STORYMIRROR

Sunanda Mohanty

Classics Others Children

3  

Sunanda Mohanty

Classics Others Children

ତୁ ଥିଲେ ମୋ ଡର କାହାକୁ

ତୁ ଥିଲେ ମୋ ଡର କାହାକୁ

1 min
304


ମାଆର କୋଳ ପିଲାପାଇଁ ନିଶ୍ଚୟ ସ୍ୱତନ୍ତ୍ର ଝୁଲଣା । ମାଆର ପଣତ ଓ କୋଳର ତୁଳନା ନାହିଁ । ଅବୁଝା ହୋଇ କାନ୍ଦୁଥିବା ପିଲାକୁ ମାଆ ଥରେ କୋଳକୁ ନେଇ ଲୁହ ପୋଛି ଦେଲେ ପିଲା ମନରେ ନୂତନ ଉନ୍ମାଦନା ଖେଳିଯାଏ । ମାଆ ପିଲା ପାଇଁ ଅମୃତ ବରଦାନ କହିଲେ ଅତ୍ୟୁକ୍ତି ହେବନାହିଁ l

  ସେହି ଭଳି ପିଲା ଯେବେ ମାଆଠୁ ଦୁରେଇ ଯାଏ ଯେ କୌଣସି କାରଣରୁ ତା ମନସ୍ତତ୍ତ୍ୱ ଭିତରେ କଣ ଚାଲିଥାଏ କେବଳ ମାଆକୁ ଜଣା । ସେ ପିଲା ସାନ ହେଉକି ବଡ଼ ଯେତେ ବଡ଼ ହେଲେ ବି ମାଆକୁ ଭୁଲିହୁଏନି l

  ବାର୍ଦ୍ଧକ୍ୟ କାରଣରୁ ମାଆ ସୁମତୀ ଏଣିକି ଚିନ୍ହି ପାରୁନଥିଲେ ତାଙ୍କ ପିଲାଙ୍କୁ ହେଲେ ସେ ଯୋଉଦିନ ଠାରୁ ଆଇ ସି ୟୁ ରେ ଭର୍ତ୍ତି ହେଲେ । ଅବଚେତନ ଭିତରେ ବି ପିଲାମାନଙ୍କ ସ୍ପର୍ଶରେ ଉଶ୍ୱାସ ଲଭିବା ବାରିହୋଇପଡେ l

   ପିଲାମାନଙ୍କ ନିଶ୍ୱାସରୁ ଭଲ ହୋଇଗଲେ ମାଆ ସୁମତୀ ଆଉ ଯେତେବେଳେ ତାଙ୍କୁ ପଚରା ଯାଉଥିଲା ଇଏ କିଏ, ତ ଚଟାପଟ ଇଏ ମୋ ପୁଅ ଅମୁକ ସିଏ ମୋ ଝିଅ ସମୁକ କହିଦେଇ ହାତ ମାରି ଆଉଁସି ଦେଉଥାନ୍ତି ମୁଣ୍ଡ ତ ସବୁ ପିଲାମାନେ ମନ ଖୁସିରେ ମାଆ କୋଳରେ ମୁଣ୍ଡ ଗୁଂଜିଦେଇ ଭାବୁଥାନ୍ତି ତୋ କୋଳ ସତରେ କେଡେ ଉଷୁମ ଝୁଲଣା ପରି ମାଆ !ମାଆ ଓ ପିଲାମାନେ ପ୍ରତ୍ୟକ ଭାବୁଥିଲେ ତୁ ଥିଲେ ମୋ ଡର କାହାକୁ l


Rate this content
Log in

Similar oriya story from Classics