢ଼ୀ ଦୁଇଜଣଙ୍କୁ ଛାଡିଗଲେ ସେମାନେ । ସତରେ କେତେ ନିଷ୍ଠୁର ଏ ମାନବ ଜାତି ।


   ରତିକାନ୍ତ ବାବୁଙ୍କର ମିଷ୍ଟଭାଷା ଆଉ ଅତିଥି ସତ୍କାରରେ ମୁଁ ଚକିତ ଥିଲି । ଆମକୁ ସେ ଜାଣି ନାହାନ୍ତି ତଥାପି ଏ ଆତିଥ୍ୟ କ"ଣ ପାଇଁ ? ଏ ଭଳିଆ ଦରଦୀ ମଣିଷଙ୍କୁ କେହି କେମିତି ଛାଡି ଯାଇପାରେ ! ବାସ୍ତବିକ ନାଁ ,ନାଁ , ନାଁ । ରୀତିକା ଦେବି ଆମ ପାଇଁ ଚା ' ପ୍ରସ୍ତୁତ କରୁଥାନ୍ତି ଏବଂ ମୋ ବନ୍ଧୁମାନେ IPL ଖେଳର ମଜା ନେଉଥାନ୍ତି । ପାଖାପାଖି ସେତେବେଳେକୁ ରାତି ୯ : ୩୫ ହେବ । ମୋତେ ଉପର ମହଲାରୁ ଗୋଟେ ମନ୍ତ୍ର ମୁଗ୍ଧ ବୀଣାର ଧ୍ୱନି ଶୁଭାଗଲା । ବନ୍ଧୁମାନେ ଖେଳରେ ଏତେ ମଜିଯାଇଥିଲେ ଯେ ସେମାନେ ମୋ କଥା ଶୁଣିବାକୁ ନାରାଜ ଥିଲେ । ବାଧ୍ୟ ହୋଇ ମୁଁ ଉପର ମହଲାକୁ ଗଲି । ମୁଁ ଯେତେ ପାଖକୁ ପାଖକୁ ଯାଉଥାଏ , ବୀଣାର ଧ୍ୱନି ସେତେ ଦୂରକୁ ଯାଉଥାଏ । ଶେଷରେ ମୁଁ ଦେଖିଲି ଛାତ ଉପରେ ଗୋଟେ ଛୋଟ ଝିଅଟି ବୀଣା ବଜାଇବାରେ ଏତେ ମସଗୁଲ ହୋଇଯାଇଥିଲାଯେ , ମୋ ଉପସ୍ଥିତି ବୋଧେ ତାକୁ ଜଣା ନଥିଲା ।


    ମୁଁ ଧୀରେଧୀରେ ସେ ଝିଅଟି ପାଖକୁ ଯାଉଥାଏ , କିଏ ସେ ଝିଅ ? କଣ ତାହାର ପରିଚୟ ? ଏତେ ଅନ୍ଧାରରେ ଛାତ ଉପରେ କଣ ପାଇଁ ସେ ବୀଣା ବଜାଉଛି ? ଏବେ ମୁଁ ସେ ଝିଅଟିର ଅତି ନିକଟରେ ଥିଲି କିନ୍ତୁ ମୋ କାନ୍ଧ ଉପରେ ହାତ ପକାଇ ରତିକାନ୍ତ ବାବୁ କହିଲେ --- ଏଠାରେ କଣ କରୁଛ ତୁମେ ? ତୁମେ ଚା ' ପିଇବିନି କି ?

   " ନାଇଁ ଆଜ୍ଞା ମୁଁ ଚା ପିଏନି ! ସତରେ ଆପଣଙ୍କ ଏ କୁନି ଝିଅ ବହୁତ ସୁନ୍ଦର ବୀଣା ବଜାଉଛି , "

  " କିଏ ବୀଣା ବଜାଉଛି , କିଏ ମୋ ଝିଅ ? କଣ କହୁଛ ତୁମେ -- ରତିକାନ୍ତ ବାବୁ କହିଲେ "


  " ହେଇତ , ଓହୋ ନୋ ! ଏଇଠି ତ ସେ ପିଲା ବସିଥିଲା , ହେଲେ କୁଆଡେ ଗଲା ? ମୁଁ ସତ କହୁଛି ଏଇଠି କେହି ଜଣେ ଛୋଟ ପିଲା ବୀଣା ବଜାଉଥିଲା "

ମୋ ଅଧର୍ଯ୍ୟ ଦେଖି , ରତିକାନ୍ତ ବାବୁ କହିଲେ - " ବ୍ୟସ୍ତ ହେବାର କିଛି ନାହିଁ , ଆପଣ ଯାହାକୁ ଏଠାରେ ବୀଣା ବଜାଉଥିବାର ଦେଖୁଥିଲେ , ସେ ମୋ ଝିଅ ବୀଣା ... ସେ କେବେଠୁ ମରିଗଲାଣି । ଡରିବାର କିଛି ନାହିଁ , ସେ କାହାର କିଛି କ୍ଷତି କରେନି ।

 " କଣ କହୁଛନ୍ତି ଆପଣ , ଆପଣଙ୍କ ଝିଅ କେବେଠୁ ମରିସାରିଲାଣି , ମାନେ ମୁଁ ଯାହାକୁ ଦେଖୁଥିଲି ସେ କଣ ଗୋଟେ ଆତ୍ମା ଥିଲା !!!

