STORYMIRROR

Ajit Kumar Raut

Inspirational

3  

Ajit Kumar Raut

Inspirational

ସତ୍ୟର ପୂଜାରୀ

ସତ୍ୟର ପୂଜାରୀ

3 mins
413


ଝାଡ଼ଖଣ୍ଡର ଏକ ଅପୂର୍ବ ଗାଆଁ ନିଶ୍ଚିନ୍ତପୁର।ବିଭିନ୍ନ ସମୁଦାୟ ଲୋକଙ୍କର ବାସସ୍ଥାନ।ବିଭିନ୍ନ ଭାଷା ଓ ଧର୍ମର ଲୋକ ରୁହନ୍ତି। ଜଙ୍ଗଲ ଓ ପାହାଡ ଗାଆଁର ଚତୁରପାର୍ଶ ଘେରି ରହିଛି।କୃଷକ ମାନଙ୍କର ଏହି ଗାଆଁ।ପ୍ରାକୃତିକ ସୌନ୍ଦର୍ଯ୍ୟ ଏକ ଅନୁଭୂତି ଓ

ଆନନ୍ଦର ସଂଦେଶ ଦେଉଛି।ଗାଆଁରେ ଓଡ଼ିଆ ଭାଷାଭାଷୀଙ୍କର ସଂଖ୍ୟା ଅଧିକ।


ନୀଳକଣ୍ଠ ସାମଲ ନାଆଁରେ ଏକ ଶିକ୍ଷିତ କୃଷକ।ତାଙ୍କର ବୟସ ଏବେ ସତୁରି ଚାଲିଛି।ଓଡ଼ିଆ ଭାଷାରେ ସେ ମେଟ୍ରିକ

ପାସ କରିଥିଲେ।ଶାସ୍ତ୍ର ପଢିବା,ଓଡ଼ିଆ ନାଟକରେ ଭାଗ ନେବା

ଓ ଜନତାଙ୍କ ସେବା କରିବା ତାଙ୍କ ମୁଳ ମନ୍ତ୍ର ।ଚାକିରୀ କରିବାରେ ତାଙ୍କ ମନ ନ ଥିଲା, ମନ ଥିଲା ମାତ୍ର ଚାଷବାଷ କରିବା।ନିଶ୍ଚିନ୍ତପୁର ଗାଆଁକୁ ଏକ ଆଦର୍ଶ କରିବା।ପରିଶ୍ରମ ବଳରେ ଚାଷରୁ ସେ ଗୃହର ଆବଶ୍ୟକତା ପୂରଣ କରୁଥାନ୍ତି ଓ ନିଜକୁ ସ୍ବାଧୀନ ଅନୁଭବ କରୁ ଥାନ୍ତି।


ସେ ନିଶ୍ଚିନ୍ତପୁର ଗାଆଁର ଏକ ସମ୍ମାନିତ ବ୍ୟକ୍ତି ଅଟନ୍ତି।ଗାଆଁର ବିଭିନ୍ନ ସମୁଦାୟର ଲୋକେ ସାମାଜିକ ସମସ୍ୟାକୁ ନେଇ ତାଙ୍କ ପାଖକୁ ଆସନ୍ତି। ନୀଳକଣ୍ଠ ବାବୁ ନ୍ୟାୟ ଓ ସତ୍ୟର ପୂଜାରୀ ।ନ୍ୟାୟ କରନ୍ତି ଓ ଦୋଷୀକୁ ଉଚିତ ଦଣ୍ଡ ଦେବାରେ ପଛଘୁଞ୍ଚା ହୁଅନ୍ତି ନି।ତାଙ୍କର ବଚନଟି ଗାଆଁ ଲୋକଙ୍କ ପାଇଁ ଗୁରୁ ମନ୍ତ୍ର।ତାଙ୍କ କଥାକୁ ଅବଙ୍ଗା କରିବା ପାଇଁ କେହି ସାହସ କରନ୍ତି ନାହିଁ।ଗାଆଁର ଲୋକଙ୍କୁ ସେ ଏକ ସୁତ୍ରରେ ବାନ୍ଧି ରଖି ଥାନ୍ତି।ସେ ହେଉଛନ୍ତି ସତ୍ୟନିଷ୍ଠା, ଧର୍ମ ଅବଲମ୍ବୀ ଓ ନ୍ୟାୟର ପୂଜାରୀ।


