STORYMIRROR

Sunanda Mohanty

Inspirational

3  

Sunanda Mohanty

Inspirational

ଟୋପାଏ ସିନ୍ଦୂର ଦି ଟୋପା ଲୁହ

ଟୋପାଏ ସିନ୍ଦୂର ଦି ଟୋପା ଲୁହ

2 mins
328

   ସାମ୍ବାଦିକ ଅଫିସରେ ସାମ୍ବାଦିକ ଭାଇ ଭଉଣୀମାନଙ୍କ ମିଟିଙ୍ଗ ଚାଲିଛି, ଆଜିଯାଏଁ ପ୍ରତ୍ୟକ ସାମ୍ବାଦିକ ଭାଇ ଓ ଭଉଣୀ କାର୍ଯ୍ୟ ପ୍ରତି ଉତ୍ତରଦାୟୀ ହୋଇ, ଜୀବନକାଳରେ ସଂଘର୍ଷମୟ ପରିସ୍ଥିତିକୁ ଆଦରି ଦେଶର କୋଣ ଅନୁକୋଣର ସମସ୍ତ ସଚେତନ ନାଗରିକଙ୍କୁ ଦେଶ ବିଦେଶର ଖବର ପହଞ୍ଚେଇ ଜାତୀୟତା କାର୍ଯ୍ୟ ନିଭାଉଥିଲା ବେଳେ ନିଜ ଜୀବନ ବେଳେ ବେଳେ ବିପନ୍ନ ହେଉଛି, ଏମିତିକି ମୃତ୍ୟୁ ମୁଖରେ ପଡୁଛନ୍ତି ଅନେକ, ଦୁର୍ଘଟଣାର ଶୀକାର ହେଲାବେଳେ କେହି ବି ସେମାନଙ୍କ ପିଠିରେ ପଡିବା ଦୂରେ ଥାଉ ଆହା ପଦେ କରିନଥାନ୍ତି ତ ଜୁନିଅର ସାମ୍ବାଦିକ ଭାଇ ଭଉଣୀଙ୍କ ମନରେ ଆଜି ପ୍ରଶ୍ନବାଚୀ ଓ କ୍ଷୋଭ, ସେଇଥିପାଇଁ ତ ଆଜିର ଏ ମିଟିଙ୍ଗ l

  ଧର୍ମ ଓ ଦଳୀୟମନୋଭାବ ଦୂରଇ ସେବା ପାଇଁ ଆତ୍ମବିଶ୍ୱାସ ସହ ଶ୍ରଦ୍ଧାକୁ ଆପଣେଇ ନେଲେ, ନିଶ୍ଚୟ ଆମେ ସମସ୍ତେ ସଫଳ ହୋଇ ସାମ୍ବାଦିକତାକୁ ଜାତୀୟ କାର୍ଯ୍ୟ ରୂପେ ଆହୁରି ସୁଦୃଢ କରି ପାରିବା ବୋଲି ବରିଷ୍ଠ ସାମ୍ବାଦିକ ବିଷ୍ଣୁ ବାବୁ କହୁଥିଲେ ତ କନିଷ୍ଠ ଅମୀୟଙ୍କ ମନରେ ଅନେକ କ୍ଷୋଭ ତଥାପି ରହି ଆସିଥିଲା, ମାସେ ହେଲାଣି ସେ ନିଜ ଘରକୁ ଯାଇନାହାଁନ୍ତି, ବାପା ମାଆ ବୁଢାବୁଢ଼ୀ, ନବବିବାହିତା ପତ୍ନୀ ଠିକ ଠାକ ସବୁ ନେଇ ଆଣି ଥୋଉଛନ୍ତି କହୁଥିଲେ ବି ତାଙ୍କ ଅନ୍ତର ତଳୁ କିଏ ଯେମିତି କହୁଛି ସେ ବାପା ମାଆଙ୍କର କୁଳାଙ୍ଗାର ପୁତ୍ରଟିଏ ଛଡ଼ା ଆଉ କିଛି ନୁହନ୍ତି, ବିଷ୍ଣୁ ବାବୁ ଅମୀୟଙ୍କ ପିଠିରେ ହାତ ରଖି ମଧୁର ନମନୀୟ ସ୍ୱରରେ କହୁଥିଲେ ମିଟିଙ୍ଗ ପରେ ତୁମେ ପନ୍ଦର ଦିନ ପାଇଁ ଘରକୁ ଯାଇ ବୁଲିଆସ ଅମୀୟ, ଆମେ ଅଛୁ l

 ବିଷ୍ଣୁବାବୁଙ୍କ କଥାରେ ଥିଲା ଆତ୍ମୀୟତା ଓ ଶ୍ରଦ୍ଧା, ସେଠାରୁ ଗାଆଁକୁ ଆସି ସେ ନବବିବାହିତା ପତ୍ନୀ ଶ୍ରଦ୍ଧାଙ୍କର ଶ୍ରଦ୍ଧାରେ ନିଜ ପରିବାର ବିଲକୁଲ ଠିକଠାକ ଚାଲିଥିବା ଦେଖି, ଓ ଶ୍ରଦ୍ଧାଙ୍କ ତ୍ୟାଗ ବଳିଦାନ ଆଗରେ ନିଜକୁ ବଳ ଓ ସାମର୍ଥ୍ୟ ଜୁଟାଇବାରେ ସକ୍ଷମ ହୋଇ ଦିନ କେଇଟାରେ ଫେରିବାକୁ ବସିଲେ ଅଫିସକୁ, ଆଉ ଫେରିଲା ବେଳେ ଅଭିମାନୀ ସ୍ତ୍ରୀଙ୍କୁ କହିବାକୁ ଭୁଲି ନଥିଲେ କି ଶ୍ରଦ୍ଧା ଓ ଆନ୍ତରିକତା ପରସ୍ପର ପରସ୍ପରର ପରିପୂରକ ବୋଲି ତୁମଠୁ ଶିଖିଲି ଶ୍ରଦ୍ଧା, ବାପା ମାଆ ଙ୍କ ପାଇଁ ମୋର ଆଉ ଚିନ୍ତା ନାହିଁ, ମୁରୁକି ହସୁଥିଲେ ଶ୍ରଦ୍ଧା, ଗଡିପଡୁଥିଲା ଦୁଇ ଟୋପା ଲୁହ ତାଙ୍କ ଆଖିରୁ, ଶଙ୍ଖା ସିନ୍ଦୂରର ମର୍ଯ୍ୟାଦା ଭୁଲିନଥିବା ସ୍ତ୍ରୀଙ୍କୁ ପାଇ ଅମୀୟ ଶାନ୍ତିରେ ଫେରିଥିଲେ ଅଫିସ ଆଉ ସେଦିନ ଅଫିସରେ ପହଂଚି ବିଷ୍ଣୁବାବୁଙ୍କ ଗୋଡ଼ ଛୁଇଁବାକୁ ଭୁଲିନଥିଲେ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational