Bharatabandhu Biswal

Inspirational Children

3  

Bharatabandhu Biswal

Inspirational Children

ସପନପୁରର ଗୋପନ କଥା

ସପନପୁରର ଗୋପନ କଥା

2 mins
204



ହଁ ସାଙ୍ଗ,କହୁଛ ଯଦି ମନ ଦେଇ ଶୁଣ କହୁଛି ଗପଟିଏ । ସପନପୁରର ଗୋପନ କଥା । ଖାଲି ଏହା ତୁମକୁ ମିଛ ମୋତେ ସତ ନୁହେଁ, ବରଂ ନିଚ୍ଛକ ଅଙ୍ଗେ ନିଭା କଥା ।

ଅଳ୍ପ କିଛି ବର୍ଷ ତଳର କଥା । ଆମ୍ଭେ ସେତେବେଳେ ସ୍ୱପ୍ନେଶ୍ୱରପୁର ପ୍ରାଥମିକ ବିଦ୍ୟାଳୟରେ ପଞ୍ଚମ ଶ୍ରେଣୀରେ ପଢୁଥାଉ । ପ୍ରତ୍ୟେକ ଶନିବାର ଆମ୍ଭଙ୍କୁ ଚିତ୍ରାଙ୍କନ ଏବଂ ହସ୍ତକଳା ଶିକ୍ଷା ଦିଆଯାଇଥାଏ । ଏହି ବିଷୟ ଆମର ବଡସାରଙ୍କ ସ୍ୱତନ୍ତ୍ର ତତ୍ତ୍ୱ।ବଧାନରେ ପରିଚାଳିତ ହୁଏ ଏବଂ ଏଥିରେ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କର ମଧ୍ୟ ପୂର୍ଣ୍ଣ ସହଯୋଗ ରହିଥାଏ ।

ଆଗେ ରଫ୍ ଖାତା, ପେନସିଲରେ ଅଶ୍ୱତ୍ଥ ବରପତ୍ର, ଆଳୁ ଭେଣ୍ଡି,ବୋଇତାଳୁ ଆଦି ପନିପରିବାର ଚିତ୍ର ଏବଂ ସବୁଠୁ ମଜାଦାର ପତ୍ର ଡେମ୍ଫ ଲଗା ଆମ୍ବର ଚିତ୍ର ।ତାପରେ ଟିକେ ମୋଟା କାଗଜ ଓ ଲମ୍ବା ଥିବା ସ୍ୱତନ୍ତ୍ର ଚିତ୍ରାଙ୍କନ ଖାତାରେ ସୁନ୍ଦର ଅଙ୍କନ ଏବଂ ରଙ୍ଗ ଭରିବାର କାମ ।ପୁଣି ଆସେ ହସ୍ତକଳା ପ୍ରଦର୍ଶନର ବେଳ ।ମାଟି ଚକଟି ତିଆରିବାକୁ ପଡେ, ଆମ୍ବର ବାସ୍ତବ ପ୍ରତିକୃତି ।ତାହାକୁ ବରାଦ ମୁତାବକ ଶିକ୍ଷକଙ୍କ ନିକଟରେ ଦେବାକୁ ପଡେ । ତାପରେ ହୁଏ କ୍ଷେତ୍ର ପରିଦର୍ଶନ । ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହିତ ନିକଟସ୍ଥ ଆମ୍ରବାଟିକା ବୁଲି ତାର ସୁଶୀତଳ ଛାୟା ଉପଭୋଗ, ବଉଳ କଷିର ବାସ୍ନା,କୋଇଲିର ମନ ମତାଣିଆ କୁହୁତାନ; ଏସବୁ କଥା ମନେ ପଡ଼ିଗଲେ ଏବେ ବି ପ୍ରାଣ ପୁଲକିତ ହୋଇଉଠେ । 

ଶେଷରେ ଉପସ୍ଥାପିତ ହସ୍ତକଳା ଉପରେ ସମ୍ୟକ ଆଲୋଚନା ହୁଏ । ଆମ ବଡ଼ ସାର୍ ସ୍ୱର୍ଗତଃ ଭୁବନାନନ୍ଦ ମହାନ୍ତି ଆମକୁ ଉପଦେଶ ଛଳରେ କହୁଥିଲେ- ଶୁଣ ପିଲାମାନେ! ଗୁରୁ ଶୁକ୍ରାଚାର୍ଯ୍ୟଙ୍କ ମତରେ ବିଦ୍ୟା ହେଉଛି ବତିଶି ପ୍ରକାର, ଯାହାକୁ ଆମେ ପଢି ଲେଖି ଶିଖିପାରିବା । ଯାହାକୁ ଜଣେ ମୁକ ବି ମଧ୍ୟ କରି ପାରିବ ତାହା ହେଉଛି କଳା । ଏହା ଚଉଷଠି ପ୍ରକାରର ରହିଛି । ଜୀବନ ଜୀବିକା ପାଇଁ ଜୀବିକାର୍ଜନ କଳାରେ ପାରଙ୍ଗମ ହେବା ଅତ୍ୟନ୍ତ ଆବଶ୍ୟକ ଏବଂ ଏହା ହିଁ ଶିକ୍ଷାର ପ୍ରକୃତ ଲକ୍ଷ୍ୟ ।