ନୀଳକଣ୍ଠ ବାବୁ ସବୁ ବେଳେ କହୁ ଥାନ୍ତି :-


ଜନନୀର ଭାଷା ଜୀବନେ ଚନ୍ଦନ

ଲେପୁ ଥିବି ମୁଁ ବଦନେ,

ଆଗେ ରଖି ଥିବି ମାତୃଭାଷା ମୋର

ରଖି ରାଷ୍ଟ୍ର ହୀତ ମନେ।


ନୀଳକଣ୍ଠ କହୁଥାନ୍ତି ଆମେ କୃଷକ।ଆମର ଜୀବିକା ହେଉଛି ଚାଷ। ଆଧୁନିକ ରୀତିରେ ଆମେ ଯଦି ଚାଷ କରିବା,ନିଶ୍ଚୟ ଆମେ ଆମ ଗୃହ ଆବଶ୍ୟକତା ପୂରଣ କରି ପାରିବା।ସ୍ବତନ୍ତ୍ର ଜୀବନ ଜାପନ କରିବା। ଚାକିରୀ କରି ପରାଧୀନ ହେବାର ସୁଯୋଗ ଆସିବ ନାହିଁ। ଆମ ପାଇଁ ଶିକ୍ଷା ଅତି ଆବଶ୍ୟକ। ଉଜ୍ଜ୍ୱଳ ଭବିଷ୍ୟ ପାଇଁ ଶିକ୍ଷା ହିଁ ଏକମାତ୍ର ଆୟୁଧ।ବର୍ତ୍ତମାନ ଆଧୁନିକତାର କଥାକୁ ବୁଝିବା ପାଇଁ ଶିକ୍ଷିତ ହେବା ଅତି ଜରୁରି, ଓ ଡିଜିଟେଲେ୍ ହେବା ମଧ୍ୟ ଅତି ଆବଶ୍ୟକ।


ନିଜର ଭାଷାରେ ଶିକ୍ଷା ଗ୍ରହଣ କରିବା ଆମର କର୍ତ୍ତବ୍ୟ, ଯାହା ଆମ ପିଲାମାନେ ସହଜରେ ବୁଝି ପାରିବେ ଓ ରାଷ୍ଟ୍ରର ନିର୍ମାଣ ରେ ସହଭାଗୀ ହେବେ।


ଗାଆଁ ଲୋକ ଠାରୁ ଯେତେ ବେଲେ ମୁଁ ତାଙ୍କ ଗୌରବମୟ

ଗାଥାକୁ ଶୁଣିଲି,ତାଙ୍କ ସହିତ ଭେଟ କରିବା ପାଇଁ ମନଟି ଆତୁର ହେଲା।ମୁଁ ତାଙ୍କ ଘର ପାଖକୁ ଚାଲି ଓ ଆଦର ସହିତ ସାମଲ ବାବୁ ବଲି ଡାକ ଦେଲି।ଡାକ ଶୁଣି ଘରୁ ସେ ଶୀଘ୍ର ବାହାରି ଆସିଲେ ଓ ଆଦର ସହିତ ଘର ଭିତରକୁ ନେଇ ଗଲେ। ସମ୍ମାନପୂର୍ବକ ବସିବାକୁଦେଲେ।ତାଙ୍କ ଧର୍ମପତ୍ନୀ ଶୀତଳ ଜଳ ନେଇ ମୋ ପାଖକୁ ଆସିଲେ, ପିଇବା ପାଇଁ ଆଗ୍ରହ କଲେ।ନୀଳକଣ୍ଠ ବାବୁ ପତ୍ନୀକୁ ଦୁଇ କପ ଚା ବନେଇବା ପାଇଁ ଆଦେଶ ଦେଲେ।ସେ ମଧ୍ୟ ମୋ ପାଖିରେ ବସିଲେ। କହିଲେ ଆପଣ କିଏ,କଣ ପାଇଁ ମୋ ଘରକୁ ଆସିବା ପାଇଁ କଷ୍ଟ କଲେ।


