ସୁକୃତୀ
ସୁକୃତୀ


ମୁଁ ଏକ ଆୟୁର୍ବେଦିକ କମ୍ପାନୀରେ ଅତୀଥି ରୂପେ ସଭା ସ୍ଥଳୀରେ ବସିଥାଏ । ଏହି ଗହଳି ଭିତରେ ମୋର ନଜର ଏକ ନାରୀ ଉପରେ ପଡ଼ିଲା ବେଶ୍ ମୋଟା ମୋଟି, ହସ ହସ ମୂଖମଣ୍ଡଳରେ ସୁନ୍ଦର ଗହବା କେଶ, ମୋର ଆଖି ସହିତ ତାର ଆଖି ମିଶିଗଲା ସେ ମୋତେ ଦେଖି ବେଶ୍ ଖୋଲା ମନରେ ହସିଦେଲା, ତାର ଏହି ଖୋଲା ହସ ମୋ ମନକୁ ଚହଲାଇ ଦେଇଥିଲା । ସଭା ଭଙ୍ଗ ହେଲା ପରେ ମୁଁ ନିଜେ ତା ପାଖକୁ ଗଲି ଓ ହାତ ମିଳାଇଲି। ତାହାର ପରିିିଚୟ ଓ ଠିକଣା ମାଗିିିଲିି , ସେ ହସ ହସ ମୁହଁରେ ତାର ସମସ୍ତ ବୀବରଣି ମତେ ଦେଇଥିଲା ସତେ ଯେମିତି ମୁଁ ଏକ ରିପୋର୍ଟର ତାହାର ରିପୋର୍ଟ ତିଆରି କରିବି। ଏତେ ଗହଳିର ଭିତରେ କାହିଁକି ସେ ମୋ ନଜରକୁ ଆସିଲା ଓ କାହିଁକି ତା ବିଷୟରେ ଜାଣିବାକୁ ଚାହିଁଲି ମୁଁ ଜାଣି ପାରିଲିନି।
କିଛି ଦିନ ପରେ, ମୁଁ ତାର ମୋବାଇଲକୁ ଫୋନ୍ କଲି କଥା ବାର୍ତ୍ତା ଭିତରେ ସେ ମୋତେ ତାର ଘରକୁ ନିମନ୍ତ୍ରଣ କଲା। ମୁଁ ସୁବିଧା ଦେଖି ତା ଘରକୁ ଗଲି । ତା ଘରେ ଡ୍ରଇଙ୍ଗ ରୁମ ରେ ମତେ ବସାଇଲା ବସିବା ଭିତରେ ମୋ ଆଖି ତା ଘରର ଚାରି କାନ୍ଥ ଭିତରେ ଘୁରିବୁଲୁଥିଲା, ହଠାତ୍ ଏକ ଫଟୋଚିତ୍ର ପାଖରେ ମୋର ଆଖି ରହିଗଲା, ଫଟୋ ଟି ଏକ ପୁୁୁରୁଷର ତିିିିରିଶ ଚାଳିଶ ଭିତରେ ହେବ, ଫୁଲ ମାଳ ଅତି ସୁନ୍ଦର ଭାବରେ ସଜା ହୋଇଥାଏ ଜୀବନ୍ତ ଲାଗୁଥିଲା । ଫଟ
ଭିତରୁ ସତେ ଯେପରି ସେ ମୋତେ କିଛି ଇଙ୍ଗୀତ କରୁଥିଲା । ମୁଁ ଏକ ଲୟରେ ଚାହିଁ ରହିଥିଲି, ଏହି ସମୟରେ ଗୁଲୁଗୁଲିିଆ ଦୁଇଟି ଛୋଟ ଝିଅ ଆସି ମୋ ପାଦ ସ୍ପର୍ଶ କରିଲେ, ମୁଁ ଚମକି ପଡି ସେମାନଙ୍କୁ କୋଳାଗ୍ରତ କରିଲି ତାଙ୍କ ପଛରେ ଲାସ୍ୟମୟୀ ନାରୀଟି ଚା ଓ କିଛି ଜଳଖିଆ ନେଇ ଟ୍ରେରେ ସଜାଇ ମୋର ପାଖରେ ଥୋଇଦେଲା ଓ କହିଲା ମ୍ୟାଡାମ୍ କିଛି ଖରାପ ଭାବିବେନି ମୁଁ ଆପଣଙ୍କୁ ଆଣ୍ଟି ଡାକିପାରିବି ! ମୁଁ ହସିଦେଇ କହିଲି ଏଥିରେ ଖରାପ ଭାବିବାର କଣ ଅଛି ବରଂ ମୁଁ ବେଶୀ ଖୁସି ହେବି କାରଣ ଝିଅଟିର ବୟସ ତିରିଶି ଭିତରେ ହେବ । ଅତ୍ୟଧିକ ମୋଟା ପଣ ଯୋଗୁଁ ବୟସ୍କା ଦେଖାଯାଉଛି ନଚେତ୍ ମୂଖମଣ୍ଡଳ ଅତି ସୁନ୍ଦର, ମୁଁ ତାକୁ କହିଲି ଏଥିରେ ଖରାପ ଭାବିବାର କଣ ଅଛି ବରଂ ଖୁସି ହେଲି