ବିଷୟଗତ ଶିକ୍ଷା ସହିତ ଛୋଟ ଛୋଟ ପଟାଳି ଗୁଡିକରେ ନିହିତ କୃଷି ଏବଂ ବାଗ ବଗିଚା କର୍ମ କେଡେ ବାସ୍ତବାଭିମୁଖୀ ଥିଲା ସତେ ! ସମସ୍ତଙ୍କ ମୁହଁରେ ଫୁଟି ଉଠୁଥିଲା ସଫଳତା ଏବଂ ସାର୍ଥକତାର ସୁମଧୁର ହସ । ସେହି ମଧୁର ଅନୁଭବର ସ୍ପର୍ଶ ଆଜି ମଧ୍ୟ ଜୀବନର ପ୍ରତ୍ୟେକଟି ସୋପାନ ଅତିକ୍ରମ କରିବା ବେଳେ କାମରେ ଆସେ ।

ଆଜି ବି ଚଳ ଚଞ୍ଚଳ ପ୍ରତିଷ୍ଠିତ ବାବା ସ୍ୱପ୍ନେଶ୍ୱର ମହାଦେବଙ୍କ ମନ୍ଦିର, ପ୍ରାଚୀନ ଶାସନୀ ବ୍ରାହ୍ମଣ ଗ୍ରାମ ଏବଂ ଏକ ସୁଦୃଶ୍ୟ ବିଦ୍ୟାଳୟ । କିନ୍ତୁ ବଦଳି ଯାଇଛି ସମୟ ।ଆମ ନୁଆଁଣିଆ ଚାଳ ଛପର ଉପରେ ଆଉ ମାଡୁନି ପୋଇ କି ଶିମ୍ବ ଲଟା, ଫଳୁନି ଶ୍ରୀ ଫଳ ପାଣି କଖାରୁ କି ଗୋଲ ଗୋଲ ପୃଥିବୀ ସଦୃଶ ବୋଇତାଳୁ । ଉଚ୍ଚ ତାଳଗଛରୁ ବାଆ ବତାସକୁ ତିଳେ ହେଲେ ଖାତିର ନକରି ଆଉ ମୋଟେ ଦୋହଲୁନି ବାଇ ଚଢେଇମାନଙ୍କ ବସା ।

ବୁଝି ହୁଏନା କାହିଁକି ଆମେ ଉଚ୍ଚ ଶିକ୍ଷିତ ହୋଇ ମଧ୍ୟ ଦିନକୁ ଦିନ ଏତେ ପରିଶ୍ରମକାତର ହୋଇ ପଡ଼ୁଛନ୍ତି, କାଳିଆ ଘୋଡା ଚଢିବା ନିଶାରେ ଏତେ ପାଗଳ ହେଉଛନ୍ତି, ନିଜ ଗାଆଁ ଗଣ୍ଡା ଛାଡି ଅଳ୍ପ ଦରମାରେ ଚାକିରୀ ଖଣ୍ଡେ କରିବା ପାଇଁ ଅନ୍ୟ ରାଜ୍ୟ ଏବଂ ବିଦେଶକୁ ପଳାଉଛନ୍ତି ।କଣ ଆମ୍ଭେ ଆମ ଜନ୍ମସ୍ଥାନରେ ସ୍ୱ।ବଲମ୍ବୀ ହୋଇପାରିବାନି ?

ଟିକି ଟିକି ଈଶ୍ୱରମାନଙ୍କର ସ୍ୱପ୍ନ ସବୁ ସେକାଳ,ଆଜି ଏବଂ ସବୁବେଳେ କ'ଣ ଏମିତି ଆହ୍ୱାନ ହୋଇ ରହିଥିବ??

ବିଗତ ଦିନର ଅଙ୍ଗେ ନିଭା କଥା ସବୁ ଆମ ପ୍ରତ୍ୟେକଙ୍କ ଜୀବନରେ ପ୍ରଥମ ରଙ୍ଗୀନ କଥାଚିତ୍ର ଗପ ହେଲେବି ସତ ନିଶ୍ଚୟ । ପୁଣି ହୁଁ କହିଲେ କହେ..ଶୀର୍ଷକ ଗୀତଟି କେତେ ବାସ୍ତବ ଏବଂ ହୃଦୟସ୍ପର୍ଶୀ ସତେ!

.........



Rate this content
Log in

Similar oriya story from Inspirational