   " ହଁ , ସେ ମୋ ଝିଅର ଆତ୍ମା ଥିଲା "

 " ହେଲେ ସେ ମଲାକେମିତି ? ତାକୁ କଣ କିଛି ରୋଗ ହୋଇଥିଲା ? "

   " ନା , କେବଳ ଆମର ଗୋଟେ ଛୋଟ ଭୁଲ ଲାଗି ସେ ଆଜି ଆମ ପାଖରେ ନାହିଁ "

 " ମାନେ !"

      ରତିକାନ୍ତ ବାବୁ କହିବା ଆରମ୍ଭ କଲେ - ମୋ ଝିଅ ବୀଣା ସେତେବେଳକୁ ୧୨ ବର୍ଷର ହୋଇଥାଏ । ତାହାର ବୀଣା ବଜାଇବା ଆଗ୍ରହ ଦେଖି ଆମେ ତା ପାଇଁ ଗୋଟେ ବୀଣା ଶିଖାଇବା ଶିକ୍ଷକଟେ ଯୋଗାଡ଼ କଲୁ । ସେତେବେଳେ ମୁଁ କିମ୍ବା ମୋ ସ୍ତ୍ରୀ ଙ୍କ ପାଖରେ ସମୟ ନଥାଏ ବୀଣାର କଥା ବୁଝିବା ଲାଗି । ଆମେ ଆମ କର୍ମକ୍ଷେତ୍ରକୁ ବାହାରି ଯାଉଥିଲୁ ସକାଳୁ , ଆଉ ଫେରୁଫେରୁ ରାତି ଅନେକ । ବୀଣାର ଶିକ୍ଷକ ସବୁଦିନ ପରି ସେଦିନ ବି ଠିକ ସମୟରେ ଆସିଥିଲା । ହେଲେ ସେଦିନ ସେ ଶିକ୍ଷକ ବେଶରେ ଥିଲା ଜଣେ ମଣିଷ ମାଂସ ଖିଆ ଅସୁର । ନିଜ ଶରୀରର ଉଷ୍ମତାକୁ ଶିଥିଳ କରିବା ପାଇଁ ମୋ ଝିଅ ବୀଣାର ରକ୍ତରେ ସେ ଗାଧୋଇ ସାରିଥିଲା । ଆମେ ଫେରିବା ବେଳକୁ ବୀଣାର ସୁମଧୁର କଣ୍ଠ ସବୁଦିନ ପାଇଁ ନିରବ ହୋଇଯାଇଥିଲା । ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୋ ଝିଅ ବୀଣାର ଶରୀରଟା ଚଟାଣ ଉପରେ ପଡିଥିଲା । ଆଉ ରକ୍ତରେ ଲେଖିଥିଲା --"  ମୋ ବାପା , ମୋ ମା "  ଆଉ ସେହିଦିନଠୁ ଆମେ ଏକା ।


   ସତରେ ଆଜିର ମା" ବାପାଙ୍କ ଅବେହେଳିତ ଯୋଗୁ କେତେ ବୀଣାଙ୍କର ଯେ ବୀଣା ବଜାଇବାର ସ୍ବପ୍ନ କେବେଠୁ ଭାଙ୍ଗିସାରିଲାଣି ତାହା ଆଜି ଅଛପା । ଆଉ କିଛି ଶୁଣିବା ଆଗରୁ ମୁଁ ଛାତ ଉପରୁ ଘର ଭିତରକୁ ଚାଲି ଆସିଥିଲି । ଆଉ ଚାନ୍ଦା ନେଇ ଫେରିବା ସମୟରେ କହୁଥିଲି ---- " ହେ ମା' ବୀଣାପାଣି ତୁମେ ମୂର୍ତ୍ତିରେ ନୁହଁ ବରଂ ସତସତିକା ଏ ଧରାକୁ ଓଲେହି ଆସ , ଆଉ ଏ ମଣିଷ ରୂପକ ମହିସା ସୁର କୁ ବଦ୍ଧକରି , ଦୁର୍ଗତି ନାଶିନୀ ମା ଦୁର୍ଗା ସାଜ , ପାପକୁ କୋହଳ କର ମା ... ତୁମ ବୀଣାକୁ ରକ୍ଷାକର .. ତୁମ ସନ୍ତାନ ଆଜି ବିପଦରେ ... ହେ ମା " ବୀଣାପାଣି ଆସ ମା ଆସ .... ଜଗତର ଉଦ୍ଧାର କର , ପାପର ବିନାଶ କର .. ମା " ହୋଇ ସମସ୍ତଙ୍କ ଦୁଃଖ ଲାଘବ କର ଆଉ ସୁଖରେ ରଖ । ମୁଁ ଜାଣେ ମା ତୁମେ ଆସିବ ... ଏ ବୀଣା ଭଳିଆ ପ୍ରାବୋଧ ଶିଶୁକୁ ରକ୍ଷାକରିବାକୁ ତୁମେ ଆସିବ ...ହେ ଭକ୍ତର ଭଗବାନ ତୁମକୁ ଆସିବାକୁ ପଡିବ, ତୁମକୁ ଆସିବାକୁ ପଡିବ ....

   



Rate this content
Log in

Similar oriya story from Horror