ମୁଁ କହିଲି ଝିଅ ତୁମେ ଯୋଗ କର ପତଳା ହୋଇଯିବ, ଖାଦ୍ୟ ପେୟ ଜଗିବ, ନିଜକୁ ପ୍ରଥମେ ସୁସ୍ଥ ରଖ ତାପରେ ସ୍ବାମୀ ପିଲାଙ୍କ କଥା ବୁଝିବ ! ତୁମ ଦେହ ଖରାପ ହେଲେ ସେମାନେ ହଇରାଣ ହେବେ,ସେ ମୋତେ କୁଣ୍ଡେଇ ଟପ୍ ଟପ୍ କାନ୍ଦି ପକେଇଲା ମୁଁ ବୁଝି ପାରିନଥଲି । ବୋଧେ ମୋର କେଉଁଠି ଭୁଲ୍ ରହିଲା ମୁଁ ପଚାରିଲି ସେ ମୋତେ କହିଲା, କଣ ନିଜକୁ ଦେଖିବି? ମତେ କିଏ ଦେଖିବ? ମୋର ଛୁଆ ଦୁଇଟି କେମିତି ମଣିଷ ହେବେ ମୋର ସେଇ ଚିନ୍ତା, ମୁଁ ବର୍ଷେ ହେଲା ସ୍ବାମୀଙ୍କୁ ହରାଇଛି ତାଙ୍କୁ କର୍କଟ ରୋଗ ହୋଇଥିଲା । ଜାଣି ପାରୁଲେନି, ସବୁବେଳେ ମୁଣ୍ଡ ବିନ୍ଧା ହଉଥିଲା ଡାକ୍ତର ଙ୍କୁ ଯେବେ ଦେଖାଇଲେ ଜଣାପଡ଼ିଲା ଶେଷ ଅବସ୍ଥା,ସାନ ଝିଅ ଚାରି ବର୍ଷ ର ଓ ବଡ ସାତ ବର୍ଷର । ମୁଁ ବୁଝି ପାରୁନି ସେମାନେ କେମିତି ମଣିଷ ହେବେ । ଅତି ଭଲରେ ରଖିଥିଲେ ଗାଡ଼ି, ପଇସା କେଉଁ ଥିରେ ଅଭାବ ନଥିଲା । ସେ ଗଲାପରେ ସେ ରଖିଥିବା ପୁଞ୍ଜି ସରିଗଲାଣି ଯାହା ଥିଲା ସରିଆସୁଛି କଣ କରିବି ଜାଣିପାରୁନି ଦୀର୍ଘ ନିଶ୍ଵାସ ମାରି କହିଥିଲା । ମୁଁ ଜାଣି ପାରିଲି କାନ୍ଥରେ ଥିବା ଫଟୋ ଟି ତା ସ୍ବାମୀର ମୁଁ ନିଶ୍ଚିଳ ହୋଇ ବସି ରହିଲି ଓ ଭାବିଲି କାହିଁକି ସେ ମୋତେ ଆକୃଷ୍ଟ କରିଥିଲା ଓ ଆଜି ଏ ସମୟରେ ତା ଘରେ ପହଞ୍ଚିଛି ଓ ସେ ମୋତେ ମାତୃତୂଲ୍ୟ ଭକ୍ତି ଓ ସନମାନ କରୁଛି ।
ମୁଁ ତାର କି କାମରେ ଲାଗିପାରିବି?
ମୋର ସେପରି କିଛି ସାମର୍ଥ୍ୟ ନାହିଁ ଯେ ତାକୁ ଚାକିରୀ ଦେଇପାରିବି ନା ତାକୁ ସମାଜରେ ମୁଣ୍ଡ ଟେକି ସଦଭାବନାର ସଫଳ ନାରୀ ଋପେ ଗଢି ତୋଳିବି? ଫଟ ଭିିତରୁ ତା ସ୍ବାମୀର ଚକ୍ଷୁ ମତେ ବହୁତ କିଛି ଇଙ୍ଗିତ କରୁଥାଏ ହଁ ଆପଣ ହିଁ ଜଣେ ସଫଳ ନାରୀ ।
ଯିଏକି ମୋ ଧର୍ମପତ୍ନୀଙ୍କର ସାମର୍ଥ୍ୟକୁ ଆଗକୁ ନେବ, ସମାଜରେ ତାର ସ୍ବତନ୍ତ୍ରତା ସୃଷ୍ଟି କରିପାରିବ, କାରଣ ତା ଭିତରେ ସଚ୍ଚୋଟ ପଣିଆ, ନିର୍ଭୀକତା, ଅସମ୍ଭବକୁ ସମ୍ଭବ କରିବାର ଉଦ୍ଦାମତା ଭରି ରହିଛି କେବଳ ଆପଣଙ୍କର ଆଶୀର୍ବାଦ, ମମତା ଓ ପ୍ରେରଣା ଦରକାର ।
ମୁଁ ସମ୍ମୋହିତ ହୋଇ ପଡ଼ିଥିଲି, ତା ହାତକୁ ଧରି ତା ମଥାରେ ଚୁମ୍ବନ ଦେଲିି, ଦୁଇ ଛୁଆଙ୍କୁ ଆଶୀର୍ବାଦ କରି ଘରକୁ ଫେରିିିଲି, ଭଗବାନଙ୍କୁ ପ୍ରଶ୍ନ କଲି ଏକି ବିଡ଼ମ୍ବନା? ମୁଁ ସତରେ କଣ ଏକ ସଫଳ ନାରୀ?