STORYMIRROR

Suresh chandra Padhy

Classics

3  

Suresh chandra Padhy

Classics

ତୋ କୋଳ ମୋ ଝୁଲଣା

ତୋ କୋଳ ମୋ ଝୁଲଣା

1 min
379


ଦିନେ ଏକ ମା ତାର ସନ୍ତାନ କୁ ରାସ୍ତା ରେ ଫିଙ୍ଗି ଚାଲି ଗଲେ। ସେ ବହୁତ ଗରିବ ଥିଲେ। ପୁଣି ଏକ ସ୍ତ୍ରୀ ଲୋକ ସନ୍ତାନ ଟିକୁ ପାଇ ଖୁସି ହେଲେ। ଯଶୋଦା ପରି ସେ ପିଲା ଟିର ସେବା କଲେ। ତାକୁ ରୋଗ ହେଲେ ସେ ରାତି ଉଜାଗର ହୋଇ ସେବା କଲେ। ପିଲା ଟି ଭଲ ପଢିଲା। ତାକୁ ସେ ନିଜେ ପଢାଇ ମଣିଷ କଲେ। ପିଲା ଟି ପୋଲିସ ହେଲା।। ଏକ ସୁନ୍ଦର ଝିଅ ଦେଖି ତାର ବିବାହ କଲେ।

  ଦିନେ ସେ ପିଲା ର ସ୍ତ୍ରୀ ଅଲଗା ରହିବାକୁ କହିଲା। ସେ ପୋଲିସ ପିଲା ମନା କଲା। ସେ ପିଲା ତା ସ୍ତ୍ରୀ ଠୁ ଅଧିକ ମା ଙ୍କୁ ଭଲ ପାଏ। ମା ହାତରୁ ଖାଇ ତୃପ୍ତିପାଏ । ଦିନେ ତାର ସ୍ତ୍ରୀ ତାକୁ ଛାଡି ଚାଲି ଗଲା। ପିଲାଟିର ଦୁଃଖ ନଥିଲା। କାରଣ ସେ ମା ପାଖରେ ଥିଲା। ଜୀବନ ର ଶେଷ ଯାଏ ମା ର ସେନେହ ପାଇଲା।

 ଦିନେ ସଭିଙ୍କୁ କହିଲା, ମୋ ମା ଠୁ କେହି ବଡ଼ ନାହିଁ। ମୋ ମା ମୋ ଦେବତା । ମା ର କୋଳ ମୋର ଝୁଲଣା । ସତରେ ମା ଠୁ ବଡ଼ କେହି ନାହିଁ। ଆମେ ମା ଙ୍କୁ ଭଲ ପାଇବା ଓ ସେବା କରିବା। ମା ର ଋଣ କେବେ ସୁଝି ହେବ ନାହିଁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Classics