ମୁଁ ମୋର ପରିଚୟ ଦେଲି, ଶୁଣି ଅତ୍ୟନ୍ତ ଖୁସି ହେଲେ। ମୁଁ

କହିଲି ଆପଣଙ୍କ ସତ୍ୟନିଷ୍ଠାର ଗାଥା ଶୁଣି ରହି ପାରିଲି ନାହିଁ, ଆପଣଙ୍କ ପାଖକୁ ଦୌଡ଼ି ଆସିଲି।ପଚାରିଲି ଆପଣଙ୍କ ଗୃହରେ କେତେ ଜଣ,କଣ କରୁଛନ୍ତି।ସେ କୁହିଲେ ମୁଁ ଜଣେ କୃଷକ।ଚାଷବାସ ମୋର ଗୌରବମୟ ଜୀବିକା। ମୋର ତିନୋଟି ସନ୍ତାନ ଦୁଇ ଝିଅ ଓ ଗୋଟିଏ ପୁଅ।ଆମେ ଓଡିଆ ଲୋକ।ଆମର ମାତୃଭାଷା ଓଡ଼ିଆ।ମାତୃଭାଷା ସଙ୍ଗେ ସଙ୍ଗେ ଅନ୍ୟ ଭାଷାରେ ମଧ୍ୟ ପାଠ ପଢିଛନ୍ତି।ଦୁଇ ଝିଅର ବାହାଘର ଶେଷ ହୋଇ ଯାଇଛି।ସେମାନେ ଖୁସି ଆନନ୍ଦରେ ରହୁଛନ୍ତି।ପୁଅ ଶିକ୍ଷକ ସରକାରୀ ଚାକିରି କରୁଛି ଓ ମୁଁ ଜଣେ କୃଷକ, କୃଷି କାର୍ଯ୍ୟରେ ଲାଗି ରହିଛି।କୃଷି ହିଁ ଆମର ମୁଳ ଜୀବିକା,ଜୀବନ ପ୍ରଯ୍ୟନ୍ତ ତାହା ଛାଡି ହେବ ନାହିଁ।


ବାର୍ତ୍ତାଳାପ ସମୟରେ ତାଙ୍କ ଧର୍ମପତ୍ନୀ ଚା ନେଇ ଆସିଲେ, ତାଙ୍କ ସ୍ବାମୀ ଓ ମତେ ଚା କପ ଧରେଇ ଦେଲେ। ଚା ପିଇବା

ଆରମ୍ଭ କଲୁ,କିନ୍ତୁ ବାର୍ତ୍ତାଳାପ ଚାଲୁ ଥାଏ।ସେ କହୁଥିଲେ

ସର୍ବ ସାଧାରଣଙ୍କ ମନରେ ବିଦେଶୀ ଭାଷା ପ୍ରତି ଆଗ୍ରହ ବଢୁଛି।ନିଜ ମାତୃଭାଷାରେ ଧ୍ୟାନ ନାହିଁ।ଘରେ ମଧ୍ୟ ମାତୃଭାଷାରେ ବାର୍ତ୍ତାଳାପ ନକରି ବିଦେଶୀ ଭାଷାରେ କରୁଛନ୍ତି।ଆପଣ ସହଯୋଗ କରନ୍ତୁ,ମନୁଷ୍ୟର ଏହି ମନବୃତ୍ତି ସୁଧାର କରିବା ଆମର କର୍ତ୍ତବ୍ୟ। ବୟସତ ମୋର ଶେଷ ହୋଇ ଆସୁଛି,ତଥାପି ମୁଁ କର୍ଯ୍ୟରୃ ରହିଛି, ଆପଣ ଭି ସହଭାଗୀ ହୁଅନ୍ତୁ।


ଜୀବନେ ମୁଁ ଏପରି ମଣିଷ ଦେଖି ନାହିଁ।ତାଙ୍କର ଏହି ରାଷ୍ଟ୍ର

ଭକ୍ତି, ମାତୃଭାଷା ପ୍ରତି ଅଗାଧ ପ୍ରେମ,ସତ୍ୟର ପୂଜରୀ,ସମାଜ

ସୁଧାରକ, ମୋ ମନକୁ କିଣି ନେଲା। ତାଙ୍କର ଏହି

ମହାନ ଉଦ୍ଦେଶ୍ୟ କୁ ତାଙ୍କ ସହଭାଗୀ ହେବି ବଲି କଥା ଦେଲି ଓ ସଦାସର୍ବଦା ତାଙ୍କର ଉଦ୍ଦେଶ୍ୟକୁ ପୂରଣ ପାଇଁ ତାଙ୍କ ନିର୍ଦ୍ଦେଶରେ କାର୍ଯ୍ୟ କରିବି ବଲି ବଚନ ଦେଲି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational